ଆଜିର ରାଶିଫଳ

ଗଣେଶ ପୂଜାରେ ଭଗବାନଙ୍କୁ ଅର୍ପଣ କରନ୍ତୁ ଏହି ସବୁ ଭୋଗ-

0 92

ସେପ୍ଟେମ୍ବରମାସ ୦୭ତାରିଖ ୨୦୨୪ ମସିହା(ଶନିବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି-ଚତୁର୍ଥୀ ସନ୍ଧ୍ୟା ଘ୦୫/୨୩ଗତେ ପଞ୍ଚମୀ,ନକ୍ଷତ୍ର- ଚିତ୍ରା ଦିବା ଘ୦୧/୦୭ ଗତେ ସ୍ଵାତୀ,ଗଣେଷପୂଜା, ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୪୫,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୨୦,ଯୋଗିନୀ ନୈରୁତେ ସନ୍ଧ୍ୟା ଘ୦୫/୨୩ ଗତେ ଦକ୍ଷିଣେ,ଚତୁର୍ଥୀର ଏକୋଦିଷ୍ଟଶ୍ରାଦ୍ଧ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୭/୧୧ମଧ୍ୟେ ଓ ଦିବା ଘ୦୪/୧୮ଗତେ ଘ୦୫/୫୧ ମଧ୍ୟେ,ବାରବେଳା -ଦିବା ଘ୦୧/୧୩ଗତେ ଘ୦୨/୪୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୩୭ ଗତେ ଘ୧୨/୫୦ମଧ୍ୟେ ଓ ଘ୦୮/୧୪ ଗତେ ଘ୧୦/୩୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ମୂଳା ସନ୍ଧ୍ୟା ଘ୦୫/୨୩ଗତେ ବେଲଭକ୍ଷଣ ନିଷେଧ।
ମେଷ:-ଆଜି କୋର୍ଟକଚେରୀ ବିଷୟରେ ନପଡ଼ିବା ଉତ୍ତମହେବ।ମଧ୍ୟାହ୍ନପରେ ଆପଣ ଭଲ ଅନୁଭବକରିବେ।ପରିବାରରେ ସୁଖଶାନ୍ତି ରହିବ।କମ ସମୟରେ ଅଧିକ ଲାଭପାଇବା ବିଚାରରେ ଆପଣ ଫସି ନଯାଆନ୍ତୁ, ଧ୍ୟାନରଖିବେ।ନୂଆକାର୍ୟ୍ୟର ପ୍ରାରମ୍ଭ ଆଜି କରିପାରିବେ।
ବୃଷ:-ସନ୍ତାନସମ୍ବନ୍ଧୀତ ଶୁଭସମାଚାର ଆପଣଙ୍କୁ ମିଳିବ।ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନହେବ।ନୂଆମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି।ବ୍ୟବସାୟ ଏବଂ ଆର୍ଥିକରୂପରେ ଲାଭହେବ।ମଧ୍ୟାହ୍ନପରେ ଭାବିଚିନ୍ତି କାର୍ୟ୍ୟକଲେ ସୁଫଳପାଇବେ ।
ମିଥୁନ:-ଆଜିରଦିନ ଲାଭଦାୟୀଅଟେ।ବ୍ୟବସାୟକ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କପ୍ରଗତିର ମାର୍ଗଖୋଲିବ।ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି।ପିତା ଏବଂ ବଡ଼ଙ୍କରଆଶୀର୍ବାଦରେ ଲାଭହେବ। ମଧ୍ୟାହ୍ନପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ମିଳିପାରେ।କୌଣସି ସାମାଜିକକାର୍ୟ୍ୟରେ ଯୋଗ ଦେବାକୁବାକୁ ପଡ଼ିପାରେ।
କର୍କଟ:-ଆଜି ଅଧିକାରୀଗଣ ଆପଣଙ୍କ କାର୍ୟ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଉଚିତ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।
ସିଂହ:-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣରଖନ୍ତୁ।ସ୍ଵାସ୍ଥ୍ୟର ଧ୍ୟାନରଖିବେ।ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।
କନ୍ୟା:-ଆଜି ଆକସ୍ମିକ ଆର୍ଥଖର୍ଚ୍ଚ ହୋଇପାରେ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।
ତୁଳା:-ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ୟ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ୟ୍ୟଟନର ଯୋଗ ଅଛି।
ବିଚ୍ଛା:-ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।
ଧନୁ:-ଆଜି ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ଆବଶ୍ୟକ। ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
ମକର:- ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
କୁମ୍ଭ:- ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ନିଜ ହାତକୁ ଆସିଥିବା କାର୍ୟ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।
ମୀନ:-ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ୟ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ୟ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ବିଘ୍ନରାଜ ଶ୍ରୀଗଣେଶଙ୍କ ପବିତ୍ର ଜନ୍ମତିଥି ‘ଗଣେଶ ଚତୁର୍ଥୀ-
ଭାଦ୍ରବ ଶୁକ୍ଳଚତୁର୍ଥୀ ହେଉଛି ବିଘ୍ନରାଜ ଶ୍ରୀଗଣେଶଙ୍କ ପବିତ୍ର ଜନ୍ମତିଥି। ଏହା ‘ଗଣେଶଚତୁର୍ଥୀ’ ବା ‘ବିନାୟକଚତୁର୍ଥୀ’ ନାମରେ ସର୍ବତ୍ରଖ୍ୟାତ। ସନାତନସଂସ୍କୃତି, ପୁରାଣ ଏବଂ ଶାସ୍ତ୍ରମାନଙ୍କରେ ଯେଉଁସବୁ ଦେବଦେବୀମାନଙ୍କ ବର୍ଣ୍ଣନାଅଛି, ସେମାନଙ୍କମଧ୍ୟରେ ଗଣେଶଙ୍କ ମାହାତ୍ମ୍ୟ ସର୍ବାଧିକ। ଯେକୌଣସି ଦେବଦେବୀଙ୍କ ପୂଜା ବା ଉତ୍ସବ, ଅନ୍ୟ କୌଣସି ଧାର୍ମିକ ବା ମାଙ୍ଗଳିକକାର୍ୟ୍ୟ, ଗଣେଶଙ୍କପୂଜା ବ୍ୟତୀତ ଆରମ୍ଭ କରାଯାଏନାହିଁ। ତେଣୁ ସମସ୍ତକାର୍ୟ୍ୟରେ ସେ ଅଗ୍ରପୂଜ୍ୟ। ବିଘ୍ନରାଜ ବା