ଆକ୍ରମଣର ଶିକାର ହୋଇଥିବା ଯୁବକ ମୃତ

ଭୁବନେଶ୍ୱର, ୧୯/୩(ଏସଏସନିଉଜ) ଗତ ଗୁରୁବାର ରାତିରେ ମାହାଙ୍ଗା ଥାନା ଭଦରେଶ୍ୱର ଫାଣ୍ଡି ଅଧିନ ଗୋପାଳପୁର ବେଗୁନିଆପଦା ଗ୍ରାମରେ ଆକ୍ରମଣର ଶିକାର ହୋଇଥିବା ମଣ୍ଟୁ ଦାସଙ୍କର କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନରେ ମୃତ୍ୟୁ ହୋଇଛି । ଏକ ରଡ ରେ ବ୍ୟକ୍ତିଗତ ଶତ୍ରୁତା କାରଣରୁ ସେହି ଗ୍ରାମର ଧୀରେନ ଦାସ ଓ ତାଙ୍କ ଭାଇ ବୀରେନ ଦାସଙ୍କ ସହ ତାଙ୍କ ଶଳା ଅର୍ଜୁନ ଦାସ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏନେଇ ଫାଣ୍ଡିରେ ମଣ୍ଟୁ ଦାସଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

- Advertisement -

Leave A Reply

Your email address will not be published.