ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୧୧ତାରିଖ ରବିବାର। ଦ୍ବିତୀୟାର ଚନ୍ଦ୍ରଦର୍ଶନପୂଜା ଓ ଅର୍ଘ୍ୟଦାନ,ଶନିଶ୍ଚରଅସ୍ତ।ବିବିଧ-ଶରଣଂ ।ସୁର୍ଯ୍ୟୋଦୟ- ଘ୬/୨୨ /୧ ,ସୂର୍ଯ୍ୟାସ୍ତ- ଘ୫/୪୦/୩ ,ମାଘମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ଦ୍ବିତୀୟା ରାତ୍ରିଘ୯/୩୬ମିପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ,ରାତ୍ରି ଘ୯/୩୬ମିପରେ ଆଗ୍ନେୟକୋଣରେ।ଶନିଯୁକ୍ତ ଦୋଷହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତ ବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବୋଇତାଳୁ ରାତ୍ରି ଘ୯/୩୬ମିପରେ ପୋଟଳଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୭/୪୪ମି ରୁ ଘ୯/୯ମିପର୍ଯ୍ୟନ୍ତ।ବାରବେଳା ଦିବା ଘ୨/୫୨ମି ରୁ ଘ୪/୧୭ମି ପର୍ଯ୍ୟନ୍ତ।କାଳରାତ୍ରି ଘ୧୦/ ୨୬ମି ରୁ ଘ୧୨/୦ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବାଘ୭/୮ମି ରୁ ଘ୧୦/୨୦ମି ମଧ୍ୟେ,ରାତ୍ରି ଘ୭/୧୮ମି ରୁ ଘ୮/୫୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ସୂର୍ଯ୍ୟୋଦୟରୁ ଦିବାଘ୭/୮ମି ମଧ୍ୟେ,ଘ୧/୩୨ ମି ରୁ ଘ୨/୨୦ମି ମଧ୍ୟେ, ସନ୍ଧ୍ୟା ଘ୬/୩୦ମି ରୁ ରାତ୍ରି ଘ୭/୧୮ମି ମଧ୍ୟେ, ଘ୧୨/୬ମି ରୁ ଘ୩/୧୮ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ-ମୃତବ୍ୟକ୍ତିର ୨ପାଦବାର ଓ ତିଥି ପୁଷ୍କରଦୋଷ।ଫଳଂକୃଷିହାନି ଓ ଗୋପଶୁ ସମ୍ପଦରବିନାଶ। ଭୂମି ଓ ଅନ୍ନବସ୍ତ୍ରଦାନ। ସନ୍ଧ୍ୟା ଘ୬/୩୭ ମି ପରେ ୩ ପାଦବାର, ତିଥି ଓ ନକ୍ଷତ୍ର ପୁଷ୍କରଦୋଷ।ଫଳଂ କୃଷିହାନି,ଗୋପଶୁ ସମ୍ପଦରବିନାଶ ଓ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ।ଭୂମି, ତିଳସୁବର୍ଣ୍ଣ ଓ ଅନ୍ନବସ୍ତ୍ର ଦାନ।ରାତ୍ରି ଘ୯/୩୬ମିପରେ ୨ପାଦ ବାର ଓ ନକ୍ଷତ୍ର ପୁଷ୍କରଦୋଷ।ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ। ଭୂମି ଓ ତିଳସୁବର୍ଣ୍ଣ ଦାନସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାରସନ୍ଧ୍ୟା ଘ୬/୩୭ମି ପରେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ସ୍ବର୍ଣ୍ଣ ଓ ପୀତବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳଦାନ କରଣୀୟ। ରଜଶ୍ଚକ୍ରେ ସର୍ବସମ୍ପନ୍ନା। ବାର ଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ।ଶୁଭକର୍ମ- ବାଣିଜ୍ୟ କରଣ, ହଳପ୍ରବାହ, ବୀଜବପନ, ଔଷଧକରଣ, ଦୂରଯାତ୍ରା, ରାଜଦର୍ଶନ, ବୃକ୍ଷରୋପଣ।
ମେଷ-ଲାଗିଥିବା ବିବାଦର ଆପଣ କାରଣ ହୋଇପାରନ୍ତି। ଧନ ପ୍ରାପ୍ତିର ସୂଚନା ମିଳୁଛି। ବିଳମ୍ବ ହେଉ ପଛେ; କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଘରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ମନ ପ୍ରସନ୍ନ ରହିବ।
ବୃଷ-ଆଶା ଫଳବତୀ ହେବ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। ବ୍ୟବସାୟ ଲାଭଜନକ ହେବ।