ବିଘ୍ନେଶ ହୋଇଥିବାରୁ ଗଣେଶଙ୍କୁ ପୂଜାକରି ଯେକୌଣସି କାର୍ୟ୍ୟର ଶୁଭାରମ୍ଭକଲେ ତାହା ନିର୍ବିଘ୍ନରେ ସମାପ୍ତହୋଇଥାଏ। ସେ ସିଦ୍ଧି, ବୁଦ୍ଧି ଏବଂ ସମୃଦ୍ଧିଦାତା; ସେପୁଣି କଳା,ବିଜ୍ଞାନ,ବିଦ୍ୟା ଏବଂ ଜ୍ଞାନର ଦେବତା। ତେଣୁ କବି,ଲେଖକ,ଶିଳ୍ପୀ,ବ୍ୟବସାୟୀ ସମସ୍ତେ କାର୍ୟ୍ୟସିଦ୍ଧିପାଇଁ ପ୍ରଥମେ ଗଣେଶଙ୍କ ଶରଣାପନ୍ନ ହୋଇଥାନ୍ତି। ବିନାୟକବ୍ରତ ପାଳନକଲେ ସମସ୍ତ କାର୍ୟ୍ୟସିଦ୍ଧି ଏବଂ ଅର୍ଥପ୍ରାପ୍ତି , ସୁତ-ସୌଭାଗ୍ୟ -ସମ୍ପଦଲାଭ ହୁଏ ବୋଲି ପୁରାଣରେ ବର୍ଣ୍ଣିତଅଛି।
ଗଣେଶଶବ୍ଦର ଅର୍ଥ ଗଣମାନଙ୍କ ସ୍ୱାମୀ। ବସ୍ତୁତଃ ଭଗବାନଶ୍ରୀଗଣେଶ ଶବ୍ଦବ୍ରହ୍ମ ଅର୍ଥାତ୍ “ଓଁ”କାରରପ୍ରତୀକ। ଗଣପତିଙ୍କବାହନ ମୂଷା ହେଉଛି ମନୁଷ୍ୟ ଜୀବନତନ୍ତୁକୁ କାଟିଖାଉଥିବା କାଳରପ୍ରତୀକ। ତାଉପରେ ଗଣେଶ ଉପବେଶନ କରିଥିବା ଯୋଗୁଁ ସେ ମୋକ୍ଷଦେବାର ଅଧିକାରୀ ଅଟନ୍ତି; ଅର୍ଥାତ୍ ଗଣେଶ ମୃତ୍ୟୁକୁ ଆୟତ୍ତରେ ରଖିପାରନ୍ତି। ପୁନଶ୍ଚ କେତେକସ୍ଥାନରେ ଗଣେଶଙ୍କୁ ଜ୍ଞାନ ଏବଂ ତାଙ୍କ ବାହନମୂଷାକୁ କର୍ମ ରୂପେ ଅଭିହିତ କରାଯାଇଛି।ସ୍କନ୍ଦପୁରାଣରେ ବିନାୟକବ୍ରତର ମାହାତ୍ମ୍ୟ ବର୍ଣ୍ଣିତହୋଇଛି। ଏହିବ୍ରତ ପାଳନକଲେ ମନୁଷ୍ୟ କାର୍ୟ୍ୟସିଦ୍ଧି, ଅର୍ଥପ୍ରାପ୍ତି, ସୁତ-ସୌଭାଗ୍ୟ, ସମ୍ପଦଲାଭ କରିଥାଏ। ଏହି ବ୍ରତର ବିଧି ବିଧାନ ସମ୍ପର୍କରେ ସ୍ୱୟଂ ଶ୍ରୀକୃଷ୍ଣ,ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଥିଲେ ଏବଂ ଏହି ବ୍ରତ ପାଳନ କରି ଯୁଧିଷ୍ଠିର ରାଜ୍ୟ ଫେରିପାଇଥିଲେ; ସେଥିପାଇଁ ଗଣପତିଙ୍କ ନାମ ସିଦ୍ଧି ବିନାୟକ ଅଟେ।
ଯେକୌଣସିବ୍ୟକ୍ତି ଆଗ୍ରହ, ଶ୍ରଦ୍ଧା ଏବଂ ଭକ୍ତିପୂର୍ବକ ସାକାର ଅବା ନିରାକାର ଗଣପତିଙ୍କ ଉପାସନା କରିପାରିବେ। ଗଣେଶ ଚତୁର୍ଥୀ ଅବସରରେ ମନ୍ତ୍ରୋଚ୍ଚାରଣ ପୂର୍ବକ ଜପ, ଧ୍ୟାନ ଏବଂ ମନନ ସହିତ କାୟ, ମନ, ବାକ୍ୟରେ ବିଘ୍ନବିନାଶକ, ଗୌରୀନନ୍ଦନ ଗଣେଶଙ୍କର ସହସ୍ର ନାମୋଚ୍ଚାରଣ କଲେ ଅଜ୍ଞାନ ଓ ଅନ୍ଧକାର ଦୂର ହେବା ସହିତ ଗଣେଶଙ୍କ କୃପା ଅବଶ୍ୟ ଲାଭ ହୋଇଥାଏ। ସେହି ଦିବ୍ୟ କୃପାର ଆଭାରେ ମନୁଷ୍ୟ ନିଜର ସୁସୁପ୍ତ ଚେତନାକୁ ଉଜ୍ଜୀବିତ ଏବଂ ଆଲୋକିତ କରି ଦିବ୍ୟତ୍ୱର ସେହି ମହାନ୍ ପଥରେ ଅଗ୍ରସର ହୋଇପାରିବ।
ଗଣେଶ ପୂଜାରେ ଭଗବାନଙ୍କୁ ଅର୍ପଣ କରନ୍ତୁ ଏହି ସବୁ ଭୋଗ-
