ଅପ୍ରେଲମାସ ୨୫ତାରିଖ ୨୦୨୫ମସିହା (ଶୁକ୍ରବାର)ବୈଶାଖମାସ- କୃଷ୍ଣପକ୍ଷ ,ତିଥି- ଦ୍ଵାଦଶୀ ଦିବା ଘ ୧୧/୫୧ ଗତେ ତ୍ରୟୋଦଶୀ,ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ୦୮/୩୫ ଗତେ ଉତ୍ତରଭାଦ୍ର ,ସୁର୍ୟୋଦୟ-ପ୍ରାତଃଘ୦୫/୨୬/୧୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୪/୫୯ ,ଯୋଗିନୀ ନୈରୁତେ ଦିବା ଘ୧୧/୫୨ ଗତେ ଦକ୍ଷିଣେ ,ବିଛା,ଧନୁ ଓ ମୀନରାଶିର ଘାତବାର ,ଧନୁ ରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଦ୍ଵାଦଶୀ ଏକୋଦିଷ୍ଟଶ୍ରାଦ୍ଧ ,ମୃତେ ଦିବା ଘ୦୯/୩୫ ଗତେ ଦିବା ଘ୧୧/୫୨ ମଧ୍ୟେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା- ଦିବା ଘ୦୮/୩୩ଗତେ ଘ୧୧/୪୨ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଡିବା ଘ୦୭/୦୨ ମଧ୍ୟେ ଓ ଘ୧୨/୩୭ଗତେ ଘ୦୨/୧୫ ମଧ୍ୟେ ଓ ଘ୦୩ /୫୦ ଗତେ ଘ୦୬/୦୨ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୪୫ ଗତେ ଘ୧୧/ ୩୪ ମଧ୍ୟେ ଓ ଘ୦୪/୨୦ଗତେଘ୦୫/୧ମଧ୍ୟେ ,ଅଦ୍ୟ ପୋଈ ଦିବାଘ୧୧/୫୨ଗତେ ବାଇଗଣ ଭକ୍ଷଣ ନିଷେଧ
ମେଷ:- ମନରେ ଧାର୍ମିକଭାବନା ଉଦୟ ହେବ।ବିନାସ୍ବାର୍ଥରେ ଅନ୍ୟରସହାୟତା କରି ଖୁସିଅନୁଭବ କରି ବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ:- ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ:-ଆଜି ଆପଣ କିଛି ଖାସ୍ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
ସି˚ହ:-ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
କନ୍ୟା:-ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ।କୌଣସି ବଡ଼ନେଣଦେଣ କରିପାରନ୍ତି।ପ୍ରେମଆଳାପରେ ସତେଜତା ଅନୁଭବ କରିବେ।
ତୁଳା:-ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
ବିଛା:-ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳମିଳିବ।ଧନପ୍ରାପ୍ତିର ପ୍ରବଳଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସିକାମ ପୂରା ହୋଇପାରେ।ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ।
ଧନୁ:-ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
ମକର:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
କୁମ୍ଭ:-ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସିେର ସମୟ କଟିବ।
ମୀନ:-ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କଭଳି ରହିବେ।ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତାପ୍ରଶ˚ସାକରିବେ।ଯିବାକୁଥିବା ଯାତ୍ରା କଲ୍ୟାଣକାରୀହେବ।ବ୍ୟବସାୟରୁ ପ୍ରଚୁରଲାଭ ମିଳିବ । !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
ଆଜିର ରାଶିଫଳ
