Browsing monthly archive

July 2020

ରାଜଧାନୀ ଉପକଣ୍ଠରେ ପୁଣି ଚିହ୍ନଟ ହେଲା ପଜିଟିଭ

ବାରଙ୍ଗ,୨୭/୭(ଏସ୍‌ଏସ୍‌ନିୟୁଜ)ସୋମବାର ଦିନ ରାଜଧାନୀ ଉପକଣ୍ଠ ଦାଢାଗ୍ରାମପଂଚାୟତର କେନ୍ଦୁପାଟଣା ଗ୍ରାମର ଜଣେ ଯୁବକ କରୋନା ପଜିଟିଭ ବାହାରିବାପରେ ପ୍ରଶାସନ ପକ୍ଷରୁ ତାଙ୍କୁ କୋଭିଡ ହସ୍ପିଟାଲକୁ ନିଆଯାଇଛି ।ଏହାପରେ କେନ୍ଦୁପାଟଣା ଗ୍ରାମରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।ଚିହ୍ନଟ ହୋଇଥିବା ବ୍ୟକ୍ତି ରହୁଥିବା ଓାର୍ଡନଂ ୬ର କିଛି ଅଂଶକୁ ଖୋର୍ଦ୍ଧା ଜିଲ୍ଲାପାଳ ଶିାତଂଶୁ କୁମାରରାଉତ କଂଟେନମେଂଟ ଯୋନ ଘୋଷଣା କରିବା ସହ ୩୦ତାରିଖ ରାତି୭ଟା ପର୍ଯ୍ୟନ୍ତ ଏହି ନୀୟମ ବଳବତର ରହିବ ବୋଲି କରିଥିବା ନିର୍ଦ୍ଦେଶନାମା ଜାରି […]

ବିଧାୟକ ପଢ଼ିବେ କୋଭିଡ୍ ପାଠ

ଆଜି ସକାଳର ଖବର ,ତାରିଖ ୨୮/୦୭/୨୦,ମଙ୍ଗଳବାର ୧-ଆସନ୍ତା କାଲି ୨୯ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବା ବେଳେ ଅଗଷ୍ଟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ୨-ଓଡ଼ିଆ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ : ଦୀର୍ଘ ୬ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ୩-ଓଡ଼ିଶାରେ ଆରମ୍ଭ ହେଲା କୋଭାକ୍ସିନ ଟିକାର ମାନବ ପରୀକ୍ଷଣ। ୪-କରୋନା ନେଗେଟିଭ ହେବା ପରେ ହସପିଟାଲରୁ ଛାଡ଼ ପାଇଲେ ଐଶ୍ୱର‌୍ୟ୍ୟା, ଆରାଧ୍ୟା, ଆଉ କିଛିଦିନ […]

ଭଗବାନ ବିଷ୍ଣୁଙ୍କର ପ୍ରଥମ ଅବତାର

                                      -ଆଜି ରାତିର କାହାଣୀ– ମତ୍ସ୍ୟ ଅବତାର ଭଗବାନ ବିଷ୍ଣୁଙ୍କର ପ୍ରଥମ ଅବତାର । ଏକ ମାଛ ଆକାରରେ ଅବତାର ଗ୍ରହଣ କରି ଭଗବାନ ବିଷ୍ଣୁ ଜଣେ ଋଷୀଙ୍କୁ ସମସ୍ତ ପ୍ରକାରର ପଶୁ ସଂଗ୍ରହ କରିବାକୁ କହିଥିଲେ ଏବଂ ଯେତେବେଳେ ପୃଥିବୀ ପାଣିରେ ବୁଡ଼ିଗଲା, ସେତେ ବେଳେ ମତ୍ସ୍ୟ ଅବତାରରେ ଭଗବାନ ସେହି ଋଷିର ଡଙ୍ଗାକୁ ରକ୍ଷା କଲେ। ଏହା ପରେ ବ୍ରହ୍ମା ପୁନର୍ବାର ଜୀବନ ସୃଷ୍ଟି କଲେ।ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ, ଯେତେବେଳେ ଜଣେ ରାକ୍ଷସ […]

ଆଜିର ରାଶିଫଳ

ଜୁଲାଇ ୨୮ ତାରିଖ ୨୦୨୦ମସିହା(ମଙ୍ଗଳବାର)ଶ୍ରାବଣ-ଶୁକ୍ଳପକ୍ଷ, ତିଥି -ନବମୀ ,ମକର ରାଶି ର ଘାତବାର ଆଜି ନବମୀ ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ […]

ହସ୍ପିଟାଲରୁ ଫେରିଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

ମୁମ୍ବାଇ ,୨୭/୭(ସତ୍ୟସନ୍ଧାନ ଡେସ୍କ)ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟା ସୋମବାର ହସ୍ପିଟାଲରୁ ଫେରିଥିବା ସମ୍ପର୍କରେ ଅଭିଷେକ ବଚ୍ଚନ ଟ୍ୱିଟ୍ କରି ଜଣାଇଛନ୍ତି। ଗତ ୧୪ରେ ସେମାନେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଐଶ୍ୱର୍ଯ୍ୟା ଓ ଆରାଧ୍ୟା ସୁସ୍ଥ ହେବା ପରେ ଘରକୁ ଚାଲି ଯାଇଛନ୍ତି। ତାଙ୍କ ପିତା ଙ୍କ ସହ ସେ ଏବେବି ଚିକିତ୍ସାଧୀନ ରହିଥିବା ଅଭିଷକ ଟ୍ୱିଟରେ ଜଣାଇଛନ୍ତି।

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ଉଦ୍ୟମ ,ବୋମା ଓ ବନ୍ଧୁକ ସହିତ ୨ ଗିରଫ

ଡେଲାଙ୍ଗ,୨୭/୭(ଏସ୍‌ଏସ୍‌ନିୟୁଜ)ଡେଲାଙ୍ଗ ଥାନା ଅନ୍ତର୍ଗତ ଝାରପଡା ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ଉଦ୍ୟମ କରିବା ସମୟରେ ଗ୍ରାମବାସୀମାନେ ୨ ଜଣ ଯୁବକଙ୍କୁ କାବୁ କରିଛନ୍ତି । ସେମାନଙ୍କ ଠାରୁ ଅଫୁଟା ବୋମା ଓ ବନ୍ଧୁକ ଡେଲାଙ୍ଗ ପୋଲିସ ଜବତ କରିଥିବା ଜଣାପଡିଛି । ଏନେଇ ସତ୍ୟଭମା ସାହୁ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସେହି ଗ୍ରାମର ଜଣେ ମହିଳା ସହିତ ସତ୍ୟଭମାଙ୍କ ପରିବାରର ପୂର୍ବଶତ୍ରୁତା ଅନେକ ଦିନହେଲା ରହିଥିଲା । ମଙ୍ଗଳବାର […]

ପରଲୋକ ରେ ଆଲବମ୍ କୁଇନ୍ ଦୀପା

ଭୁବନେଶ୍ଵର :୨୭/୭(ଏସଏସଏନ) ପରଲୋକରେ ଆଲବମ କୁଇନ୍ ଦୀପା ସାହୁ। ସେ ଗତ କିଛି ଦିନ​ ହେବ କ୍ୟାନସର ରୋଗରେ ପୀଡିତ ହୋଇ ଭୁବନେଶ୍ଵର କ୍ୟାପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ନେଇ ଦୀପାଙ୍କ ସ୍ବାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି।ତେବେ ସେ ବିଭିନ୍ନ ଆଲବମ ସହ ଚଳଚିତ୍ର ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ।

ପୁଣି ଆଜି୧୫୦୩ ପଜିଟିଭ ଚିହ୍ନଟ ଓ ୭ ମୃତ

ଭୁବନେଶ୍ୱର,୨୭/୭(ଏସଏସନିୟୁଜ) ଆଜି ପୁଣି ୨୮ ଟି ଜିଲ୍ଲାରୁ୧୫୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୦୦୨ ଜଣ ଚିହ୍ନଟ ହୋଇଥିବାବେଳେ ୫୦୧ ସ୍ଥାନୀୟ ଲୋକ ରହିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪୯୧, ଖୋର୍ଦ୍ଧାରୁ ୨୨୩, କଟକରୁ ୧୩୬ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧, ବାଲେଶ୍ୱରରୁ ୧୯, ବରଗଡରୁ ୨୩, ଭଦ୍ରକରୁ ୨୫, ବଲାଙ୍ଗୀରରୁ ୨୧, ବୌଦ୍ଧରୁ ୧, ଢେଙ୍କାନାଳରୁ ୩୨, ଗଜପତିରୁ ୭୩, ଜଗତସିଂହପୁରରୁ ୬, ଯାଜପୁରରୁ […]

ଜୁଲାଇ ୨୯ ରେ ମାଟ୍ରିକ୍ ପରୀକ୍ଷା ଫଳ -ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର,୨୭/୭(ଏସଏସନିୟୁଜ)ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଘୋଷଣା କରିଛନ୍ତି । ବୋର୍ଡର ଦୁଇଟି ଓ୍ବେବସାଇଟ୍ ଏବଂ ଏସଏମଏସ୍ ଜରିଆରେ ମାଟ୍ରିକ୍ ଫଳାଫଳ ଛାତ୍ରଛାତ୍ରୀ ଜାଣିପାରିବେ ବୋଲି ସେ କହିଛନ୍ତି।ସେହିପରି ଅଗଷ୍ଟ ଦ୍ୱିତୀୟ ଓ ତୃତୀୟ ସପ୍ତାହରେ +୨ର କଳା ଓ ବାଣିଜ୍ୟର ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରକାଶଥାଉ କି, […]

ଆଜିର ଦିନଟି କିପରି କାଟିବ ଜାଣନ୍ତୁ?

ଆଜି ଜୁଲାଇ ୨୭ ତାରିଖ ୨୦୨୦ମସିହା (ସୋମବାର) ଶ୍ରାବଣ-ଶୁକ୍ଳପକ୍ଷ,ତିଥି -ସପ୍ତମୀ ,ମିଥୁନ ରାଶିର ଘାତବାର,ଆଜିର ରାଶିଫଳ | ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି । ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା […]