ବିଲ୍ଡରକୁ ବ୍ଲାକମେଲିଂ

ବନ୍ଧାହେଲେ ଜମିମାଲିକ

ଚନ୍ଦକା,୨୧ା୧୧(ଏସଏସନିଉଜ)ଜଣେ ବିଲ୍ଡରକୁ ଜମିଦେଇ ପରବର୍ତିସମୟରେ ଜମିର ଉପଯୁକ୍ତ ଟଙ୍କା ନେଇସାରିବାପରେ ଅଧିକ ଟଙ୍କା ଦାବୀକରିବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଚନ୍ଦକାଗ୍ରାମର ତାପସ ନରେନ୍ଦ୍ରନାମକ ବ୍ୟକ୍ତିକୁ ଗୁରୁବାରଦିନ ଗିରଫକରି କୋର୍ଟଚାଳଣ କରିଛି ।
ପ୍ରକାସଯେ,ଚନ୍ଦକା ଅଂଚଳରେ ଇଭସ ବିଲ୍ଡର ତାର ପ୍ରକଳ୍ପ ଆରମ୍ଭ କରିଛି ।ଏହି ପ୍ରକଳ୍ପ ନିମନ୍ତେ ବିଲ୍ଡରର ଚନ୍ଦକାଗ୍ରାମର ମିନାକ୍ଷୀନରେନ୍ଦ୍ରନାମକ ମହିଳାଙ୍କ ଜମିକିଣିବାପାଇଁ ଉଭୟଙ୍କ ସହମତିରେ ଜମିମୁଲ୍ୟାୟନ କରାଯାଇଥିଲା ।ବିଲ୍ଡର ଜମିମାଲିକ ମିନାକ୍ଷୀନରେନ୍ଦ୍ର ଓ ତାଙ୍କର ୮ଜଣ ଲିଗାଲହିଅରଙ୍କୁ ୧କୋଟି୧୮ଲକ୍ଷଟଙ୍କା ପ୍ରଦାନ କରିଥିଲେ ।ମିନାକ୍ଷୀଙ୍କ ପୁଅ ତାପସ ଏହି ଜମି କିଣାବିକାରେ ମଧ୍ୟସ୍ଥ ସାଜିଥିଲେ ।ଏଥିନିମନ୍ତେ ସେ ବିଲ୍ଡରକୁ ଅଧିକ ୧କୋଟିଟଙ୍କା ଦାବୀକରିଆସୁଥିଲେ ।ପରେ ବିଲ୍ଡର ୩୦ଲକ୍ଷଟଙ୍କା ତାପସକୁ ଦେଇଥିଲେ ମଧ୍ୟ ସେ ଅସନ୍ତୁଷ୍ଟ ହୋଇବିକିଥିବା ଜମିରେ ସରାକାରୀ ଅନୁମତି ଆଣିବାରେ ବାଧା ସୃଷ୍ଟି କରିଥିଲେ ।ଏହାକୁନେଇ ଇଭୋସ୍ ବିଲ୍ଡକନ ପ୍ରା ଲିମିଟେଡର ସାଇଟ୍ ମ୍ୟାନେଜର ପବିତ୍ରକୁମାରଜେନା ଚନ୍ଦକାଥାନାରେ ଅକ୍ଟୋବର୩୦ତାରିଖରେ ଚନ୍ଦକାଥାନାରେ ଲିଖିତଅଭିଯୋଗ କରିଥିଲେ ।ପୋଲିସ ୩୫୯/୨୪କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତଆରମ୍ଭ କରିବା ସହ ଏହି ଘଟଣାରେ ପବିତ୍ରନରେନ୍ଦ୍ରଙ୍କୁ ଗିରଫକରି ଗୁରୁବାରଦିନ କୋର୍ଟଚାଳଣ କରିଛି ।

Comments (0)
Add Comment