ସୂର୍ଯ୍ୟ ମନ୍ଦିର ଭିତରକୁ ଧସେଇ ପଶିଲେ ପର୍ଯ୍ୟଟକ

କୋଣାର୍କ,୨୮/୧୨(ଏସ ଏସ ନିଉଜ)ଟିକେଟ୍ କାଉଣ୍ଟର ଅଚଳ ଯୋଗୁଁ ସୂର୍ଯ୍ୟ ମନ୍ଦିର ଭିତରକୁ ଧସେଇ ପଶିଲେ ହଜାରରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ।ସେଠାରେ ଉପସ୍ଥିତ ଥିବା ସିକୁରୀଟି ଟିକେଟ୍ ନହେବାରୁ ସିକୁରୀଟିକୁ ଠେଲି ଶତାଧିକ ପର୍ଯ୍ୟଟକ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।ଯାହାଫଳରେ ଏକ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବାର ଜଣାପଡିଛି ।କରୋନା କଟକଣା ମଧ୍ୟରେ କୋଣାର୍କ ମନ୍ଦିର ଖୋଲିଥିବାବେଳେ ପ୍ରଶାସନର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

Comments (0)
Add Comment