Browsing daily archive

April 10, 2021

ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର

କଟକ ,୧୦/୪(ଏସଏସନିୟୁଜ) ଚିକିତ୍ସାଧିନ ଅବସ୍ଥାରେ କଟକଏସସିବି ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଛି ଗ୍ୟାଙ୍ଗଷ୍ଟର ହାଇଦର ।ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ୧୨ଦିନ ତଳେ ଏସ୍‌ସିବିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲା ହାଇଦର। ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବି ମେଡ଼ିକାଲ୍‌ରୁ ଫେରାର୍ ହୋଇଯାଇଥିଲା ହାଇଦର। ବୁର୍ଲା ମେଡ଼ିକାଲ୍‌ରୁ ରେଫର ହୋଇ କଟକ ଏସ୍‌ସିବି ଆସି ଚିକିତ୍ସିତ ହେଉଥିଲା। ସୁଲେମାନ ହତ୍ୟାକାଣ୍ଡରେ ସେ ସମ୍ପୃକ୍ତି ଥିଲା। ଚିକିତ୍ସାଧୀନ ଅବସ୍ଥାରେ ହାଇଦର କିଭଳି ଚମ୍ପଟମାରିଛି ତାହାକୁ ନେଇ […]

ନେଗେଟିଭ ରିପୋର୍ଟ ବିନା ନବରଙ୍ଗପୁର ମନା

ନବରଙ୍ଗପୁର , ୧୦/୪(ଏସଏସନିୟୁଜ) ନେଗେଟିଭ ରିପୋର୍ଟ ବିନା ନବରଙ୍ଗପୁର ମନା ।କରୋନାର ଭୟବହତା ଛତିଶଗଡରେ ଦେଖିବାକୁ ମିଳୁଥିବାବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ସୀମାକୁ ସିଲ୍ କରିଛି ପ୍ରଶାସନ । ଛତିଶଗଡ ପଟରୁ ଆସୁଥିବା ସମସ୍ତ ଗାଡିମଟର ସାହ ଲୋକମାନଙ୍କ ଉପରେ ଏହି କଟକଣା ଲଗାଯାଇଛି । ସୀମାରେ ଥିବା ଚେକପୋଷ୍ଟକୁ ସିଲ୍ ସହ କଡାକଡି ଚେକିଂ କରାଯାଉଛି ।ଏହାସହ ନେଗେଟିଭ ରିପୋର୍ଟକୁ କଡାକଡିଭାବେ ଯାଂଚ କରାଯାଉଛି ।

ରେଳଯାତ୍ରୀଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର,୧୦/୪(ଏସଏସନିୟୁଜ) ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ପାଇଁ ଜଞଚଉଜ ଟେଷ୍ଟ ବାଧ୍ୟତାମୂଳକ କରିଛି ପୂର୍ବତଟ ରେଲ୍‌ୱେ । ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ ପୂର୍ବତଟ ରେଲ୍‌ୱେ RTPCR ଟେଷ୍ଟ ବାଧ୍ୟତାମୂଳକ କରିଛି । ରେଳ ରେ ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବରୁ ଜଞଚଉଜ ଟେଷ୍ଟ କରାଇବାକୁ ପଡିବ ।ଯାହାର ନେଗେଟିଭ ରିପୋର୍ଟ ଆସିଥିବ ନଚେତ ଦ୍ୱିତୀୟ ଡୋଜ୍ ଟିକାକରଣର ସାର୍ଟିଫିକେଟର ବୈଧ ପ୍ରମାଣ ପତ୍ର ଦେଲେ ଯାତ୍‌ାର […]

ଏମାର ମଠରୁ ମିଳିଲା ରୂପା ଇଟା

ପୁରୀ,୧୦/୪(ଏସଏସନିୟୁଜ)ପୁରୀ ଶ୍ରୀମନ୍ଦିର ନିକଟସ୍ଥ ଏମାର ମଠର ପଛପଟୁ ୪୫ ଖଣ୍ଟ ରୂପା ଇଟା ମିଳିଛି । ଏମାର ମଠ ମୁଖ୍ୟ ଗାଦି ପଛପଟେ ଖୋଳା ଚାଲିଥିବା ବେଳେ ମିଳିଲା ଇଟା । ଇଟା ଖଣ୍ଡର ଓଜନ ୩୨ ରୁ ୩୫ କିଲେ ହେବ ବୋଲି ଜଣାପଡିଛି । ଏମାର ମଠର ମରାମତି କାମ ଚାଲିଥିବା ବେଳେ ୨୦୧୧ ମସିହାରେ ୫୧୧ ଖଣ୍ଡ ରୂପା ଇଟା ମିଳିଥିଲା ।

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ – ➡️ଲୁହାକୁ ଲୁହା, କଂଟାକୁ କଂଟାରେ ହଟାଇଦେବା ଆବଶ୍ୟକ ! ➡️କେତକୀରେ ସାପ ରହେ । ଗୋବର ଗଡିଆର ପଙ୍କରେ ପଦ୍ମ ବିକଶିତ ହୋଇଥାଏ । ପ୍ରାଣୀ ନିଜର ଗୁଣ ବଳରେ ଉଚ୍ଚକୁ ଉଠିପାରେ ! ➡️ଶଠେ ଶାଠ୍ୟମ୍ ସମାଚରେତ୍ । ଅର୍ଥାତ୍ ଯେସାକୁ ତେସା, ହାରାମଜାଦାକୁ କୁରାଢୀ ପଶା ! ➡️ଦୁଃଖ କଲେ ଦୁଃଖ ବଢେ । ଏଣୁ ଧୈର୍ଯ୍ୟର ସହିତ ଦୁଃଖକୁ ଭୁଲିବା ଉଚିତ୍ ! ➡️ଭଲ ଖାଇଲେ, ଭଲ ପିନ୍ଧିଲେ, […]

କରୋନାରେ ଡାକ୍ତର

୧-ଜାରି ହେଲା ନୂଆ ଗାଇଡଲାଇନ: ମାସ୍କ ନପିନ୍ଧିଲେ ଏଣିକି ୨ ହଜାରରୁ ୫ ହଜାର ଯାଏଁ ଲାଗିବ ଜରିମାନା । ୨-ଏଣିକି ନିଜ ନିଜ ସ୍କୁଲରେ ପିଲାଙ୍କୁ ମିଳିବ ଜାତି ପ୍ରମାଣ ପତ୍ର। ଜାତି ପ୍ରମାଣପତ୍ର ସହ ଆୟ ଓ ଆବାସିକ ପ୍ରମାଣପତ୍ର ମଧ୍ୟ ମିଳିବ।ଏନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି। ୩-ଆରମ୍ଭ ହେଲା ‘ଡୋଣ୍ଟ୍ ସୋ ମି ୟୋର୍ ଫେସ୍’ ଅଭିଯାନ,ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ଜରିମାନା […]

ଆଜିର ରାଶିଫଳ

ଏପ୍ରିଲ ମାସ ୧୦ ତାରିଖ ୨୦୨୧ ମସିହା(ଶବିବାର)ଚୈତ୍ର ମାସ-କୃଷ୍ଣପକ୍ଷ,ତିଥି-ଚତୁର୍ଦ୍ଦଶୀ ,ଧନୁ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିରି ଭକ୍ଷଣ ନିଷେଧ । ମେଷ-ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମଧ୍ୟରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ଅଭାବ ଅସୁବିଧା ନ ଥିଲେ ମଧ୍ୟ ବନ୍ଧୁ, ପରିଜନଙ୍କ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆଇନ ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ବ୍ୟବସାୟରେ ଝଗଡ଼ା ଓ ଯାତ୍ରାରେ ସଙ୍କଟର […]