Browsing daily archive

August 22, 2020

ଭକ୍ତ ଦାସିଆ ପୀଠରେ ଗଣେଶ ପୂଜା

ସାକ୍ଷୀଗୋପାଳ ,୨୨/୮ (ଏସ ଏସ ନିୟୁଜ ) ଭକ୍ତ ଶିରୋମଣୀ ଦାସିଆଙ୍କର ଜନ୍ମ ଓ ସାଧନା ପୀଠରେ ଅବସ୍ଥିତ ଶ୍ରୀ ବିନାୟକଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପାରମ୍ପରିକ ରୀତିରେ ଅନୁଷ୍ଟିତ ହୋଇଯାଇଛି । ମୂଖ୍ୟ ପୁଜକ ଶ୍ରୀ ଲକ୍ଷ୍ମୀଧର ପାଢୀ ଙ୍କ ସହିତ ମାନସରାମ ମିଶ୍ର ଓ ନାରାୟଣ ରଥ ପୂଜାକାର‌୍ୟ୍ୟ ସମ୍ପାଦନ କରିଥିଲେ । ଅନୁଷ୍ଠାନର ସଭ୍ୟ ଶ୍ରୀ ସରୋଜ କୁମାର ସାହୁ ପୂଜାରେ କର୍ତ୍ତା ହୋଇଥିଲାବେଳେ ସ୍ଥାନୀୟ କମିଟି ର ସଦସ୍ୟମାନେ ଶ୍ରୀ ଭାସ୍କର ଚନ୍ଦ୍ର […]

ଭଦ୍ରକ ସାଂସଦଙ୍କୁ କରୋନା

ଭଦ୍ରକ୨୨/୮ (ଏସ ଏସ ନିୟୁଜ ) ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନାରେ ଆକ୍ରାନ୍ତ ହୋଇ ଥିବା ନେଇ ଶନିବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି।‘କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ,ମୁଁ ନିଜର ପରୀକ୍ଷା କରାଇଲି ଏବଂ ରିପୋର୍ଟ ପଜିଟିଭ୍ ଆସିଲା।ମୋ ସ୍ୱାସ୍ଥ୍ୟ ଭଲ ଏବଂ ସ୍ଥିର ଅଛି ଏବଂ ହୋମ୍ କ୍ୱାରାଣ୍ଟାଇନରେ ଅଛି।ମୁଁ ଅନୁରୋଧ କରୁଛି,ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ ଏବଂ ସଂସ୍ପର୍ଶରେ ଆସିଛନ୍ତି,ଦୟାକରି ନିଜକୁ ଅଲଗା ରଖନ୍ତୁ ଓ […]

ନୂଆଖାଇରେ ସମଲେଶ୍ୱରୀଙ୍କ ପୀଠରୁ ମିଳିବନି ନବାନ୍ନ

ସମ୍ବଲପୁର,୨୨/୮ (ଏସ ଏସ ନିୟୁଜ ) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ରବିବାର ପଡୁଛି । ଏଥର ଘରେ ରହି ପଶ୍ଚିମ ଓଡ଼ିଶାବାସୀ ନୂଆଖାଇ ପାଳନ କରିବେ।ମହାମାରୀକରୋନା ପାଇ ଚଳିତବର୍ଷ ମା’ ସମଲେଶ୍ୱରୀଙ୍କର ସମସ୍ତ ରୀତିନୀତି ହେଲେ ମଧ୍ୟ ନୂଆଖାଇରେ ମନ୍ଦିରରୁ ନବାନ୍ନ ବାହାରିବ ନାହିଁ ।ମା ଙ୍କ ପାଖରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇଯାଇଛି । ଏହି ଲଗ୍ନ ଆଧାରରେ ନୂଆ ଖାଇବେ ଲୋକେ। କିନ୍ତୁ ସାଧାରଣଲୋକଙ୍କ ପାଇ ଦର୍ଶନ ବନ୍ଦ ରହିବ […]

