୧୨ ଘଣ୍ଟିଆ ଜୟପୁର ବନ୍ଦ

ଜୟପୁର,୩୦/୧୨(ଏସଏସନିୟୁଜ) କୋରାପୁଟ ଜିଲ୍ଲା ବାମୁଣିଗାଁର ଗଣଦୁଷ୍କର୍ମ ଘଟଣା ପ୍ରତିବାଦରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜୟପୁର ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି। ବିଭିନ୍ନ ଛକମାନଙ୍କରେ ବିଜେପି ପକ୍ଷରୁ ପିକେଟିଂ କରାଯାଇଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ୨୪ ତାରିଖରେ ସଦର ଥାନା ଅଧିନସ୍ଥ ଜଣଙ୍କ ଘରେ ଦୁଇଜଣ ପଶି ସ୍ମାମୀ ମୁଣ୍ଡରେ ବନ୍ଧୁକଦେଖାଇ ଓ ପୁଅକୁ ତଂଟିଚିପି ମାରିଦେବାକୁ ଧମକ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିବାର ପିଡିତା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

Comments (0)
Add Comment