୧୫ରୁ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ

ବାରଙ୍ଗ,୧୬/୧୦ (ଏସଏସନିଉଜ)ବାରଙ୍ଗ ଗଦେଇକୁଦ ନିକଟସ୍ଥ ଚୁଡଙ୍ଗଗଡର ଅଧିଷ୍ଠାତ୍ରୀ ଦେବୀ ସାରଙ୍ଗେଇ ମନ୍ଦିର ପ୍ରାଙ୍ଗଣରେ ବୁଧବାର ପୂର୍ବାହ୍ନରେ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବରଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ସଭାପତି ତୃଷାରକାନ୍ତ ଚକ୍ରବର୍ତୀ ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ-୨୦୨୪ ର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଚଳିତ ବର୍ଷ ନଭେମ୍ବର ୧୫ ତାରିଖରୁ ନଭେମ୍ବର ୧୮ ପର୍ଯ୍ୟନ୍ତ ସପ୍ତମ ବାର୍ଷିକ ସମାରୋହ ଆୟୋଜିତ ହେବାକୁ ଯାଉଛି। ଏହି ମହୋତ୍ସବ କାର୍ତ୍ତିକ ପୂର୍ଣ୍ଣିମା ଦିନ
ପ୍ରଭାତ ସମୟରେ ପୌରାଣିକ ତଥ୍ୟ ଅନୁଯାୟୀ ପୂର୍ଣ୍ଣର୍ତୋୟା ପ୍ରାଚୀ ନଦୀରେ ତଥା ପୁରୀ ମୁଖ୍ୟକେନାଲରେ ବୋଇତ ବନ୍ଧାଣ କାର୍ଯ୍ୟକ୍ରମ କରାଯିବ।ଏହାପରେ ସଂନ୍ଧ୍ୟା ୬ଘଟିକା ସମୟରେ ମହୋତ୍ସବ ସମାରୋହର ମଞ୍ଚ ଉଦଘାଟନ କରାଯିବ। ମହୋତ୍ସବର ବିଭିନ୍ନ ରାତିରେରାଜ୍ୟର ବିଭିନ୍ନ ରାଜନୈତିକ ବ୍ୟକ୍ତି , ଐତିହାସିକ, ଦାର୍ଶନିକ, ପରିବେଶବିତମାନେ ଅତିଥି ଭାବେ ଉପସ୍ଥିତ ରହି ମଞ୍ଚର ଶୋଭା ମଣ୍ଡନ କରିବେ। ବାରଙ୍ଗର ଐତିହାସିକ ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବରେ ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ରାଜ୍ୟର ସୁପ୍ରତିଷ୍ଠିତ ପାଇକ ସମରଶଯ୍ୟା, ସମ୍ବଲପୁରୀ ନୃତ୍ୟ, ଛଉ ନୃତ୍ୟ ଆଦି ବିଭିନ୍ନ ଲୋକକଳା ନୃତ୍ୟ ସହ ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ପ୍ରସ୍ତୁତି ବୈଠକରେ ଭୁପତି ଭୁଷଣ ପାଣି, ସୁନିଲ ସିଂ, ଅମରେନ୍ଦ୍ର ମହାପାତ୍ର, କୃଷ୍ଣଚନ୍ଦ୍ର ନାୟକ, ବସନ୍ତ କୁମାର ପାଣି, କୃଷ୍ଣଚନ୍ଦ୍ର ମଲ୍ଲିକ, ରାମଚନ୍ଦ୍ର ଦାସ, ଦିପକ କୁମାର ସାଇଁ, ସୁନିଲ ସାଇଁ, ପ୍ରମୋଦ ବିଶୋଇ, ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment