ଅଜିରରାଶିଫଳ

ରୋଷେଇ ଘରେ ତିନୋଟି କାର୍ଯ୍ୟ ଭୁଲରେ କରନ୍ତୁ ନାହିଁ ନଚେତ ....

0 116

୨୦୨୪ମସିହା ଜୁନ୍ ମାସ ୮ତାରିଖଶନିବାର ।ଅଦ୍ୟ ରମ୍ଭା ତୃତୀୟା ବ୍ରତଂ, ସାୟାହ୍ନ ବ୍ୟାପ୍ତି ବ୍ୟବସ୍ଥା।ସୁର୍ଯ୍ୟୋଦୟ- ଘ୫/୧୦/୩୫ ,ସୂର୍ଯ୍ୟାସ୍ତ- ଘ୬/୨୦/୧୭ ,ଜ୍ୟେଷ୍ଠମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ଦ୍ବିତୀୟା ଦିବା ଘ୩/୪୬ମିପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଆର୍ଦ୍ରା ନକ୍ଷତ୍ର ରାତ୍ରି ଘ୮/୧୩ମି ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ ନକ୍ଷତ୍ର।ଯୋଗ- ଗଣ୍ଡଯୋଗ ରାତ୍ରି ଘ୭/୩୧ମିପର୍ଯ୍ୟନ୍ତ ତଦନ୍ତେ ବୃଦ୍ଧିଯୋଗ। କରଣ- କୌଳବକରଣ ଦିବା ଘ୩/୪୬ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୩/୪୧ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୩/୪୬ମିପରେ ଆଗ୍ନେୟକୋଣରେ।ଶନିବାରଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ ।ଚନ୍ଦ୍ରଶୁଦ୍ଧି–ମେଷ,ବୃଷ,ମିଥୁନ,ସିଂହ,ତୁଳା,ଧନୁ,ମକର ଓ କୁମ୍ଭ ଏହିରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୮/ ୧୩ମି ପରେ ୨।୪।୬।୮।୮।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବୋଇତାଳୁ ଦିବା ଘ୩/୪୬ମିପରେ ପଟୋଳଭକ୍ଷଣ ନିଷେଧ।ଅଶୁଭବେଳା-(କାଳବେଳା) ପ୍ରାତଃ ଘ୫/୧୧ମି ରୁ ଘ୬/୫୧ ମି ମଧ୍ୟେ, ଦିବାଘ୪/୪୨ମି ରୁ ଅସ୍ତଘ୬/୨୦ମିପର୍ଯ୍ୟନ୍ତ।(ବାରବେଳା) ଦିବା ଘ୧/୨୫ମି ରୁ ଘ୩/୪ମି ପର୍ଯ୍ୟନ୍ତ।(କାଳରାତ୍ରି)ସନ୍ଧ୍ୟା ଘ୬/୨୦ମିରୁ ଘ୭/୪୦ମି ମଧ୍ୟେ, ରାତ୍ରି ଘ୩/୧୨ମି ରୁ ଘ୫/୧୧ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ଦିବା ଘ୨/୪୭ମି ରୁ ଘ୫/୧୧ମିମଧ୍ୟ, ରାତ୍ରି ଘ୭/୧୦ମି ରୁ ଘ୭/୫୮ମି ମଧ୍ୟେ, ଘ୧୧/୫୮ମି ରୁ ଘ୨/୨୨ମି ମଧ୍ୟେ, ଘ୩/୫୮ମି ରୁ ରାତ୍ରିଶେଷ ଘ୫/୧୧ମି ପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ପ୍ରାତଃ ରୁ ଘ୫/୫୯ମି ମଧ୍ୟେ, ଘ୯/୧୧ମି ରୁ ଘ୧୧/୩୫ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୨ ପାଦବାର ଓ ତିଥି ପୁଷ୍କରଦୋଷ। ଫଳଂ କୃଷିହାନି ଓ ଗୋପଶୁ ସମ୍ପଦର ବିନାଶ। ଭୂମି ଓ ଅନ୍ନବସ୍ତ୍ର ଦାନ। ଦିବା ଘ୩/୪୬ମିପରେ ୧ପାଦବାର ପୁଷ୍କରଦୋଷ।ଫଳଂ କୃଷିହାନି ଓ ଭୂମିଦାନ।ରାତ୍ରି ଘ୮/୧୩ମିପରେ ୨ପାଦବାର ଓ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ।ଭୂମି,ତିଳସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତିବିଧେୟ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୮ /୧୩ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀ ବିଧବା ଓ ଦରିଦ୍ରା।ଘୃତପୂର୍ଣ୍ଣ ତାମ୍ରପାତ୍ର,ରକ୍ତବସ୍ତ୍ର, ତିଳ ସୁବର୍ଣ୍ଣ, ତଣ୍ଡୁଳଦାନ କରଣୀୟ।ରଜଶ୍ଚକ୍ରେ ଶ୍ରୀମତୀ। ରାତ୍ରି ଘ୮/୧୩ମି ପରେ ବନ୍ଧ୍ୟା।ଶୁଭକର୍ମ- ନାହିଁ ।
🐏ମେଷ-ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ। ଯେତେବେଳ ପର୍ଯ୍ୟନ୍ତ ଜଣେ ସ୍ତ୍ରୀ ଆପଣଙ୍କ ଜୀବନ ମଧ୍ୟରେ ଆପଣଙ୍କୁ ବୁଝିଛି ଏବଂ ଉତ୍ସାହିତ କରୁଛି, ତା ପାଇଁ ସବୁକିଛି ଆଜି ତ୍ୟାଗ କରିବା ସ୍ୱାଭାବିକ ଅଟେ । ସେ ଆପଣଙ୍କ ମାଆ ମଧ୍ୟ ହୋଇପାରନ୍ତି । ପାରିବାରିକ ତଥା ଘର ବିଷୟରେ ଆଲୋଚନା ମଙ୍ଗଳମୟ ହେବ । ଯଦି କିଛି ପାଇ ନାହାନ୍ତି ତେବେ ଆଶା ଛାଡନ୍ତୁ ନାହିଁ ।
🐮ବୃଷ-ଆଜି ବିଦେଶରୁ ସୁଫଳଯୁକ୍ତ ଖବର ପାଇବେ ନିଜ ବନ୍ଧୁ ତଥା ଆତ୍ମିୟମାନଙ୍କଠାରୁ। ଏଥିରେ ଖୁସୀ ହୋଇ ବିଦେଶ ଯିବାପାଇଁ ମନ ବଳିବ । ଛାତ୍ର ମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୁଳ ଅଟେ । ଛୁଟିର ଆନନ୍ଦ ନେଇପାରନ୍ତି । ଏହିସବୁ କାରଣରୁ ଆନନ୍ଦିତ ହୋଇରହିବେ । କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ ।
