Browsing daily archive

May 16, 2020

ସମ୍ଭାବ୍ୟ ବାତ୍ୟା ଅମ୍ଫନ କୁ ନେଇ SRCଙ୍କ ସୂଚନା

ଭୁବନେଶ୍ବର:୧୬/୫(ଏସଏସଏନ୍) ବଙ୍ଗୋପସାଗରରେ ବାତ୍ୟା ‘ଅମ୍ଫନ’ର ରୂପନେଲା ଗଭୀର ଅବପାତ, ପାରାଦୀପଠାରୁ ୧ ହଜାର ୪୦ କିମି ଦୂରରେ ଅଛି ଅମ୍ଫନ, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ -୧୮ ତାରିଖ ସକାଳେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ, ଗତ ୬ ଘଣ୍ଟା ଧରି ସ୍ଥିର ଥିବା ଅମ୍ଫନ ଉତ୍ତର-ଉତ୍ତର ପଶ୍ଚିମକୁ ମୁହାଁଇଛି, ମେ ୧୭ ତାରିଖ ପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ। ତେବେ ସମ୍ଭାବ୍ୟ ବାତ୍ୟା ଅମ୍ଫନର […]

ପୁଣି ବଢିଲା ୬୫

ଭୁବନେଶ୍ୱର,୧୬/୫(ଏସ୍‌ଏସ୍‌ନିୟୁଜ)ପୁଣି୬୫ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ଯାଜପୁରରେ ୩୧, ଗଞାମରେ ୧୩, କଟକରେ୬,କେନ୍ଦ୍ରାପଡାରେ୪, ପୁରୀରେ୪,ଖୋର୍ଦ୍ଦାରେ୩, ନୟାଗଡରେ୨, ମୟୁରଭଞରେ୨କୁ ମିଶାଇ୬୫ଜଣ ଆଜି ସକାଳୁ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ କ୍ୱାରେଟାଇନ ସେଂଟରରେ ରହିଥିବା ୬୨ଜଣ ଓ ହୋମ କ୍ୱାରେଟାଇନରେ ୩ଜଣ ରହିଥିଲେ ।ଯାହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୭୩୭ରେ ପହଁଚିଛି ।ଏଥିଯୋଗୁ ଗଞାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮,ଯାଜପୁରରେ ୧୨୧,ପୁରୀରେ୧୮, କେନ୍ଦ୍ରାପଡା ରେ ୨୬ ,ଖୋର୍ଦ୍ଧାରେ ୫୬, ନୟାଗଡରେ୭,ମୟୁରଭଞରେ୧୧କୁ କରୋନା ଆକ୍ରାନ୍ତଙ୍କ […]

ସମୁଦ୍ରରୁ ବଳ ଗୋଟାଇ ବଢ଼ୁଛି ‘ଅମ୍ଫାନ’

ସଂକ୍ଷେପରେ ଖବର ଆଜିର ,ତାରିଖ ୧୬/୦୫/୨୦, ଶନିବାର ୧-କୋହଳ ହେବ ତାଲାବନ୍ଦ ୪.୦, ରାଜ୍ୟ ସରକାର ହାତରେ ରହିବ କ୍ଷମତା। ୨-କରୋନାରୁ ସୁସ୍ଥ ହେଲେ ରାଜ୍ୟରେ ଆକ୍ରାନ୍ତ ହୋଇଥିବା ସମସ୍ତ ୨୦ଜଣ ଛୋଟ ପିଲା। ୩-ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ପ୍ରଥମରୁ ଅଷ୍ଟମ ଯାଏ ସମସ୍ତେ ପାସ୍, ନବମ ଓ ଏକାଦଶ ଶ୍ରେଣୀ ପାଇଁ ଦେଖାଯିବ ଷାଣ୍ମାସିକ ଓ ୟୁନିଟ୍ ଟେଷ୍ଟର ମାର୍କ। ୪-ଓଡ଼ିଶା ମାଟିରେ ଚାଳିକି ଯିବେନି ଶ୍ରମିକ, ନିକଟସ୍ଥ […]

ପ୍ରଥମରୁ ଅଷ୍ଟମ ସମସ୍ତ ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ୱର,୧୫/୫(ଏସଏସନିୟୁଜ)କରୋନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍କୁଲ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ୟ ଗଣଶିକ୍ଷା ବିଭାଗ । ଏନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପଢୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସବୁ ଶ୍ରେଣୀର ପିଲାଙ୍କୁ ପାସ୍ କରି ଦିଆଯାଇଛି ।ତେବେ ନବମ ଶ୍ରେଣୀର ପିଲାମାନଙ୍କୁ ସର୍ତମୁଳକ ଭାବେ ଦଶମ ଶ୍ରେଣୀକୁ ଉତିର୍ଣ କରାଯିବ ।

ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

ମଇ ୧୬ ତାରିଖ ୨୦୨୦ମସିହା(ଶନିବାର)ଜ୍ୟେଷ୍ଠ –କୃଷ୍ଣପକ୍ଷ, ତିଥି -ନବମୀ ଦିବା ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ଦଶମୀର ପାର୍ବଣ ଶ୍ରାଦ୍ଧ , କଳମଶାଗ ଭକ୍ଷଣ ନିଷେଧ,ଆଜିର ରାଶିଫଳ ମେଷ =ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ […]