Browsing daily archive

April 29, 2021

ଭୁବନେଶ୍ୱରରେ ଆଜି ୮୫୧ ପଜିଟିଭ

ଭୁବନେଶ୍ୱର,୨୯/୪(ଏସଏସନିୟୁଜ)ପୁଣି ଆଜି ଭୁବନେଶ୍ୱରରେ ୮୫୧ ପଜିଟିଭ ଚିହ୍ନଟ ହୋଇଛି ।ସେଥିମଧ୍ୟରେ ୯୬ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୭୫୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।ଏହି ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ପଟିଆ, ନୟାପଲ୍ଲ. ଖଣ୍ଡଗିରିରୁ ଅଧିକ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି।ଏହାସହ ୪୨୯ ଜଣ ସୁସ୍ଥ ହୋଇଥିବାନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ଫେରିଲେ ମନମୋହନ ସିଂହ

ଭୁବନେଶ୍ୱର,୨୯/୪(ସତ୍ୟସନ୍ଧାନଡେସ୍କ) ଏମ୍ସ ଟ୍ରାମା କେୟାରୁ ସୁସ୍ଥ ହୋଇ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ମନମୋହନ ସିଂହ ଗତ ୧୯ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ଏମ୍ସ ଟ୍ରମା କେୟାରରେ ଭର୍ତ୍ତି କରାଯାଇଥିଲା। ମନମୋହନ ସିଂହ ମଧୁମେହ ରୋଗରେ ପୀଡିତ ଥିବା ସହ ଦୁଇଟି ବାଇପାସ ସର୍ଜରୀ ମଧ୍ୟ ହୋଇସାରିଛି। ମନମୋହନ ସିଂହଙ୍କୁ କୋଭାକ୍ସିନର ଦୁଇଟି ଡୋଜ ଦିଆଯାଇଛି। ସେ ସୁସ୍ଥ ହୋଇ ଫେରିବାନେଇ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

କୋଭିଡ୍ ନିୟମକୁ ଠିକ୍ ଭାବେ ପାଳନ କରନ୍ତୁ : ଡିଜିପି ଅଭୟ

ଭୁବନେଶ୍ୱର, ୨୯/୪(ଏସଏସନିୟୁଜ) ରାଜ୍ୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ କଡାକଡି ହୋଇଛି କଟକଣା । ସରକାରଙ୍କଦ୍ୱାରା ଜାରିହୋଇଥିବା କୋଭିଡ ନୀୟମ ସହ ନାଇଟ୍ କର୍ଫ୍ୟୁ ନିୟମକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଅଭୟ ।ନୀୟମ ଖିଲାପକରି ପୋଲିସ ହାତରେ ଧରାପଡିଲେ ପୋଲିସ ଫାଇନ କାଟିବ ।କ୍ରିମିନାଲଙ୍କୁ ଧରିବା ପୋଲିସର କାମ ହୋଇଥିବାବେଳେ ଏବେ ଅମାନିଆମାନଙ୍କୁ ଧରି ଫାଇନ କାଟିବା ଘଟଣା ପୋଲିସଙ୍କୁ ବହୁତ ଦୁଃଖ ଦେଉଛି ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । […]

ସିଲ କଲା ବିଏମସି

ଭୁବନେଶ୍ୱର, ୨୯/୪(ଏସଏସନିୟୁଜ) ଆଜି ବିଏମସି ପକ୍ଷରୁ ଭୁବନେଶ୍ୱର ସବ୍ କଲେକ୍ଟର କାର୍ଯ୍ୟାଳୟ, ଭୁବନେଶ୍ୱର ତହସିଲଦାରଙ୍କ କାର୍ଯ୍ୟାଳୟ, ଖଣ୍ଡଗିରି ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ , ଭୁବନେଶ୍ୱର ଜିଲ୍ଲା-ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ କୁ ସାତ ଦିନ ପାଇଁ ସିଲ୍ କରାଯାଇଛି ।ସେହିଭଳିଭାବେ ଖାରବେଳନଗର ଶ୍ରୀୟା ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ୪ ଦିନ ପାଇଁ ସିଲ୍ କରିଛି । ଆଜିଠାରୁ ମେ’ ୨ ପର‌୍ୟ୍ୟନ୍ତ ୪ ଦିନ ପାଇଁ ବ୍ୟାଙ୍କକୁ ସିଲ୍ କରିଛି ବିଏମସି ।ଏହି ବ୍ୟାଙ୍କରେ […]

