କଳାହାଣ୍ଡି,୨୮/୧(ଏସଏସନିୟୁଜ)ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ ନୃତ୍ୟ ପ୍ରଦର୍ଶନ କରି ସାରା ଦେଶକୁ ଚମକାଇ ଦେଇଥିବା କଳାହାଣ୍ଡିର ‘ବଜାସାଲ’ ନୃତ୍ୟ । ଏହି କଳାକାରଙ୍କୁ ଭେଟି ଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ନୃତ୍ୟ କଳାହାଣ୍ଡି ଜିଲ୍ଲାକୁ ଦେଶବାସୀଙ୍କ ଆଗରେ ଏକ ନୂଆ ପରିଚୟ ଦେଇଛି। ଓଡ଼ିଶାକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିଥିବା ଆମ ରାଜ୍ୟର ଏହି କଳାକାରଙ୍କୁ ଉତ୍ସାହିତ କରିବାକୁ ଏହି ଫଟୋଗୁଡ଼ିକୁ ଏତେ ମାତ୍ରାରେ ଲାଇକ୍ ଓ ସେୟାର କରନ୍ତୁ ଯେ, ସମସ୍ତେ ଜାଣନ୍ତୁ ଆମ ଉତ୍କଳ ପ୍ରଦେଶର କଳା କେତେ ମହାନ ବୋଲି କହିଛନ୍ତି ପ୍ରଧାନ।
କଳାହାଣ୍ଡିର ନୂଆ ପରିଚୟ ବଜାସାଲ ନୃତ୍ୟ