ମିଥୁନ-ଉନ୍ନତି ପଥରେ ଆଗେଇ ଯାଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଲୋକପ୍ରିୟତା ଅର୍ଜନ କରିବେ। ସନ୍‌ମାର୍ଗୀ ହୋଇପାରନ୍ତି। ସୁ କର୍ମରେ ଲିପ୍ତ ରହି ଖ୍ୟାତି ଅର୍ଜନ କରିବେ।
କର୍କଟ-ମାନସିକ ସ୍ତରରେ ଦୃଢ଼ ରହିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁକୁ ପରାସ୍ତ କରି ଆଶ୍ୱସ୍ତ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସମ୍ମାନିତ ହେବେ। ସ୍ତ୍ରୀ-ପୁତ୍ର ପ୍ରୀତିଯୁକ୍ତ ହେବା ଆଶା କରାଯାଏ।
ସିଂହ- ସାମାନ୍ୟ କାରଣରୁ ଉପୁଜି ଥିବା ଦ୍ୱନ୍ଦ୍ୱ ବନ୍ଧୁଙ୍କ ଦ୍ୱାରା ସମାଧାନ ହେବ। ପ୍ରିୟତା ଅର୍ଜନ କରିପାରନ୍ତି। କଳ-କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସ୍ଥିର ହେବ।
କନ୍ୟା-ଅର୍ଜନ କରିଥିବା ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ଅପୂର୍ବ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ଗୃହରେ ଶାନ୍ତିର ବାତାବରଣ ପ୍ରାବାହିତ ହୋଇପାରେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ।
ତୁଳା-ସ୍ୱାଧୀନ ଚିନ୍ତାଧାରା ନେଇ କିିଛି କରିବା ସମ୍ଭବପର ନୁହେଁ। ଏଥିପାଇଁ ବୈଷୟିକ ପରାମର୍ଶର ଆବଶ୍ୟକତା ରହିଛି। ସମୟଟି ସଂଘର୍ଷ ପୂର୍ଣ୍ଣ। ସୁଖୀ ହେବେ। ବହୁଧନର ଅଧିକାରୀ ହୋଇପାରନ୍ତି। ଶତ୍ରୁ ବିନାଶ କରିବେ।
ବିଛା- ମନବାଞ୍ଛା ପୂରଣ ହେବ। ଧନଲାଭର ସୂଚନା ମିଳୁଛି। ପ୍ରଭୂତ ବିଦ୍ୟା, ବୁଦ୍ଧିର ଅଧିକାରୀ ହୋଇପାରନ୍ତି। ଯଶସ୍ୱୀ ହେବେ। ବିଳାସ ବ୍ୟସନ ଦ୍ୱାରା ଦିନ ବିତାଇବେ। ନିର୍ଭୀକ ଭାବେ କାର୍ଯ୍ୟ କରିପାରନ୍ତି। ସାମାଜିକ ସ୍ୱୀକୃତି ଲାଭ କରିବେ।
ଧନୁ-ଧୀରେ ସୁସ୍ଥେ କାର୍ଯ୍ୟ ସାଧନ ହେବ। ଉଚ୍ଚ ସମ୍ମାନ ଲାଭ କରିବେ। ସ୍ନେହ ଶ୍ରଦ୍ଧାଭାବ ପ୍ରଦର୍ଶନ କରି କାର୍ଯ୍ୟ ହାସଲ କରିବେ। ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ। କନ୍ୟା, ପୁତ୍ର, ପୌତ୍ର ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆଶ୍ୱସନା ମିଳିବ।
ମକର-ବିଳାସ ବ୍ୟସନ ପାଇଁ ନାନା ଦ୍ରବ୍ୟ ସଂଗ୍ରହ କରିବେ। ଆଳସ୍ୟ ପରାୟଣ ହୋଇପାରନ୍ତି। କଟୁବାକ୍ୟ ପ୍ରୟୋଗ କଲେ ମାର୍ଗ କ୍ଳେଶକର ହୋଇପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ-ସୁସମ୍ବାଦ ପାଇ ଖୁସି ହେବେ। ଶ୍ରୀବୃଦ୍ଧି ଘଟିପାରେ। ସନ୍ତାନ ସୁଖ ମିଳିବ। ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଉତ୍ତମ ଭୋଜନ ମିଳିବ। ପାରିବାରିକ ସୁଖ ସମୃଦ୍ଧି ଆଶାକରାଯାଏ। ସତ୍ୟ ରତ ହେବେ।
ମୀନ-ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପରଧନରେ ଧନୀ ହେବେ। ରସିକ ଓ ବାଚାଳ ହୋଇପାରନ୍ତି। ସ୍ୱାସ୍ଥୃ ହାନିର ଆଶଙ୍କା ଅଛି। ସୁଭାଷୀ ଓ ସୁବିଦ୍ୟାବାନ ହେବେ। ଭୋଗୀ ହେବେ। ତେଜୀୟାନ ହେବେ। ଚଞ୍ଚଳତାଯୁକ୍ତ ହେବେ!!ଜୟଜଗନ୍ନାଥ, ଜୟସୋମନାଥ, ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.