ବିଘ୍ନହର୍ତା ଗଜାନନ ପ୍ରଭୁ ଶ୍ରୀ ଗଣେଶ ଚତୁର୍ଥୀ । ଆସନ୍ତାକାଲି ୭ ତାରିଖରେ ଘରେ ବାହାରେ ସବୁଠି ପୂଜା ପାଇବେ ପ୍ରଭୁ ଶ୍ରୀ ଗଣେଶ । ଭଗବାନ ଗଣେଶଙ୍କୁ ୧୦ ଦିନ ଧରି ପୂଜା କରାଯାଇଥାଏ। କେତେକ ରାଜ୍ୟରେ ଏହି ଗଣେଶ ପର୍ବ କେବଳ ତିନି ଦିନ ଧରି ଚାଲିଥାଏ ଏବଂ ଏହା ପରେ ବିଷର୍ଜନ କରାଯାଇଥାଏ । କୁହାଯାଏ ଭଗବାନ ଗଣେଷ ବେଶ୍ ଖାଦ୍ୟ ପ୍ରିୟ। ତାଙ୍କର ଭୋଗରେ ରହିଛି ଅନେକ ସ୍ବତନ୍ତ୍ରତା । ବିଶେଷ ଗଣେଶ ମିଠ ପ୍ରିୟ । ସେଥିପାଇଁ ତାଙ୍କ ହାତରେ ସର୍ବଦା ଲଡୁ ରହିଥାଏ । ଏଥିସହିତ ଗଣେଷଙ୍କ ଆଉ କିଛି ପ୍ରିୟ ଭୋଗ ମଧ୍ୟ ରହିଛି।ଆସନ୍ତୁ ଜାଣିବା ଭଗବାନ ଗଣେଷଙ୍କ ପ୍ରିୟ ଖାଦ୍ୟ ଉପରେ
ମୋଦକଲଡୁ:-ମୋଦକ ଲଡୁ ଗଣେଶଙ୍କ ଅତି ପ୍ରିୟ । ଏହାର ପ୍ରସ୍ତୁତି ଶୈଳୀ ମଧ୍ୟ ଭିନ୍ନ । ମହାରାଷ୍ଟ୍ରରେ, ବିଶେଷକରି ଗଣେଶ ପୂଜା ଅବସରରେ, ଘରେ ବିଭିନ୍ନ ପ୍ରକାରର ମୋଦକ ତିଆରି କରାଯାଏ ।
ବୁନ୍ଦିଲଡୁ:-ମୋଦକ ପରେ ଗଣେଶଙ୍କୁ ନୈବ୍ୟଦ ଆକାରରେ ବୁନ୍ଦି ଲଡୁ ପ୍ରଦାନ କରାଯାଇଥାଏ। ଏହା ମଧ୍ୟ ଗଣେଷଙ୍କ ବେଶ୍ ପ୍ରିୟ। ଶୁଦ୍ଧ ଘିଅରେ ପ୍ରସ୍ତୁତ ହୋଇଥାଏ ଏହି ବୁନ୍ଦି ଲଡୁ ।
ନଡ଼ିଆ ଚାଉଳ:- ଏହା ଦକ୍ଷିଣ ଭାରତରେ ତିଆରି ହୁଏ । ଚାଉଳକୁ ନଡ଼ିଆ କ୍ଷୀର କିମ୍ବା ପାଣିରେ ଭିଜାଇ କିମ୍ବା ଚାଉଳ ସହିତ ମିଶାଇ ରନ୍ଧାଯାଇଥାଏ। ଏହା କେବଳ ଗଣେଷ ପୂଜା ଦିନ ପ୍ରସ୍ତୁତ କରାଯାଇଥାଏ।
ଖୁଆପେଡା:-ଏହା କ୍ଷୀରରେ ତିଆରି ଏକ ମହାରାଷ୍ଟ୍ରୀୟ ଖାଦ୍ୟ । ଏହାର ଆକାର ଗୋଲାକାର ।
ପଞ୍ଚାମୃତ:-ପଞ୍ଚାମୃତ ମଧ୍ୟ ଗଣେଷଙ୍କର ପ୍ରିୟ ଅଟେ। ସାଧାରଣତଃ ବିଭିନ୍ନ ପୂଜାରେ ଖିର, ଦହି, ଘିଏ ମହୁ ଏବଂ ଗୁଡ ରେ ପ୍ରସ୍ତୁ ଏହା ଏକ ଭିନ୍ନ ଭୋଗ।
ରସାବଳି:-ରସାବଳି ମଧ୍ୟ ଶ୍ରୀଗଣେଷଙ୍କ ଅତି ପ୍ରିୟ ଭୋଗ। ଏହା ମଧ୍ୟ ସମସ୍ତେ ଘରେଘରେ ପ୍ରସ୍ତୁତ କରିଥାନ୍ତି। କଦଳୀ ଖିର ଏବଂ ମିଠା ମିଶାଇ ତାହାକୁ ଚକଡି ଏହାକୁ ପ୍ରସ୍ତୁତ କରାଯାଇଥାଏ।
ନଡିଆ:-ଭଗବାନ ଗଣେଷଙ୍କ ପ୍ରିୟ ହେଉଛି ନଡିଆ। ସେଥିପାଇଁ ସ୍କୁଲରେ ଗଣେଷ ପୂଜା ବେଳେ ନଡିଆ ବାଡାଇବା ପରଂପରା ରହିଛି। ସେଥିପାଇଁ ଗଣେଷ ପୂଜାରେ ନଡିଆ ଭୋଗ ନିଶ୍ଚିତ କରାଯାଇଥାଏ।ଗଣେଶାୟନମ୍ଃ

Leave A Reply

Your email address will not be published.