👩❤️👨ମିଥୁନ-କିଛି ଆଶ୍ଚର୍ଯ୍ୟ ଏବଂ ବିଷାଦପୂର୍ଣ୍ଣ ଘଟିପାରେ, ମିଥୁନ ରାଶିର ବ୍ୟକ୍ତିମାନେ ସତର୍କ ହୁଅନ୍ତୁ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ତେଣୁ, ଆପଣ ଭଲ ପାଉଥିବା ଅଭ୍ୟାସ ଏବଂ ଉପକରଣରେ ମିଶି ଯାଆନ୍ତୁ । ଏହା ଆପଣଙ୍କୁ ଚିନ୍ତା ବିହୀନ କରିଦେବ ।
🦀କର୍କଟ-ଆପଣ ଆଜି ଦିନଟିରେ ଆପଣଙ୍କ ପରିବାର ଏବଂ ସାଙ୍ଗ ସାଥି ସହିତ ମଜା ମଜଲିସ୍‌ କରିପାରନ୍ତି । ଆର୍ଥିକ ଲାଭ ହୋଇପାରେ । ବ୍ୟବସାୟୀ ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ପ୍ରତିଜ୍ଞାର ଦିବସ ହେବ । ଆପଣଙ୍କ ବ୍ୟବସାୟ ପାର୍ଟ୍‌ନର୍‌ଠାରୁ ଆପଣ ଲାଭବାନ ହେବେ । ଆପଣ ପ୍ରିୟଜନଙ୍କ ସଙ୍ଗରେ ଭ୍ରମଣ ଆପଣଙ୍କ ମନରେ ବହୁତ ଦିନ ପର୍ଯ୍ୟନ୍ତ ଛାପି ରହିବ ।
🦁ସିଂହ-ଆଜି ଦିନଟି ଆପଣଙ୍କ ପାଇଁ ଏତେ ଟା ଶୁଭ ନୁହେଁ । ଆପଣ ଅସଂଖ୍ୟ ଚିନ୍ତା, ବ୍ୟସ୍ତତା, ଏବଂ ଦାରିଦ୍ର୍ୟ ଆପଣଙ୍କୁ ଘାରି ପକାଇପାରେ । ଛାତିକୁ ଦମ୍ଭ କରନ୍ତୁ । ଆଜିର ଦିନଟି ଅଫିସ୍‌ରେ ଆପଣଙ୍କ ପାଇଁ ଖୁସିରେ ଯିବ ନାହିଁ ସେଥିପାଇଁ ଆପଣ ଆପଣଙ୍କର ପ୍ରତିଦିନର ବ୍ୟସ୍ତ କାମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବା କଠିନ ହେବ ।
🙎♀️କନ୍ୟା-ଆଜି ଦିନରେ ଛାତ୍ରମାନଙ୍କ ପାଇଁ କଠିନ ରହିବ । ଆପଣଙ୍କର ଲକ୍ଷ୍ୟ ଘୁଞ୍ଚିଯାଇପାରେ । ପିଲାମାନେ ଦିନସାରା ଆପଣଙ୍କୁ ବ୍ୟସ୍ତ କରି ପକାଇବେ । ଆଜି, ନିବେଶକମାନେ ସାବଧାନତା ଅବଲମ୍ବନ କରିବେ । ଆପଣଙ୍କୁ କୌଣସି ପ୍ରକାର ଭୌତିକ ତର୍କ ଏବଂ ଆଲୋଚନାଠାରୁ ବିରତି ରହିବାକୁ ପରାମର୍ଶ ଦିଆଯାଇଛି ।
⚖️ତୁଳା-ଆଜି ଦିନଟି ଆପଣଙ୍କ ପାଇଁ ମାନ୍ଦାଳିଆ ରହିବ । ଆପଣ ଶାନ୍ତ ଏବଂ ନିରବ ରହିବା କଷ୍ଟକର ହୋଇପଡିବ । ସବୁ ସମୟରେ ସତର୍କ ରହିବା ଭଳି ଘଟଣା ବିଶେଷ କରି ସଂପତ୍ତି ବିଷୟରେ କଥାବାର୍ତ୍ତା କରିବା ପ୍ରତି ବିରତ ରୁହନ୍ତୁ । ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ପରିବାରର ପରିବେଶ ଅସ୍ଥିର ରହିବ । ତର୍କ ଏବଂ ଯୁକ୍ତି ନ କରିବା ପାଇଁ ଚେଷ୍ଟା କରନ୍ତୁ ।
