ଭାଇଭାଉଜ ହତ୍ୟାକାଣ୍ଡ ଉପରୁ ଉଠାଲା ପରଦା

ଭାଇଭାଉଜ ହତ୍ୟାକାଣ୍ଡ ଉପରୁ ଉଠାଲା ପରଦା

ଭୁବନେଶ୍ୱର,୧୫/୧୧(ଏସଏସନିଉଜ) ଭାଇଭାଉଜ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୩ଜଣଙ୍କୁ ଧରିଛି ।ହତ୍ୟାରେ ବ୍ୟବହୃତ ଖଣ୍ଡା, ବିଷବୋତଲ ଓ ଏକ ମୋଟର ସାଇକେଲକୁ ଜବତ କରିଛି। ଆସିକା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୋଲିସ ଆରାକ୍ଷୀ ଅଧୀକାରୀ ସଞ୍ଜୟ କୁମାର ମହାପାତ୍ରଙ୍କ ସୂଚନା ମୁତାବକ ବୁଧବାର ସକାଲେ ସମେଇଗୁଡ଼ାଗ୍ରାମର ରାଜୁ ପାତ୍ର ଓ ତାଙ୍କ ସ୍ତ୍ରୀ ଚାଷ କାମ କରୁଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ରାଜୁର ଭାଇ ଭୋବିନି ପାତ୍ର, ସ୍ତ୍ରୀ ରଂଜିତା ପାତ୍ର, ପୁଅ ପୁପୁନି ୩ଜଣ ମିଶି ବିବାଦୀୟ ଜମିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ ।
ପ୍ରଥମେ ପପୁନ ରାଜୁକୁ ନିର୍ଧୂମ ମାଡ଼ ମାରି ତଳେ ପକାଇ ବେକକୁ କାଟିଦେବାରୁ ଘଟଣାସ୍ଥଳରେ ରାଜୁର ମୃତ୍ୟୁ ହୋଇଥିଲା।ପାଖରେ ସ୍ତ୍ରୀ ଲକ୍ଷ୍ମୀ ଏହାଦେଖିଥିବାରୁ କାଳେ କାହାକୁ କହିଦେବ ସେଥିପାଇଁ ସମସ୍ତେ ମିଶି ତାଙ୍କୁ କୀଟନାଶକ ଔଷଧ ପିଆଇ ଦେଇ ଫେରାର ହୋଇଯାଇଥିଲେ।ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ନଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ମୃତକଙ୍କ ସାନଭାଇ ବୁବୁନି ଏବଂ ତାଙ୍କ ସ୍ତ୍ରୀ ରଂଜିତା ପୁତୁରା ପାପୁନକୁ ଗିରଫ କରି ୭୩୮/୨୪ କେଶନମ୍ୱର ରେ ହତ୍ୟା ମାମଲା ରୁଜୁଆଜି ଆଜି କୋର୍ଟଚାଲାଣ କରିଛି।

Comments (0)
Add Comment