ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ

0 60

ବାରଙ୍ଗ, ୪/୧୦(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ନିକଟରେ ଗୋଟିଏ ବଗିଚା ଭିତରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ପ୍ରକାଶ ଯେ ମଧୁବନ ଗ୍ରାମ ନିକଟସ୍ଥ ଏକ ଘରୋଇ ବିଦ୍ୟାଳୟ ଲାଗି ଚିନୁମିତ୍ର ବଗିଚା ଭିତରେ ୪୨ ମୈଜା ଅଂଚଳର ଜ୍ୟୋତି ପ୍ରସାଦ ଦେବତା (୬୦) ଦୀର୍ଘ ଦିନ ହେବ ଦେଖାଶୁଣା କରିବା ସହିତ ସେହିଠାରେ ରୁହନ୍ତି। ଗୁରୁବାର ଭୋର ୪ଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଝାରସୁଗୁଡ଼ା ବିରମିତ୍ରପୁର ଅଂଚଳର ପ୍ରଦିପ ଦାସ(୪୯) ଏକ ପରିବା କଟା ଛୁରୀ ମାଧ୍ୟମରେ ଜ୍ୟୋତି ପ୍ରସାଦଙ୍କ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ ରେ ଜ୍ୟୋତି ପ୍ରସାଦ ଗୁରୁତର ଆହତ ହୋଇଥିଲେ। ଜ୍ୟୋତି ପ୍ରସାଦଙ୍କ ଚିତ୍କାର କରିବା ରୁ ନିକଟରେ ଥିବା ସ୍ଥାନୀୟ ଅଂଚଳର ଲୋକମାନେ ଘଟଣାସ୍ଥଳରେ ପହଂଚି ଗୁରୁତର ଆହତ ଜ୍ୟୋତି ପ୍ରସାଦଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆକ୍ରମଣକାରୀ ପ୍ରଦିପ ଗୁରୁବାର ଦିନ ପୂର୍ବାହ୍ନ ରେ ବାରଙ୍ଗ ଥାନାରେ ଆତ୍ମସମର୍ପଣ କରିଥିଲେ। ଏସଂକ୍ରାନ୍ତରେ ଗୁରୁବାର ସଂନ୍ଧ୍ୟାରେ ଜ୍ୟୋତି ପ୍ରସାଦଙ୍କ ପୁଅ ହୋଚିମିନି ଦେବତା ବାରଙ୍ଗ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାରଙ୍ଗ ପୋଲିସ କେଶ୍ ନଂ ୩୭୨/୨୪ ମାମଲା ରୁଜ୍ଜୁ କରି ଶୁକ୍ରବାର ପ୍ରଦିପ ଙ୍କୁ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.