🦂ବିଛା-ଦୟାକରି ସମସ୍ୟା ଯୋଗୁଁ ଅଟକି ଯାଆନ୍ତୁ ନାହିଁ , ସେଗୁଡିକ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଘରର ପରିବେଶ ଅନୁକୂଳ ସାବ୍ୟସ୍ତ ହେବ ନାହିଁ । ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ଆଉ ମଧ୍ୟ, ଆପଣଙ୍କର ରାଗପଣତା ଆପଣଙ୍କୁ ତିଳେ ମାତ୍ର ସାହାଯ୍ୟ କରିବ ନାହିଁ ; ସାବଧାନ ରୁହନ୍ତୁ । ଶେଷ ହୋଇ ନ ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପଡିବ, ତଥାପି ଆପଣ ଶାନ୍ତ ରୁହନ୍ତୁ ଏହା ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବ ।
🏹ଧନୁ-ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣ ଆର୍ଥିକ ଲାଭରେ ରହିପାରନ୍ତି । ମହିଳାମାନଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯିବ । ଆପଣଙ୍କ ପ୍ରିୟଜନ ଆପଣଙ୍କ ଖୁସି ପାଇଁ ଆନନ୍ଦିତ ହେବେ । ନୂଆ କାମ ହାତକୁ ନେବାର ଏହା ହେଉଛି ସଠିକ ସମୟ । ଛୋଟିଆ ଯାତ୍ରା କରିପାରନ୍ତି । ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ |
🐊ମକର-ଦିନଟି ଆଶ୍ଚର୍ଯ୍ୟମୟ ରହିବ । ଗୋଟିଏ ପ୍ରାର୍ଥନା ସହ ଦିନ ଆରମ୍ଭ କରନ୍ତୁ । ଆଜି ପ୍ରତ୍ୟେକ ଜିନିଷ ସଠିକ୍‌ ସ୍ଥାନ ଏବଂ ସଠିକ୍‌ କ୍ରମରେ ରହିବ । ଏହାକୁ ପ୍ରିୟଜନ କିମ୍ବା ବ୍ୟବସାୟ ସହ ଯୋଡନ୍ତୁ । ସଠିକ୍‌ ହୁଅନ୍ତୁ । ବ୍ୟବସାୟ ଦୃଷ୍ଟିରୁ ଆପଣ ଜଣେ ଯଥୋଚିତ କର୍ମଚାରୀ ହେବେ ।