କରୋନାରେ ଆକ୍ରାନ୍ତ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯/୪(ସତ୍ୟସନ୍ଧାନଡେସ୍କ) କରୋନାରେ ଆକ୍ରାନ୍ତ ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ତାଙ୍କର କୋଭିଡର କୌଣସି ଲକ୍ଷଣ ନଥିବାବେଳେ ପରୀକ୍ଷା କରିବା ପରେ ପଜିଟିଭ ଆସିଛି । ସେ ଏବେ ଠିକ୍ ଥିବା ବେଳେ କୋଭିଡ ନିୟମ ପାଳନ ପୂର୍ବବ ଆଇସୋଲେସନରେ ରହି ନିଜର କାର୍ଯ୍ୟ କରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କୋଭିଡ ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି । ଗୋଟିଏ ଦିନ ପୂର୍ବର ଅଶୋକ ଗେହଲଟଙ୍କ […]

ଆଜି ପଶ୍ଚିମବଙ୍ଗରେ ଅନ୍ତିମ ପର୍ଯ୍ୟାୟ ଭୋଟ୍

ଭୁବନେଶ୍ୱର,୨୯/୪(ସତ୍ୟସନ୍ଧାନଡେସ୍କ) ସମଗ୍ର ଦେଶରେ କରୋନା ଭାଇରସ୍ ଭୟାବହତା ଦେଖାଦେଇଥିବାବେଳେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଅଷ୍ଟମ ତଥା ଅନ୍ତିମ ପର‌୍ୟ୍ୟାୟ ଭୋଟ୍ ଚାଲିଛି । ଅଷ୍ଟମ ପର୍ଯ୍ୟାୟରେ ମାଲଦାର ୬ ଆସନ, ବୀରଭୂମିର ୧୧ ଆସନ, ମୁଶିଦାବାଦର ୧୧ ଆସନ, କୋଲକତା ଦକ୍ଷିଣର ୭ ଆସନ ଆଦି ୩୫ ଟି ସିଟ୍ ପାଇଁ ଗୁରୁବାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର ।୧୧,୮୬୦ ମତଦାନ କେନ୍ଦ୍ରରେ ୩୫ […]

୨୪ ଘଣ୍ଟାରେ ୬୯୯୮ ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର, ୨୯/୪ (ଏସଏସନିୟୁଜ)ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କମଧ୍ୟରେ ସଙ୍ଗରୋଧରୁ ୪୦୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୯୪୪ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୩୨୫, ବାଲେଶ୍ୱରରୁ ୯୭ଜଣ , କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ଦେବଗଡ଼ରୁ ୭୪ ଜଣ, ରାୟଗଡ଼ାରୁ ୧୮୧, ନୂଆପଡ଼ାରୁ ୪୨୦ ଜଣ,ଝାରସୁଗୁଡ଼ାରୁ ୩୯୬, ଯାଜପୁରରୁ ୨୨୬, ବରଗଡ଼ରୁ ୩୩୦, ସମ୍ବଲପୁରରୁ […]

ଆଜିର ରାଶିଫଳ

ଏପ୍ରିଲ ମାସ ୨୯ ତାରିଖ ୨୦୨୧ ମସିହା(ଗୁରୁବାର)ବୈଶାଖ ମାସ-କୃଷ୍ଣପକ୍ଷ,ତିଥି-ତୃତୀୟା ,ତୁଳା ଓ କୁମ୍ଭ ରାଶିର ଘାତବାର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଟଳ ଭକ୍ଷଣ ନିଷେଧ । ମେଷ:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ପ୍ରାପ୍ତ ହେବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ବୃଷ:-ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ […]

ଆଜିର ଅନୁଚିନ୍ତା

➡️ ଗୋଟିଏ ବାସ୍ତବ କଥା,,,ଟଙ୍କା ପାଖରେ ଥିଲେ ସମସ୍ତେ ତୁମକୁ ସମୟ ଦେବେ,, ଆଉ ଟଙ୍କା ପାଖରେ ନ ଥିଲେ ସମସ୍ତେ ତୁମକୁ ଅବହେଳା କରିବେ । ➡️ଆଜିର ଦୁନିଆରେ ମିଛ କହୁଥିବା ଲୋକକୁ ସମସ୍ତେ ପସନ୍ଦ କରନ୍ତି କିନ୍ତୁ ସତ କହୁଥିବା ଲୋକଠାରୁ ସମ୍ପର୍କ ଭାଙ୍ଗି ଦୂରେଇ ଯାଆନ୍ତି । ➡️ ଯିଏ ବେଶୀ କଥା କହି ବାହାଦୁରି ମାରେ ସେ କିଛି କରି ପାରେନା, କାରଣ ଖାଲି ଥିବା ମାଠିଆ ଅଧିକ ଆବାଜ କରିଥାଏ […]