ରାତିଅଧରେ ଲୁଟବେଳେ ଧରିଲା ପୋଲିସ

ଚନ୍ଦକା,୨୯।୧୨(ଏସଏସନିଉଜ)ରାମଦାସପୁର ପାଖରେ ଶନିବାର ବିଳମ୍ବିତ ରାତିରେ ଏକ ପିକଅପ୍ ଭ୍ୟାନକୁ ରୋକି ଡ୍ରାଇଭର କୁ ମାଡ଼ମାରି ଟଙ୍କାଲୁଟ କରିବାର ଉଦ୍ୟମ କରୁଥିବା ଅଭିଯୋଗରେ ବାରଙ୍ଗ ପୋଲିସ ୮ଜଣଙ୍କୁ ଅଟକ ରଖିବା ସହ ଏମାନେ ଆସିଥିବା ଏକ ଗାଡ଼ିକୁ ଜବତ କରିଛି।
ପ୍ରକାଶଯେ,ୟୁପି ୬୪ସିଟି -୨୦୨୪ନମ୍ୱର ପିକଅପ୍ ଭ୍ୟାନଟି ଶନିବାର ବିଳମ୍ବିତ ରାତିରେ ଅନୁଗୁଳରୁ ବାରଙ୍ଗ ଦେଇ ଭୁବନେଶ୍ୱର ଆସୁଥିଲା।ପିକଅପ୍ ଭ୍ୟାନଟି ରାମଦାସପୁର ପାଖରେ ପହଞ୍ଚି ଥିବାବେଳେ ପଛପଟୁ ଓଡ଼ି ୧୫-୮୬୫୫ନମ୍ୱର ଟ୍ରାଭେରାରେ ୮ଜଣ ଯୁବକ ଆସି ରୋକିଥିଲେ।ଯୁବକମାନେ ପିକଅପ୍ ଭ୍ୟାନର ଡ୍ରାଇଭରକୁ ମାଡ଼ ମାରି ତା ପାଖରେ ଥିବା ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିଲେ।ଏହିସମୟରେ ଖବରପାଇ ପେଟ୍ରଲିଂରେ ଥିବା ବାରଙ୍ଗ ଥାନା ପିଶିଆର ଭ୍ୟାନ ଘଟଣାସ୍ଥଳରେ ପହଂଚି ୮ଜଣ ଯୁବକଙ୍କୁ କାବୁ କରିବା ସହ ସେମାନେ ଆସିଥିବା ଟ୍ରାଭେରାକୁ ଜବତ କରିଥିଲେ।

Comments (0)
Add Comment