🏺କୁମ୍ଭ-ନିଜ ଶରୀର, ସୁଖାଦ୍ୟ, ଏବଂ ବ୍ୟାୟାମ ଇତ୍ୟାଦିରେ ଅବହେଳା କରନାହିଁ । ଠିକରେ ବିଶ୍ରାମ ମିଳିବ ନାହିଁ, ଶେଷରେ ଆଜି ସେ ତା’ର ପ୍ରଭାବ ଦେଖାଇବ। ନିଜେ ଅସୁସ୍ଥତା ଅନୁଭବ କରିବେ, ଯେଉଁଥିରେ ମାନସିକ ସ୍ଥିରତା ଦରକାର। ବିଶ୍ରାମ ନେବାପାଇଁ ଯଦିସମ୍ଭବ, ଅସୁସ୍ଥତା କାରଣରୁ ଛୁଟି ନେଇ ପାରନ୍ତି। କଚେରୀ କାମରେ ସାବଧାନ ଏବଂ କାହା କଥାରେ ଧନ ଲଗାନ୍ତୁ ନହିଁ। ପଇସାପତ୍ର, ବାକ୍ୟ ଓ ରାଗିଯିବା ଅଭ୍ୟାସ ପ୍ରତି ସାବଧାନ ହୁଅ। ଆଜି ନିଜ ପ୍ରିୟଜନ ତୁମକୁ ବିରୋଧ କରିବେ। ଏଥିରେ ଗୁରୁତ୍ୱ ଦିଅନାହିଁ, ବରଂ ସେମାନଙ୍କ ନିର୍ଦେଶ କୁ ନିରିକ୍ଷଣ କରନ୍ତୁ, ହୁଏତ ଆପଣ ଭୁଲ ଥାଇପାରନ୍ତି, ବଦଳି ଯାଆନ୍ତୁ।
🐟ମୀନ-ହଠାତ୍‌ ଆର୍ଥିକ ଲାଭର ସମ୍ଭାବନା ନିଶ୍ଚିତ ଭାବରେ ରହିଛି । ଏପରିକି ଆପଣ ପଇସା ହିସାବରେ ପ୍ରାଇଜ୍‌ କିମ୍ବା ଲଟେରୀ ଜିତିପାରନ୍ତି । ମୋଟାମୋଟି ଭାବରେ ଖୁସି, ଭାଗ୍ୟଶାଳୀ ସମୟର ଆଶା କରାଯାଉଛି । ପିଲାମାନଙ୍କଠାରୁ ଭଲ ଖବର ଆସିପାରେ, ଏବଂ ଆପଣ ଆପଣଙ୍କ ପୁରୁଣା, ଦୀର୍ଘ ଦିନରୁ ଭେଟ ହୋଇ ନଥିବା ବନ୍ଧୁମାନଙ୍କୁ ଭେଟି ଭାଗ୍ୟବାନ ଅନୁଭବ କରିବେ।

 

ରୋଷେଇ ଘରେ ଏହି ତିନୋଟି କାର୍ଯ୍ୟ ଭୁଲରେ ମଧ୍ୟ କରନ୍ତୁ ନାହିଁ। ନଚେତ ଦେବୀଲକ୍ଷ୍ମୀ ହୋଇ ଯାଇଥାନ୍ତି କ୍ରୋଧିତ…..
ଆଜି ଜାଣିବା, ରୋଷେଇଘରେ କେଉଁଜିନିଷ ଶେଷହେବାକୁ ଦେବେନାହିଁ ଏବଂ କେଉଁଜିନିଷ ରୋଷେଇଘରୁ ତୁରନ୍ତ ବାହାରକରି ଦେବା ଉଚିତ। ନଚେତ ଘରେ ବାସ୍ତୁଦୋଷ ଉତ୍ପନ୍ନହେବାର ସମ୍ଭାବନାରହିଥାଏ। ଆମ ସମସ୍ତଙ୍କଘରର ରୋଷେଇଘରକୁ ଅଧିକପ୍ରାଧାନ୍ୟ ଦିଆ ଯାଇଥାଏ। ଏହି ରୋଷେଇଘରୁ ବ୍ୟକ୍ତିର ଭାଗ୍ୟ ଓ ଭବିଷ୍ୟତ ନିର୍ଧାରଣ ହୋଇଥାଏ।କାରଣ ରୋଷେଇଘର ପରିଷ୍କାରପରିଚ୍ଛନ୍ନ ରହିଲେ ଏବଂ ଜିନିଷପତ୍ର ପରିପୂର୍ଣରହିଲେ ଦେବୀଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।ରୋଷେଇଘରୁ ଯେଉଁଜିନିଷ ସରିବା ଅନୁଚିତ ଆସନ୍ତୁ ସେହି ବିଷୟରେ ଜାଣିବା।

ପ୍ରଥମେହେଉଛି ଅଟା-ଅଟାଡବାରୁ ସମ୍ପୂର୍ଣ୍ଣଭାବରେ ଅଟାସରିବା ଉଚିତନୁହେଁ। ନଚେତ ଦେବୀଲକ୍ଷ୍ମୀ କ୍ରୋଧିତ ହୋଇଯାଇଥାନ୍ତି।
