Browsing daily archive

April 24, 2021

ସଟଡାଉନ୍ ରେ ନନ୍ଦନକାନନ ପର୍ଯ୍ୟଟକଶୁନ୍ୟ

ବାରଙ୍ଗ,୨୪/୪(ଏସଏସନିୟୁଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରେ ଶନିବାର ସଟଡାଉନ୍ ର ପ୍ରଭାବ ଦେଖିବାକୁ ମିଳିଛି।ଶନିବାର ସଟଡାଉନ୍ ରେ ନନ୍ଦନକାନନ ଖୋଲା ରହିଥିବା ବେଳେ ପ୍ରାଣୀ ଉଦ୍ୟାନ ସମ୍ପୂର୍ଣ ପର୍ଯ୍ୟଟକଶୁନ୍ୟ ହୋଇ ପଡିଛି। ସଟଡାଉନ୍ ପ୍ରଭାବରେ କୌଣସି ବି ପର୍ଯ୍ୟଟକ ଆସିନଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନ(ବଟାନିକାର୍ଲଗାର୍ଡେନ) ରେ ମଧ୍ୟ ପ୍ରଭାବ ପଡିଛି ।ଏଠାରେ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ଶୂନ ରହିଛି।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

ଜୁଏଲ ଓରାମଙ୍କୁ କରୋନା

ଭୁବନେଶ୍ୱର,୨୪ /୪(ଏସଏସନିୟୁଜ) ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କରୋନା ପଜିଟିଭ ହୋଇଛନ୍ତି । ତେବେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ଜୁଏଲ ଓରାମ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ପୁଣି ଆଜି ଭୁବନେଶ୍ୱରରୁ ୭୪୫

ଭୁବନେଶ୍ୱର, ୨୪ /୪(ଏସଏସନିୟୁଜ) ପୁଣି ଆଜି ଭୁବନେଶ୍ୱରରୁ  ୭୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୪୭ ଜଣ ଚିହ୍ନଟ ହୋଇଥିବା ବେଳେ ୫୯୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହି ସଂକ୍‌ାରମିତଙ୍କ ମଧ୍ୟରେ ବଡଗଡ, ଚନ୍ଦ୍ରଶେଖରପୁର, ବିଜେପି ନଗର, ଚକେଇସିଆଣି, ବରମୁଣ୍ଡା, ଡୁମୁଡୁମା, ଖଣ୍ଡଗିରି , ଝାରପଡା, ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ମଂଚେଶ୍ୱର ଆଦି ଅଂଚଳ ରହିଥିବାବେଳେ ୨୪ ଘଂଟା ଭିତରେ ୩୯୯ ଆକ୍ରାନ୍ତ ସୁସ୍ଥ ଭୁବନେଶ୍ୱରରୁ ହୋଇ ଘରକୁ ଫେରିଛନ୍ତି ବୋଲି […]

ପରିବା ଦୋକାନ ଉପରେ ଓଲଟିଲା ଗ୍ୟାସ୍ ସିଲିଣ୍ଡର ଟ୍ରକ୍

କଟକ,୨୪/୪(ଏସଏସନିୟୁଜ) ଗତକାଲି ବିଳମ୍ୱିତ ରାତିରେ ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଏଚପି ଗ୍ୟାସ୍ ଟାଙ୍କି ବୋଝେଇ ଗାଡି ଓଲଟିପଡିଛି । ଜଟଣୀରୁ ପ୍ଲାଣ୍ଟରୁ କେନ୍ଦ୍ରପଡାକୁ ପାଖାପାଖି ୩୦୦ ସିଲିଣ୍ଡର ନେଇ ଯାଉଥିବାବେଳେ ଭାରସାମ୍ୟ ହରାଇଏକ ପରିବା ଦୋକାନ ଉପରେଓଲଟି ପଡିଥିଲା । ଯାହା ଫଳରେ ପରିବା ଦୋକାନଟି ପୁରା ନଷ୍ଟ ହୋଇଯାଇଛି ।ତେବେ ଦୁର୍ଘଟଣାର ପକୃତ କାରଣ ଜଣାପଡିନାହିଁ  

ବାରଙ୍ଗ ତହସିଲଦାର ହେଲେ ସଂକଳ୍ପ ସ୍ୱସ୍ତିକ ସାହୁ

ଭୁବନେଶ୍ୱର, ୨୪/୪ (ଏସଏସନିୟୁଜ) ଗତକିଛିଦିନ ତଳେ ବାରଙ୍ଗ ତହସିଲଦାର ଟଙ୍କା ନେଇ ଯାଉଥିବାବେଳେ ବାଟରେ ଭିଜିଲାନ୍ସ ଦ୍ୱାରା ରୋକାଯିବା ଘଟଣା ବେଶ ଚର୍ଚ୍ଚାରେ ରହିଥିବାବେଳେ ତହସିଲଦାର ପଦବୀ ଖାଲି ରହିଥିଲା ।ଏବେ ବାରଙ୍ଗର ନୁଆ ତହସିଲଦାରଭାବେ ସଂକଳ୍ପ ସ୍ୱସ୍ତିକ ସାହୁଙ୍କୁ ଭାବେ ନିଯୁକ୍ତି ଦିଆଯାଇଛି । ସଂକଳ୍ପ ସ୍ୱସ୍ତିକ ସାହୁଙ୍କ ସହ ୩୪ଜଣ ତହସିଲଦାରଙ୍କର ବଡ଼ଧରଣର ଅଦଳବଦଳ କରାଯାଇଥିବାନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି ।ଏହିଆଧାରରେ ଜ୍ୟୋତିର୍ମୟ […]

