ଭୁବନେଶ୍ବର,୩୧/୮(ଏସଏସନିଉଜ)ଭାରତକୁ ମିଳିଛି ଦ୍ୱିତୀୟ ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ INS ଅରିଘାତ।ଏହାକୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ସାମିଲ କରାଯାଇଛି। ସ୍ୱଦେଶ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା INS Arighaatରେ ଅନେକ ପ୍ରକାରର ନୂତନ ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି।ଆଣବିକ ଇନ୍ଧନରେ ଚାଲୁଥିବା ଓ ଆଣବିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଏହି ବୁଡ଼ାଜାହାଜ ଅରିହନ୍ତ ଶ୍ରେଣୀର ଏକ ଅତ୍ୟାଧୁନିକ SSBN ଅଟେ। ଏହା ବିଶାଖାପଟନମରେ ଅବସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ ତିଆରି ହୋଇଛି। ଏହାର ଓଜନ ପ୍ରାୟ ୬୦୦ ଟନ। ଲମ୍ବ ପ୍ରାୟ ୧୧୩ ମିଟର। INS Arighaatର ବିମ୍ ୧୧ ମିଟର ଓ ଡ୍ରାଫ୍ଟ ହେଉଛି ୯.୫ ମିଟର।