ଭୁବନେଶ୍ଵର,୨।୩(ଏସଏସନିୟୂଜ)ନିଜ ଆଡୁ ରାସନ କାର୍ଡ ଫେରାଇବାକୁ ପୁଣି ଯୋଗାଣ ମନ୍ତ୍ରୀ ଅପିଲ୍ କରିଛନ୍ତି।ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର କାର୍ଡ ଫେରାନ୍ତୁ।ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ ଫେରାଇ ଦିଅନ୍ତୁ।ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେବେନି, ଫେରାଇ ଦିଅନ୍ତୁ।କାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ଆବେଦନ ହୋଇଛି।ପୂର୍ବରୁ ୬ ଲକ୍ଷ ଆବେଦନକାରୀ ରାସନ କାର୍ଡ ଅପେକ୍ଷାରେ ଅଛନ୍ତି।୮୦ ହଜାର ଅଯୋଗ୍ୟ ହିତାଧିକାରୀ ଫେରାଇଲେଣି ୧୨ ହଜାର କାର୍ଡ।ସାଢ଼େ ୪ ହଜାର ସରକାରୀ କର୍ମଚାରୀ କାର୍ଡ ଫେରାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।