ମେ ୧୫ ଯାଏଁ ଜଗା ଦର୍ଶନ ବନ୍ଦ

ପୁରୀ ୨୪ / ୪ ( ଏସଏସନିୟୁଜ) ମହାମାରୀ କରୋନା ପାଇଁ ଜଗା ଦର୍ଶନ ବନ୍ଦ ରହିଲା ।କରୋନା ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିରକୁ ମେ’ ୧୫ ଯାଏ ବନ୍ଦ ରଖାଯାଇଛି ।ଏଦ୍ଦ୍ୱାରା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେନାହି ।କିନ୍ତୁ ପ୍ରଭୁଙ୍କ ନୀତିକାନ୍ତି ହେବ,କରାଯିବ ରାଥ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିବ ।। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଥିବା ଟୁଇଟ କରି […]

ରାଜ୍ୟରେ ଆଜି ୬୬୪୭ ପଜିଟିଭ୍

ଭୁବନେଶ୍ୱର, ୨୪/୪ (ଏ୨ଏସନିୟୁଜ) ଆଜି ରାଜ୍ୟରେ ପୁଣି ୬୬୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୫୫ ସଙ୍ଗରୋଧରୁ ହୋଇଥିବାବେଳେ ୨୭୯୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବାର ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୪୧, ବାଲେଶ୍ୱରରୁ ୫୩, ବରଗଡ଼ରୁ ୨୯୦, ଭଦ୍ରକରୁ ୪୧, ବଲାଙ୍ଗିରରୁ ୨୩୪, ବୌଦ୍ଧରୁ ୩୯, କଟକରୁ ୩୩୬, ଦେବଗଡ଼ରୁ ୩୪, ଢେଙ୍କାନାଳରୁ ୩୪, ଗଜପତିରୁ ୯୬, ଗଞ୍ଜାମରୁ ୧୬୧,ଜଗତସିଂହପୁରରୁ ୬୫, ଯାଜପୁରରୁ ୧୩୩, ଝାରସୁଗୁଡ଼ାରୁ ୩୪୩, […]

ମିଆଁମାର ସ୍ଥିତି ସଙ୍ଗୀନ

୧-ଆଇପିଏଲ୍ ୨୦୨୧ : ମୁମ୍ବାଇ ଇଣ୍ଡିଆନ୍ସକୁ ୯ ଉଇକେଟରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ୨-ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ : ସୋମବାର ସକାଳ ଯାଏଁ ଦୋକାନ ବଜାର ବନ୍ଦ; କଟକଣାକୁ ଜୋରଦାର କରିବା ପାଇଁ ପୋଲିସର କଡ଼ାକଡ଼ି ଚେକିଂ । ୩-ଅକ୍ସିଜେନ ଅଭାବ ଦୂର କରିବାକୁ ଓଡ଼ିଶା ବଢ଼ାଇଲା ସହାୟତାର ହାତ । ଯେକୌଣସି ରାଜ୍ୟ ଅକ୍ସିଜେନ୍ ମାଗିଲେ ପଠାଇବ ଓଡ଼ିଶା । ୪–ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ସାଧାରଣ ଯାତ୍ରୀଙ୍କ ଲାଗି ନିୟମିତ ‘ମୋ […]

ଆଜିର ଅନୁଚିନ୍ତା

➡️ଜୀବନ ଏକ ଲମ୍ବା ରାସ୍ତା,,,,ଦୁଃଖରେ ଚାଲିଲେ ବହୁତ ଲମ୍ବା ଲାଗିବ ଆଉ ହସି ହସି ଚାଲିଲେ କେତେ ବେଳେ ରାସ୍ତା ସରିଯାଏ ଜଣାପଡେ ନାହିଁ । ➡️ସ୍ନେହ, ପ୍ରେମ, ଶିକ୍ଷା ଓ ସମ୍ମାନ ଏହା କୋଉଠି ଦାନରେ ମିଳେନାହିଁ ।ଏହାକୁ ଅର୍ଜନ କରାଯାଏ । ➡️ ଉଦ୍ଦେଶ୍ୟ ପୁରଣ ହେଇ ସାରିଲା ପରେ ମଣିଷର ଅସଲ ରୂପ ପଦାକୁ ଆସିଥାଏ । ➡️କାହାକୁ ପାଇବା ନ ପାଇବା ବଡକଥା ନୁହେଁ ବଡ କଥା ହେଉଛି କଥା ଦେଇ […]

ଆଜିର ଦିନଟି କିପରି କାଟିବ ଜାଣନ୍ତୁ

ଏପ୍ରିଲ ମାସ ୨୪ ତାରିଖ ୨୦୨୧ ମସିହା(ଶନିବାର)ଚୈତ୍ର ମାସ-ଶୁକ୍ଳପକ୍ଷ,ତିଥି-ଦ୍ୱାଦଶୀ ,ବୃଷ ରାଶିର ଘାତ ଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ , ବାଇଗଣ ଭକ୍ଷଣ ନିଷେଧ।  ମେଷ: –ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ। ବୃଷ: –ଜୀବନରେ […]