ନିର୍ବାଚନ କମିଶନର ହେଲେ ରାଜୀବ କୁମାର

ନୂଆଦିଲ୍ଲୀ,୨୨/୮ (ଏସ ଏସ ନିୟୁଜ ) ନିର୍ବାଚନ କମିଶନର ହେଲେ ରାଜୀବ କୁମାର ।ସେ ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ଥିଲେ ।ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଥିବା ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଶୋକ ଲାଭାସାଙ୍କଠାରୁ ଆସନ୍ତା ୩୧ ତାରିଖରେ ରାଜୀବ କୁମାର ଦାୟିତ୍ୱ ଗ୍ରହଣ କରିବେ।

ପୁଣି ଚିହ୍ନଟ ୨୮୧୯ ନୂଆ କରୋନା ପଜିଟିଭ୍ ,୯ ମୃତ୍ୟୁ

ଭୁବନେଶ୍ୱର,୨୨/୮(ଏସ ଏସ ନିୟୁଜ ) ରାଜ୍ୟରେ ଆଉ ୨୯ ଜିଲ୍ଲାରୁ ୨୮୧୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ୧୬୯୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୧୨୮ ସ୍ଥାନୀୟ ମାମଲା ରହିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ  ଖୋର୍ଦ୍ଧାରୁ ୪୪୩, କଟକରୁ ୨୫୭, ମୟୂରଭଞ୍ଜରୁ ୨୧୯, ଗଞ୍ଜାମରୁ ୧୯୨, ରାୟଗଡ଼ାରୁ ୧୪୭, ସମ୍ବଲପୁରରୁ ୧୪୫, ବରଗଡ଼ରୁ ୧୩୬, ଯାଜପୁରରୁ ୧୨୦, ପୁରୀରୁ ୧୦୯, ବାଲେଶ୍ୱରରୁ ୧୦୫ ଓ ଢେଙ୍କାନାଳରୁ ୧୦୦ଜଣ ,ମାଲକାନଗିରିରୁ ୮୩, କୋରାପୁଟରୁ ୮୧, […]

ବାଧାବିଘ୍ନ ଦୂରୀକରଣର ମୁଖ୍ୟ ସହାୟକ- ଶ୍ରୀ ଗଣେଶ

-ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ଶରୀର ବର୍ଣ୍ଣନା- ଶାସ୍ତ୍ରୀୟମତରେ ବାଧାବିଘ୍ନ ଦୂରୀକରଣ, ସୁଖସମୃଦ୍ଧି ଏବଂ ଜ୍ଞାନ ଆହରଣ ପାଇଁ ଯେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରିଥାଏ ତା’ର ପ୍ରତୀକ ହେଉଛନ୍ତି ଶ୍ରୀଗଣେଶ । ସେଇଥିପାଇଁ ସେ ବିଘ୍ନ ବିନାଶକ, ସିଦ୍ଧି ବିନାୟକ ଭାବରେ ମଧ୍ୟ ପରିଚିତ। ପ୍ରତ୍ୟେକ ଶୁଭକାର୍ଯ୍ୟ ଆରମ୍ଭ ପୂର୍ବରୁ ଶ୍ରୀଗଣନାଥଙ୍କ ପୂଜନ ନିଶ୍ଚିତ ଭାବରେ ସଂପାଦିତ ହୋଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ ଜଣାଯାଏ ଯେ ହସ୍ତୀମସ୍ତକ ଧାରଣ, ସ୍ଥୂଳ ଉଦର, ବକ୍ରତୁଣ୍ଡ ତଥା ମୂଷିକ […]

ଆଜିର ଦିନଟି କିପରି କାଟିବ ଜାଣନ୍ତୁ ?

ଅଗଷ୍ଟ ୨୨ ତାରିଖ ୨୦୨୦ମସିହା(ଶନିବାର), ଭାଦ୍ରବ-ଶୁକ୍ଳପକ୍ଷ,ତିଥି -ଚତୁର୍ଥୀ , ଆଜିଗଣେଶ ଚତୁର୍ଥୀ ,ବୃଷ ରାଶିରେ ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଆଜି ଚତୁର୍ଥୀର ଆକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ଆଜିର ରାଶିଫଳ । ମେଷ-ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ବୃଷ-ଆଜି ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା […]