୨୦୨୪ ମସିହା ମଇମାସ ୧୨ତାରିଖ ରବିବାର।ଶ୍ରୀମଦ୍ ଆଦିଶଙ୍କରାଚାର୍ଯ୍ୟଜୟନ୍ତୀ।ସୁର୍ଯ୍ୟୋଦୟ-ଘ୫/୧୫/୪୫,ସୂର୍ଯ୍ୟାସ୍ତ-ଘ୬/୧୦/୭, ବୈଶାଖମାସ ,ଶୁକ୍ଳପକ୍ଷ,ଆଦିତ୍ୟବାସ,ତିଥି- ପଞ୍ଚମୀ ରାତ୍ରି ଘ୧/ ୫୧ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଆର୍ଦ୍ରା ନକ୍ଷତ୍ର ଦିବା ଘ୧୦/୫୩ ମି ପର୍ଯ୍ୟନ୍ତ ତଦନ୍ତେ ପୁର୍ନବସୁ ନକ୍ଷତ୍ର।ଚ଼ନ୍ଦ୍ର- ମିଥୁନଚନ୍ଦ୍ର (ଅହୋରାତ୍ର)।ସୌର ଚଳନେ ମେଷ ଦି୨୯ନ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ରାତ୍ରି ଘ୧/୫୧ମି ପରେ ପଶ୍ଚିମ ଦିଗରେ।ଅଗନ୍ତବ୍ୟ, ମାସଦଗ୍ଧା, ଷଷ୍ଠୀ ଦୋଷ ହେତୁ ସୂର୍ଯ୍ୟୋଦୟରୁ ରାତ୍ରି ଘ୧/୫୧ମି ମଧ୍ୟେ ଯାତ୍ରା ଶୁଭ।ଦକ୍ଷିଣଦିଗ,ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ମେଷ,ବୃଷ,ମିଥୁନ, ସିଂହ,ତୁଳା,ଧନୁ,ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- କନ୍ୟାରାଶିର ଘାତଚନ୍ଦ୍ର।ଘାତ ବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳ ବେଳା ଦିବା ଘ୧୦/୫ମି ରୁ ଘ୨/୨୧ମିପର୍ଯ୍ୟନ୍ତ।(କାଳରାତ୍ରି)ରାତ୍ରି ଘ୧/୮ମି ରୁ ଘ୨/୨୭ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ଦିବା ଘ୬/୫୦ମି ରୁ ଘ୯/ ୧୪ମି ମଧ୍ୟେ, ଘ୧୧/୩୮ମି ରୁ ଘ୨/୨ମି ମଧ୍ୟେ, ଅସ୍ତରୁ ରାତ୍ରି ଘ୭/୪୭ମି ମଧ୍ୟେ, ଘ୧୦/୫୯ମି ରୁ ରାତ୍ରି ଘ୧/୨୩ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା- ଦିବା ଘ୩/୩୮ମି ରୁ ଘ୪/୨୬ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୧ପାଦ ବାର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଭୂମି ଦାନ। ଦିବା ଘ୧୦/୫୩ମି ପରେ ୨ ପାଦବାର ଓ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ଭୂମି ଓ ତିଳସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ଦିବା ଘ୧୦/୫୩ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା ଓ ଦରିଦ୍ରା।ରଜଶ୍ଚକ୍ରେ ଶ୍ରୀମତୀ। ଦିବା ଘ୧୦/୫୩ମିପରେ ବନ୍ଧ୍ୟା। ଫଳଂ ସ୍ତ୍ରୀ ବିଧବା ଓ ଦରିନ୍ଦ୍ରା।ଘୃତତାମ୍ରପାତ୍ର, ରକ୍ତବସ୍ତ୍ର, ତିଳ ସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ।ଶୁଭକର୍ମ- ଦିବା ଘ୧୦/୫୩ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ୭ ନକ୍ଷତ୍ରେ ଦେବତା ଗଠନ, ନବଦୋଳା ଦ୍ୟାରୋହଣ, ନୌକା ଗଠନ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରାଶନ, ହୋମାଦି ସ୍ବସ୍ତ୍ୟୟନ, ନବ ଶଯ୍ୟାସନା ଦ୍ବୁପଭୋଗ, ଔଷଧସେବନ, ହଳପ୍ରବାହ, ବୀଜବପନ, ଅଳଙ୍କାର ଭୂଷଣ, ଧାନ୍ୟସ୍ଥାପନ, ନବାନ୍ନ, ରାତ୍ରି ଘ୧/୫୧ମି ମଧ୍ୟେ ୭ ନକ୍ଷତ୍ରେ ନିଷେକ।
🐏ମେଷ👉 ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
🐮ବୃଷ👉ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ କରିବେ। ଦେବ କାର୍ଯ୍ୟ କରିବେ। ଧାତୁବାଦରେ ଧନ ବ୍ୟୟ କରିପାରନ୍ତି।
👩❤️👨ମିଥୁନ👉ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ପ୍ରାପ୍ତ ହେବେ। ବ୍ୟବସାୟରୁ ଲାଭ ମିଳିବ।
🦀କର୍କଟ👉କର୍ମକ୍ଷେତ୍ର ସହଜ-ସୁଲଭ ହେବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜଳ ଯୋଗାଣରେ ଧନ ଲାଭ ହେବ।
🦁ସିଂହ👉କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଧର୍ମକ୍ରିୟାରତ ହେବେ। ଜନ ଆଶିଷ ମିଳିବ।
🙎♀️କନ୍ୟା👉 ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିବେ। ସାଧନାରେ ଶାଶ୍ବତ ସୁଖର ସନ୍ଧାନ ପାଇବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
⚖️ତୁଳା👉ସର୍ବସୁଖ ଭୋଗକରି ପାରନ୍ତି। କର୍ମତତ୍ପର ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ସହଯୋଗ ମିଳିବ।
🦂ବିଛା👉ଶତ୍ରୁତାର ଅବସାନ ଘଟିବ। ସ୍ଥିର ମାନସିକତା ଓ ଧୀର ଚିତ୍ତରେ କାର୍ଯ୍ୟ କରିବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
🏹ଧନୁ👉ଶାସ୍ତ୍ର ଅଧ୍ୟୟନ କରି ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ସର୍ବଦର୍ଶୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପଦକ୍ଷେପ ପ୍ରଶଂସନୀୟ ହେବ।
🐊ମକର👉 ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଜଳାଶୟ, ପିତୃଭକ୍ତି ଓ ସ୍ବଗୃହ କର୍ମରୁ ସୁଖଭୋଗ କରିପାରନ୍ତି। ଯାନବାହନ ସୁଖ ଅଛି।
🏺କୁମ୍ଭ👉ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
🐟ମୀନ👉ବିଭିନ୍ନ ଦିଗରୁ ଧନାଗମ ହେବ। ଉପବାସାଦି ଧର୍ମକ୍ରିୟାରେ, ବିଦ୍ୟା ପ୍ରଭାବରେ, ବ୍ୟବସାୟରେ ଓ ମାତାପିତାଙ୍କଠାରୁ ଧନପ୍ରାପ୍ତ ହୋଇପାରନ୍ତି। ନୀତିନିଷ୍ଠ ହେବେ। ଚତୁର ହେବେ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା!!
ଆଜିର ରାଶିଫଳ
Prev Post
Next Post