ଆଜିର ରାଶିଫଳ

0 62

ଜୁନ୍ ମାସ ୨୩ ତାରିଖ ୨୦୨୪ ମସିହା(ରବିବାର) ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ପ୍ରାତଃ ଘ ୦୫/୧୬;ଗତେ ଦ୍ଵିତୀୟା,ନକ୍ଷତ୍ର-ପୂର୍ବାଷାଢ଼ା ଦିବା ଘ ୦୫/୪୦ ଗତେ ଉତ୍ତରାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୫୯,
ଯୋଗିନୀ ପୂର୍ବେ ପ୍ରାତଃ ଘ ୦୫/୧୫ ଗତେ ଉତ୍ତରେ,
ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୧୦ ଗତେ ଘ୦୧/୩୦ ମଧ୍ୟେ,ଅଦ୍ୟ ମୃତେ ଏକପାଦ ଓ ପ୍ରାତଃ ଘ୦୫/୧୫ ଗତେ ଦ୍ଵିପାଦ ଓ ଦିବାଘ୦୫/୪୦ ଗତେ ତ୍ରି ପାଦ ଓ ରାତ୍ରି ଘ୦୩/୩୦ ଗତେ ଦ୍ଵିପାଦ ପୁଷ୍କରଦୋଷ,
ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୫୦ ଗତେ ଘ୦୯/୧୪ ମଧ୍ୟେ ଓ ଘ୦୧/୩୧ ଗତେ ଘ୦୨/୦୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୩୭ ଗତେ ଘ୦୪/୨୫ ମଧ୍ୟେ,ବୋଇତିକଖାରୁ ଭକ୍ଷଣ ନିଷେଧ।
ମେଷ:-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।
ବୃଷ:-ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।
ମିଥୁନ:-ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇ ପାରେ। ଆପଣଙ୍କଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ।ଈଷ୍ଟଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ।ଉଚ୍ଚଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।
କର୍କଟ:-ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କ ଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦ ଲାଭ କରିବେ। ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ:-ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ।ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।
କନ୍ୟା:-ଆଜିରଦିନ ବହୁତ ଶୁଭ ଅଟେ।ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ତୁଳା:-ଆଜି ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ।ନୂଆସମ୍ବନ୍ଧ ଅନିଷ୍ଟକାରକ ହୋଇ ପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।
ବିଚ୍ଛା:-ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।
ଧନୁ:-ପରିବାରରେ ଆନନ୍ଦର ବାତା ବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମି ମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।
ମକର:-ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀ ମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।
କୁମ୍ଭ:-ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।
ମୀନ:-ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ।ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକ ରେ ବୃଦ୍ଧିହେବ।ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତାକାରଣରୁ କାର୍ଯ୍ୟସଫଳତାରେ ସରଳତା ହେବ।

ବାସ୍ତୁଶାସ୍ତ୍ରରେ ଗଣେଶ….
ଗଣେଶ ବିଘ୍ନନାଶ,ଅଗ୍ରପୂଜ୍ୟ ଶ୍ରୀଗଣେଶ।ନୂତନଘର ପ୍ରବେଶହେଉ ଅବା ଶୁଭକାର‌୍ୟ୍ୟ, ସର୍ବପ୍ରଥମେ ପୂଜାପାଆନ୍ତି ଶ୍ରୀଗଣେଶ।ତାଙ୍କୁ ପୂଜାକଲେ ସବୁକିଛି ମଙ୍ଗଳହୋଇଥାଏ ବୋଲି ବିଶ୍ୱାସରହିଛି।ତେବେ ବାସ୍ତୁଶାସ୍ତ୍ରରେ ମଧ୍ୟ ପ୍ରଭୁଶ୍ରୀଗଣେଶଙ୍କସ୍ଥାନ ଖୁବଗୁରୁତ୍ୱପୂର୍ଣ୍ଣ।ଏହାକୁ ଅନୁସରଣକରି ପ୍ରଭୁଙ୍କପ୍ରତିମାର ଠିକସ୍ଥାପନ କରିପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ।
● ଯଦି ଘରରମୂଖ୍ୟଦ୍ୱାର ଦକ୍ଷିଣଦିଗକୁ ଖୋଲୁଥାଏ, ତେବେ ସେହିଦ୍ୱାରର ଉପରେ (ତାହା ଘରଭିତରେ ହେଉ ଅବା ବାହାରେ) ଗଣେଶଙ୍କର ଛୋଟିଆପ୍ରତିମା ଲଗାଇଲେ ଘରର ଦକ୍ଷିଣମୁଖୀ ଦୋଷ କଟିଯାଏ।
● ଘରେପ୍ରବେଶ କରିବାମାତ୍ରେ ଯଦି କିଛି ଅଜଣାନକରାତ୍ମକଭାବ ଉତ୍ପନ ହେଇଥିବା ମନେହୁଏ, ତେବେ ଘରଭିତରେ ପ୍ରବେଶଦ୍ୱାରକୁ ମୁହଁ କରି ଚାହିଁବାଭଳି ୯”ଇଞ୍ଚର ଏକ ଗଣେଶପ୍ରତିମା ସ୍ଥାପନାକରିବା ଭଲ।
●ଘରର ଯେକୈଣସିଦିଗରେ ଭଗବାନଗଣେଶଙ୍କ ପ୍ରତିମା ସ୍ଥାପନାକରିବା ଉଚିତ ନୁହେଁ।ବରଂ ଗଣେଶଙ୍କ ଫୋଟ ଓ ପ୍ରତିମାକୁ ଏଭଳି ରଖିବା ଜରୁରୀ ଯେମିତିକି ତାଙ୍କୁ ପ୍ରଣାମ କରିବାବେଳେ ଆମରମୁହଁ ପୂର୍ବ କିମ୍ବା ଉତ୍ତରଦିଗକୁ ରହିବ।ଅର୍ଥାତ୍ ଶ୍ରୀଗଣେଶଙ୍କମୁଖ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମାଭିମୁଖୀ ରହିବା ଉଚିତ।
●ଘରର ମଧ୍ୟଭାଗ ଅର୍ଥାତ ବ୍ରହ୍ମାସ୍ଥଳରେ ତୁଳସୀଗଛ ସହିତ ଶ୍ରୀଗଣେଶଙ୍କ ପୂଜାକଲେ ସମ୍ପୁର୍ଣ୍ଣଘରକୁ ସକାରାତ୍ମକଊର୍ଜା ମିଳିଥାଏ।
● ଘରେ ଶ୍ରୀଗଣେଶଙ୍କର ବସିଥିବା, ଆଶୀର୍ବାଦ ଦେଉଥିବାଭଙ୍ଗିର ପ୍ରତିମା ପୂଜାକରିବାବେଳେ ବ୍ୟବସାୟିକପରିସରରେ ଭଗବାନଙ୍କର ଅନ୍ୟ ମୁଦ୍ରାରପ୍ରତିମା ତଥା ଫୋଟ ରଖିବା ଭଲ।
● ଶ୍ରୀଗଣେଶଙ୍କର ଫୋଟ କିମ୍ବା ମୂର୍ତ୍ତି ଏପରି ସ୍ଥାନରେ ରଖନ୍ତୁନାହିଁ ଯାହାରପଛପଟେ କିମ୍ବା ଆଗରେ ଶୌଚାଳୟ ଥିବ।!!ଜୟ ଜଗନ୍ନାଥ ,ଜୟ ସୋମନାଥ, ଜୟମାଯୋଗମାୟା!!

Leave A Reply

Your email address will not be published.