ଭୁବନେଶ୍ୱର,୩/୧୧(ଏସଏସନିଉଜ)ରାଜ୍ୟ ସରକାରଙ୍କୁ ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ୍ ମାଲିକ ସଂଘର କଡ଼ା ଚେତାବନୀ ଦେଇଛନ୍ତି । ୯ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ସମେତ ଲଘୁ ଖଣିଜ ପରିବହନ ନେଇଥିବା ୧୧ ଦଫାଦାବି ପୂରଣ ନହେଲେ ୧୦ ତାରିଖରୁ ବନ୍ଦ ରହିବ ସବୁ ପ୍ରକାର ଲଘୁ ଖଣିଜ ପରିବହନ । ଖୋର୍ଦ୍ଧା ଟ୍ରକ୍ ମାଲିକସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ଜିଲ୍ଲାର ୧୫ଟ୍ରକ୍ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ସେମାନଙ୍କ ଦାବି, ନଦୀ ବାଲି ପରିବହନ କ୍ଷେତ୍ରରେ ସୁବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଟ୍ରକ୍ ମାଲିକ ମାନେ ପରିବହନ ବିଭାଗ ଓ ଲଘୁ ଖଣିଜ ବିଭାଗ ଅଧିକାରୀ ଦ୍ଵାରା ଅଯଥା ଜରିମାନା ତଥା ଶୋଷଣର ଶିକାର ହେଉଛନ୍ତି । ଏନେଇ ସରକାରଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ଵେ କୌଣସି ସୁଫଳ ମିଳିନି ବୋଲି ଟ୍ରକ୍ ମାଲିକ ସଂଘ ପକ୍ଷରୁ ଅଭିଯୋଗରେ କୁହାଯାଇଛି ।