Browsing daily archive

June 20, 2021

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଚନ୍ଦକା,୨୦/୬(ଏସ ଏସ ନିୟୁଜ)ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ ଚନ୍ଦକା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଗତସିଂପୁର ଜିଲ୍ଲା କାଦୁଅପଡ଼ା ଗ୍ରାମର କାଳୀପ୍ରସାଦ ମିଶ୍ର (୨୪)।ସୂଚନାନୁସାରେ ଅଭିଯୁକ୍ତ ଜଣକ ଉକ୍ତ ଥାନା ଅଧୀନ କ୍ରିଷ୍ଣପୁରୀ ଅଞ୍ଚଳର ଜଣେ ନାବାଳିକାକୁ ପାଠ ପଢ଼ାଇବାକୁ ଆସି ନିଜ ଜାଲରେ ଫସାଇଥିଲେ।ପରେ ଉଭୟ ଫେରାର ହୋଇ ସେହି ଚନ୍ଦକା ଅଞ୍ଚଳରେ ସ୍ବାମୀ ସ୍ତ୍ରୀ ଭାବରେ ରହି ଆସୁଥିଲେ।ଉଭୟଙ୍କ ମଧ୍ୟରେ କୌଣସି କାରଣରୁ […]

ସାନଭାଇପରିବାର ମାଡରେ ବଡଭାଇ ଗୁରୁତର

ସାନଭାଇପରିବାର ମାଡରେ ବଡଭାଇ ଗୁରୁତର

ସାକ୍ଷୀଗୋପାଳ, ୨୦/୬(ଏସଏସନିୟୁଜ) ସତ୍ୟବାଦୀ ଥାନା ଅଧିନସ୍ଥ ସୁଆଣ୍ଡୋ ଗ୍ରାମରେ ଜମିବାଡି ବିବାଦକୁନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ମାରପିଟ ଘଟଣାରେ ବଡଭାଇ ଗୁରୁତର ହୋଇଛି । ସାନ ଭାଇ ଗଛ କାଟିବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡୋଗଳ ।ବଡ ଭାଇ ଗଛକଟାକୁ ବିରୋଧ କରିବାରୁ ସାନଭାଇଙ୍କ ପରିବାର ସଦସ୍ୟଙ୍କ ମାଡରେ ବଡ ଭାଇ ଗୁରୁତର ଆହତ ହୋଇଥିଲେ ।ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇ ପୁରୀ […]

ଚୂଡ଼ାନ୍ତ ହେଲା ରଥଯାତ୍ରା ପାଇଁ ନୀତି ନିର୍ଘଂଟ

ଚୂଡ଼ାନ୍ତ ହେଲା ରଥଯାତ୍ରା ପାଇଁ ନୀତି ନିର୍ଘଂଟ

ପୁରୀ,୨୦/୬(ଏସଏସନିୟୁଜ) ସ୍ନାନ ପୂର୍ଣ୍ଣିମା ଠାରୁ ନୀଳଦ୍ରୀ ବିଜେ ପର‌୍ୟ୍ୟନ୍ତ ଛତିଶା ନିଯୋଗର ଭର୍ଚୁଆଲ ବୈଠକରେ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୨୪ରେ ଦେବସ୍ନାନ ପୂର୍ଣ୍ଣିମା ଓ ଜୁଲାଇ ୧୨ରେ ଘୋଷଯାତ୍ରା ।ଏଣୁ କୋଭିଡ କଟକଣା ପାଇଁ ବିନା ଭକ୍ତରେ ମାଉସୀ ଘରକୁ ଯିବେ ଜଗନ୍ନାଥ । ଦେବସ୍ନାନ ପୂର୍ଣ୍ଣିମା ପାଇଁ ରାତି ଗୋଟାଏରୁ ପହଣ୍ଡି ଆରମ୍ଭ ହେବ । ଦିନ ୧୧ଟାରେ ହେବ ଗଜାନନ ବେଶ ଓ ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ଡି ହେବ । […]

କାଲିଠାରୁ କ୍ୟାମ୍ପେନ ମୋଡ଼ ଟିକାକରଣ

ଭୁବନେଶ୍ୱର,୨୦/୬(ଏସ ଏସ ନିଉଜ)ଆସନ୍ତା କାଲିଠାରୁ ଆରମ୍ଭ ହେବ କ୍ୟାମ୍ପେନ ମୋଡ଼ ଟିକାକରଣ ।୨୦୦୦ ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା ।ବର୍ତ୍ତମାନ ଦଶ ଲକ୍ଷ କୋଭିସିଲ୍ଡ ଏବଂ ଚାରି ଲକ୍ଷ କୋଭାକ୍ସିନ ଟିକା ମହଜୁଦ ରହିଛି । ଉଭୟ ଅନଲାଇନ ଓ ଅଫଲାଇନରେ ଦିଆଯିବ ଟିକା।୫୦ପ୍ରତିଶତ ଅନଲାଇନ ଓ ୫୦ପ୍ରତିଶତ ଅନସ୍ପଟ ରେଜିଷ୍ଟ୍ରେସନ ମାଧମରେ ଟିକାକରଣ କରାଯିବା ନେଇ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।ଯେଉଁଠି ଲୋକମାନେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ […]

ରାଜଧାନୀରେ ସେକ୍ସ ରାକେଟ

ଭୁବନେଶ୍ବର,୨୦/୬(ଏସଏସନିୟୁଜ) ରାଜଧାନୀର ଏକ ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲିଥିବାବେଳେ ପୋଲିସ ହାତରେ ଧରାପଡିଛି । ଏହି ହାଇପ୍ରୋଫାଇଲ ସେକ୍ସ ରାକେଟ ବୁଧେଶ୍ବରି ଅଞ୍ଚଳରେ ଚାଲିଥିବାବେଳେ ଲକ୍ଷ୍ମୀସାଗର ଥାନା ପୋଲିସ ରାକେଟ ଠାବ କରିବାରେ ସକ୍ଷମ ହୋଇଛି ପୋଲିସ ଜଣେ ଯୁବତୀକୁ ଉଦ୍ଧାର କରିବାସହ ତିନି ଗ୍ରାହାକ ଅଟକ ରଖିଥିବାର ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା ଆଶୀର୍ବାଦ

ଭୁବନେଶ୍ୱର୨୦/୬(ଏସଏସନିୟୁଜ)ଗତ ଅପ୍ରେଲ ପହିଲା 2020 ଦିନ ବା ତା ପରେ ଉଭୟ ବାପା ,ମା ବା ପରିବାରର ମୁଖ୍ୟ ଉପାର୍ଜନ କାରୀ ଙ୍କୁ ହରାଇ ଥିବା ପିଲା ମାନଙ୍କ ଶିଷା ଦୀଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା। ଆଶୀର୍ବାଦ ଘୋଷଣା କରିଛନ୍ତି ।ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି।ବାପା ,ମା ଉଭୟଙ୍କୁ ହରାଇ ଥିବା ପିଲା single parentଙ୍କୁ ହରାଇ ଥିବା ପିଲା […]

ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟପିଲା

ଭୁବନେଶ୍ୱର,୨୦/୬(ଏସଏସନିୟୁଜ) ରବିବାର ଦିନ ଦେଶରେ ପୁଣି ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି ।ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୨୨ ଓ ଡିଜେଲ ଲିଟର ପିଛା ୮୭.୯୭ ଟଙ୍କାରେ ବିକ୍ରି ହେଉଛି । ଏହାଫଳରେ ଓଡ଼ିଶାର ୫ ଜିଲ୍ଲାରେ ପେଟ୍ରୋଲ ଦର୧୦୦ ଟଙ୍କା ଟପିଛି । ମାଲକାନଗିରିରେ ପେଟ୍ରୋଲ ୧୦୩.୦୫ ଓ ଡିଜେଲ ୧୦୦.୭୮ ଟଙ୍କା, କୋରାପୁଟରେ ପେଟ୍ରୋଲ.୧୦୨.୨୯ ଓ ଡିଜେଲ ୧୦୦.୦୫ ଟଙ୍କା, […]

ସତ୍ୟନଗରରେ ତପୁ ମିଶ୍ରଙ୍କ ଶେଷକୃତ୍ୟୁ ସମ୍ପନ୍ନ

ଭୁବନେଶ୍ୱର,୨୦/୬(ଏସଏସନିୟୁଜ) ସତ୍ୟ ନଗରରେ ଶଶ୍ମାନରେ ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଶେଷକୃତ୍ୟୁ ସମ୍ପନ୍ନ ହୋଇଛି । କୋଟି କୋଟି ଓଡିଆଙ୍କ ଏହି ପ୍ରିୟ କଣ୍ଠଶିଳ୍ପୀ ଗତକାଲି ରାତି ୧୧ଟାରେ ଦୃଦଘାତରେ ତାଙ୍କର ପରଲୋକ ହୋଇଥିଲା ।ମୃତ୍ୟୁବେଳକୁ ତାଙ୍କୁ ୩୬ ବର୍ଷ ହୋଇଥିଲା । କରୋନାରୁ ସୁସ୍ଥ ହେବା ପରେ ତପୁମିଶ୍ରଙ୍କ ଲଗାତାର ଅକ୍ସିଜେନ ଲେବୁଲ କମି କମି ଯାଉଥିବାବେଳେ ଏକ ଘରୋଇ ହସ୍ପିଟାଲରେ ରହି ଚିକିସ୍‌। ହେଉଥିଲେ ।

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର୨୦/୬(ଏସଏସନିୟୁଜ) ଓଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଦିଲ୍ଲୀପ ରାଉତରାଏ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ସୁମନ ବେହେରା, ବ୍ରହ୍ମପୁର ବନ୍ଦୋବସ୍ତ ଅତିରିକ୍ତ କମିଶସନର ସୂର‌୍ୟ୍ୟମାଧବ ପାଣିଗ୍ରାହୀ, ଓମବାଡସିର ମହାପ୍ରବନ୍ଧକ ସୁଧାକର ବୁର୍ଗୀ ଓ କେନ୍ଦୁଝର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି ,ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ସରୋଜ କୁମାର ପଟେଲ, ଙ୍କୁ ସ୍ୱତନ୍ତ୍ର […]

୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର

ଢେଙ୍କାନାଳ,୨୦/୬(ଏସଏସନିୟୁଜ) ଢେଙ୍କାନାଳର ଆଛନ୍ଦ ଗ୍ରାମରୁ ଶନିବାର ଏକ ୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି । ପରେ ତାକୁ କପିଳାସ ରେଞ୍ଜ ଜଙ୍ଗଲରେ ଛାଡିଦିଆ ଯାଇଥିବାର ଜଣାପଡିଛି ।ଦିବସାହୁ ନାମକ ବ୍ୟକ୍ତି ନିଜ ଜାଗାରେ ଜେସିବି ସାହାଯ୍ୟରେ ମାଟି ଖୋଳୁଥିବା ବେଳେ ଏହି ସାପଟିକୁ ଦେଖିବାରୁବନ୍ୟ ଫାଉଣ୍ଡେସନ ଟିମ କୁ ଡାକିଥିଲେ ।ଏହିଟିମ୍ ର ସଦସ୍ୟମାନେ ଆସି ୨ ଘଣ୍ଟା କାଳ ଉଦ୍ୟମ ପରେ ୧୨ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରି କପିଳାସ ଜଙ୍ଗଲରେ […]