ଆଜିର ରାଶିଫଳ

0 61

ଜୁଲାଇ ମାସ ୦୮ତାରିଖ ୨୦୨୪ ମସିହା(ସୋମବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ତୃତୀୟା ,ନକ୍ଷତ୍ର- ପୁଷ୍ୟା ପ୍ରାତଃ ଘ ୦୬/୩୭ଗତେ ଅଶ୍ଳେଷା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୦୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୫ ,ଯୋଗିନୀ ଅଗ୍ନିକୋଣେ , ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମିଥୁନରାଶିର ଘାତବାର ,କାଳବେଳା -ଦିବା ଘ୦୬/୫୬ ଗତେ ଘ ୦୮/୩୪ ମଧ୍ୟେ ,ବାରବେଳା – ଦିବା ଘ୦୩/୦୦ ଗତେ ଘ ୦୪/୪୮ ମଧ୍ୟେ ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୫ଗତେ ଘ୧୦/୦୭ମଧ୍ୟେ ଓ ଘ୦୯/୩୬ ଗତେ ଘ୧୨/୪୬ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୪/ ୦୦ଗତେ ଘ୦୪/୪୯ ମଧ୍ୟେ ,ଅଦ୍ୟ ପୋଟଳଭକ୍ଷଣ ନିଷେଧ
ମେଷ-ଆଜି ବିଭିନ୍ନଦିଗରୁ ଅର୍ଥର ସମାଗମହେବ, କିନ୍ତୁ ସମସ୍ୟା ଛାଡ଼ିବନାହିଁ । ସାହିତ୍ୟ, ସାମ୍ବାଦିକତା,ସଙ୍ଗଠନ ଓ ରାଜନୀତିରେ ଦୃଢ଼ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ।ସନ୍ତାନଙ୍କ ବୈବାହିକକର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁପ୍ରସ୍ତାବ ସ୍ଥିରୀକୃତ ହୋଇପାରେ।ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି ।
ବୃଷ-ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।ପରିବହନ ଓ ଆମଦାନୀ ବାଣିଜ୍ୟରେ ଉନ୍ନତିକରିବେ।ପାରିବାରିକକ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ଭ୍ରାତୃ ସମ୍ପର୍କରେ ଅବନତି ଘଟିବ।
ମିଥୁନ-ଆଜି ଆପଣଙ୍କ ଅଭିଳାଷ ପୂରଣ ଓ ନୂତନଭାବରେ ଆରମ୍ଭକରିଥିବା କାର୍ଯ୍ୟ ହାସଲପାଇଁ ଚେଷ୍ଟାକଲେ ନିଶ୍ଚିତ ଉପକୃତହେବେ।କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳକରିବାରେ ସହାୟକହେବ।ପ୍ରତିବନ୍ଧକ କାରଣରୁ ବ୍ୟବସାୟୀମାନଙ୍କପାଇଁ ଦିନଟି ଭଲରେକଟିବ ନାହିଁ।
କର୍କଟ-ଆଜି ଆପଣ ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ଦେଖାଦେବ। କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଘଟିବ, ମାତ୍ର ହୁଏତ ସୁଯୋଗ ପାଇବା ସହଜ ହୋଇ ନ ପାରେ। ପାରିବାରିକ ଜୀବନରେ ପକ୍ଷପାତିତା ଅଶାନ୍ତିର କାରଣ ହେବ।
ସିଂହ-କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ, କିନ୍ତୁ କେତେକ କାମରେ ପଶ୍ଚାତାପ ଜନିତ ମନସ୍ତାପ କରିପାରନ୍ତି। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି । ଦେହ ଭଲ ରହିବା ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଶା କରିଥିବା ଜିନିଷ ବିଳମ୍ବରେ ପାଇବେ।
କନ୍ୟା-ନିଜ ଲୋକମାନଙ୍କ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ। ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଛଳନାମତ୍କ କଥାକୁ ଠିକ୍‌ ଭାବେ ବୁଝି ପାରିବେନି । ସାହିତ୍ୟ, ଚିତ୍ର୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ।
ତୁଳା-ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ଅନୁଭବ କରି ଖୁସୀ । ବନ୍ଧୁଙ୍କ ଜରିଆରେ କୌଣସି ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଳାନ୍ତ ଶରୀର ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ମନକୁ ନ ପାଇବା ହେତୁ କିଣି ଆଣିଥିବା ଜିନିଷ ବଦଳାଇବା ପାଇଁ କଷ୍ଟକର ହେବା ସୂଚନା ରହିଛି ।
ବିଛା=ଆଜି ଲକ୍ଷ୍ୟହୀନ ଭ୍ରମଣସାଙ୍ଗକୁ କାର୍ଯ୍ୟକ୍ଷେତ୍ରକୁ ଶୃଙ୍ଖଳିତ ରହିବନାହିଁ।ଆଶାକରୁଥିବା ଅର୍ଥପାଇବା ସହଜହେବନାହିଁ ବରଂ ଖର୍ଚ୍ଚାନ୍ତହୋଇ ମନସ୍ତାପ କରିବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରର ଘଟଣାଗୁଡ଼ାକ ଅସାଧାରଣମନେହେବ।ପରିବାରରେ ନିଜ ଜିଦ୍‌ରେ ଅଟଳରହି ସମସ୍ୟାକୁ ନିମନ୍ତ୍ରଣ କରି ପାରନ୍ତି।
ଧନୁ=ଆଜି ଅର୍ଥ ସମ୍ପର୍କିତ ସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟି ଯିବ । ଅବଶ୍ୟ ଆଶାନୁରୂପକ ସଫଳତା ହାସଲ କରିବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିବେ ।କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିପାରେ।
ମକର=ଆପଣଙ୍କୁ ବନ୍ଧୁଙ୍କ ପ୍ରତି ଅନୁରକ୍ତି ସୃଷ୍ଟିକରି ପାରିବାରିକ କଳହ ଦେଖାଦେଇପାରେ । ଅଫିସ୍‌ କାମରେ ଫାଇଲ୍‌ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ । ପୂର୍ବ ଶତ୍ରୁତାକୁ ନେଇ ଈର୍ଷା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ ଦୂରେଇଯାଇପାରନ୍ତି।
କୁମ୍ଭ=ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ ସମର୍ଥ ହେବେ। ଅତୀତର ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ । ଯେତେ ଭଲକାମ କଲେମଧ୍ୟ ଅନ୍ୟମାନେଦୋଷ ଖୋଜିବୁଲିବେ ।ଏଣୁ ସାବଧାନତା ନିତାନ୍ତଦରକାର।ଯାତ୍ରା,ପ୍ରଶାସନ,ଆଇନ,କଳା,ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମୀନ=ଆଜିର ଜୀବନଯାତ୍ରା ପାଇଁ ଅନୁକୂଳ ରହିବ। ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଆର୍ଥିକ ଅଭାବ ଓ ଅନଟନ କେତେକ କାମକୁ ସ୍ଥଗିତ ରଖିଦେଇପାରେ।!!ଜୟଜଗନ୍ନାଥ ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.