ଦ୍ଵିତୀୟରେହେଉଛି ହଳଦୀ- ହଳଦୀକେବେବି ରୋଷେଇଘରୁ ସରିବା ଉଚିତନୁହେଁ। ହଳଦୀ ଆମ ସ୍ବାସ୍ଥ୍ୟପାଇଁ ଅତ୍ୟନ୍ତଲାଭଦାୟକ ଅଟେ।, ଗୁରୁ ଗ୍ରହ ଅଶୁଭଫଳ ପ୍ରଦାନ କରିଥାଏ।
ତୃତୀୟରେହେଉଛି ଚାଉଳ- ଅଧିକାଂଶଲୋକେ ରୋଷେଇଘରୁ ଚାଉଳ ସରିଯିବା ପରେ ହିଁ ଚାଉଳ ଆଣିଥାଆନ୍ତି। ଏହି ଚାଉଳସାରି ସରିବା ପୂର୍ବରୁ ଚାଉଳଆଣି ଢାଳିବାଉଚିତ। ନଚେତ ଦେବୀଲକ୍ଷ୍ମୀଙ୍କ କ୍ରୋଧରଶିକାର ହେବାକୁପଡିପାରେ।ଚାଉଳକୁ ଶୁକ୍ରଗ୍ରହ ସହିତ ଯୋଡା ଯାଇଥାଏ। ଶୁକ୍ରଗ୍ରହ ଭୌତିକ,ସୁଖ ସମୃଦ୍ଧିରକାରକ ଗ୍ରହ ଅଟେ।
ଲୁଣ-କେବେବି ଅନ୍ୟମାନଙ୍କଘରୁ ଲୁଣମାଗିବାକୁ ଯାଆନ୍ତୁନାହିଁ। ନିଜଘରେ ସର୍ବଦା ଲୁଣ ପରିପୂର୍ଣକରି ରଖନ୍ତୁ। ନଚେତ ଆପଣଙ୍କଘରର ଧନ ଭଣ୍ଡାର ଖୁବଶୀଘ୍ର ଖାଲିହୋଇଯିବାର ସମ୍ଭାବନାରହିଛି।
ବାସ୍ତୁଶାସ୍ତ୍ରଅନୁସାରେ ରୋଷେଇଘରେ କିଛି ଏଭଳି ଜିନିଷରଖିବା ଉଚିତନୁହେଁ, ଯାହା ନକାରାତ୍ମକସୃଷ୍ଟି କରିଥାଏ। ରୋଷେଇଘରେ କେବେବି କୌଣସି ଔଷଧପତ୍ର ରଖନ୍ତୁନାହିଁ।ଏହା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇ ଥାଏ। ଅଟାଚକଟି ଏହାକୁ ଫ୍ରିଜମଧ୍ୟରେ ରଖନ୍ତୁନାହିଁ। ରୋଷେଇଘରେ ସାତ୍ୱିକ ଓ ତାମସିକଖାଦ୍ୟ ରନ୍ଧନ ହୋଇଥାଏ, ତେଣୁ ରୋଷେଇଘରେ କେବେବି କୌଣସି ଦେବୀ କିମ୍ବା ଦେବତାଙ୍କମୂର୍ତ୍ତି ରଖନ୍ତୁନାହିଁ।
ବାସ୍ତୁଶାସ୍ତ୍ରଅନୁସାରେ ରୋଷେଇଘରକୁ କେବେବି ଜୋତା କିମ୍ବା ଚପଲପିନ୍ଧି ଯିବା ଉଚିତନୁହେଁ। ଏହାଦ୍ବାରା ଦେବୀଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥାଏ। ରାତିରେ ଖାଇସାରି ଶୋଇବାପୁର୍ବରୁ ଅଇଁଠାବାସନ ରଖି ଶୁଅନ୍ତୁନାହିଁ। ଏହାଦ୍ବାରା ଦେବୀଲକ୍ଷ୍ମୀ କ୍ରୋଧିତହୋଇ ଘରୁ ପଳାଇଯାଇଥାନ୍ତି। ଏହାସହିତ ତାଉଆ ଓ କଡେଇକୁ କେବେବି ପାଖରେ ରଖନ୍ତୁନାହିଁ। ଏହା ରାହୁର ପ୍ରତୀକ ହୋଇଥାଏ। ଯାହାଫଳରେ ପରିବାରଉପରେ ନକାରାତ୍ମକ ପ୍ରଭାବ ପଡିଥାଏ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.