ଆଜିର ରାଶିଫଳ

ଶ୍ରାବଣମାସରେ କାହିଁକି ନନ୍‌ଭେଜ୍ ଖାଇବା ବାରଣ?

୨୦୨୪ମସିହା ଜୁଲାଇମାସ ୨୯ତାରିଖ ସୋମବାର।ବୋଲବମ୍ କାଉଡ଼ି ଭକ୍ତଙ୍କ ଜଳାଭିଷେକ ,ସୁର୍ୟ୍ୟୋଦୟ- ଘ୫/୨୫/୪ ,ସୂର୍ୟ୍ୟାସ୍ତ- ଘ୬/୨୧/୦ ,ଶ୍ରାବଣ ମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ନବମୀ ସନ୍ଧ୍ୟା ଘ୬/୧୨ମିପର୍ୟ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ଦ୍ବିଜାନକ୍ଷତ୍ର ଦିବା ଘ୧୧/୪୭ମିପର୍ୟ୍ୟନ୍ତ ତଦନ୍ତେ କୃତ୍ତିକାନକ୍ଷତ୍ର।ଚନ୍ଦ୍ରଶୁଦ୍ଧି–ବୃଷ,ମିଥୁନ,କର୍କଟ,ତୁଳା,ବିଛା,ମକର ଓ କୁମ୍ଭ ଏହି ରାଶିମାନଙ୍କର ଏବଂ ଅପରାହ୍ନ ଘ୫/୩୯ମିପରେ ବୃଷ,ମିଥୁନ,କର୍କଟ,ସିଂହ,ଧନୁ, କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ମେଷରାଶିର ଅପରାହ୍ନ ଘ୫/୩୯ମିପରେ ବିଛାରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ତାରାଶୁଦ୍ଧି-୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୧୧/୪୭ମି ପରେ ୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଲାଉ ଏବଂ ସନ୍ଧ୍ୟା ଘ୬/୧୨ମିପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା— (କାଳବେଳା)ଦିବାଘ୭/୩୮ମି ରୁ ଘ୮/୪୦ମିପର୍ୟ୍ୟନ୍ତ।(ବାରବେଳା) ଦିବା ଘ୩/୫ମି ରୁ ଘ୪/୪୧ମି ପର୍ୟ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୧୦/୩୦ମି ରୁ ଘ୧୧/୫୩ମି ପର୍ୟ୍ୟନ୍ତ।ଶୁଭବେଳା–(ଅମୃତ ବେଳା) ସୂର୍ୟ୍ୟୋଦୟ ରୁ ଦିବା ଘ୭/୩ମି ମଧ୍ୟେ, ଘ୧୦/୧୫ମି ରୁ ଘ୧୨/୩୯ମି ମଧ୍ୟେ,ରାତ୍ରି ଘ୭/୮ମି ରୁ ଘ୯/୩୨ମି ମଧ୍ୟେ, ଘ୧୧/୫୬ମି ରୁ ଘ୩/୮ମି ପର୍ୟ୍ୟନ୍ତ ।ମାହେନ୍ଦ୍ରବେଳା- ଦିବା ଘ୩/୩ମି ରୁ ଘ୪/୩୯ମି ପର୍ୟ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ଦିବା ଘ୧୧/୪୭ମିପରେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ।ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳ ସୁବର୍ଣ୍ଣଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ଦଶମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀବିଧବା। ଘୃତପୂର୍ଣ୍ଣ କାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ ଓ ତଣ୍ଡୁଳଦାନ। ଦିବା ଘ୧୧/୪୭ମିପରେ ସମ୍ବତ୍ସର ଗଣ୍ଡଦୋଷ। ଫଳଂ ସ୍ତ୍ରୀ ଦରିଦ୍ରା ଓ ଶୋକାତୁରା ।ଘୃତପୂର୍ଣ୍ଣ କାଂସ୍ୟପାତ୍ର, ତିଳସୁବର୍ଣ୍ଣ , ତଣ୍ଡୁଳ, ପୀତବସ୍ତ୍ର,ଗୋଧୂମଦାନ କରଣୀୟ ।ଶୁଭକର୍ମ- ନାହିଁ ।
🐏ମେଷ-ଆଜି ଶୁଭଫଳ ପାଇବେ ।ସକାରାତ୍ମକ ମାନସିକତା ରହିବ , ଲୋକସମ୍ପର୍କ ବଢିବ । ନିଜର ବ୍ୟବସାୟ ସମ୍ପ୍ରସାରଣ ଯୋଜନା କରିବାପାଇଁ ଏହା ଏକ ଭଲ ସମୟ ।
🐮ବୃଷ-ଯେଉଁମାନେ ପରୀକ୍ଷା କିମ୍ବା ପ୍ରତିଯୋଗିତା ମାଧ୍ୟମରେ ଚାକିରି ଖୋଜୁଛନ୍ତି କିମ୍ବା ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି, ଉଦ୍ୟମ ସଫଳ ହେବ । ଆଗାମୀ ସମୟରେ ସଫଳତା ଆପଣଙ୍କ ସହିତ ରହିବ ।
👩❤️👨ମିଥୁନ-ଆଜି ଦିନଟି ଶୁଭଦିନ ଏବଂ କିଛି ଗୁରୁତ୍ୱପୂର୍ଣ୍ଣକାର୍ୟ୍ୟରେ ଲାଭ ପାଇବେ ।ଉଦ୍ୟୋଗୀ ଏବଂ ବ୍ୟବସାୟୀମାନେ ଏକ ନୂତନସଙ୍ଗଠନ କିମ୍ବା ସହଭାଗୀତାରେ ପ୍ରବେଶ କରିପାରିବେ ।କୋର୍ଟମାମଲାରେ ସଫଳତା ପାଇପାରିବେ ।ବୃତ୍ତିଗତ ଭାବରେ ଆପଣ ଲୋକପ୍ରିୟତା ଏବଂ ପ୍ରଶଂସା ଲାଭ କରିବେ । ଏହା ସହିତ ବ୍ୟକ୍ତିଗତ ସମ୍ପର୍କରେ ସୁଖ ଏବଂ ଆନନ୍ଦ ରହିବ ।
🦀କର୍କଟ-କିଛି ସମସ୍ୟାର ସମ୍ମୁଖୀନ ହେବେ କିନ୍ତୁ ଦିନଟି ଆପଣଙ୍କ ସପକ୍ଷରେ ରହିବ ।ଦୈନନ୍ଦିନ କାର୍ୟ୍ୟକଳାପ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସକରାତ୍ମକ ଚିନ୍ତାଧାରା ରଖନ୍ତୁ , ପରିବାର ଏବଂ ବନ୍ଧୁ ମାନଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ପାଇବେ ।
🦁ସିଂହ-ଦିନଟି ଆପଣଙ୍କ ସପକ୍ଷରେ ରହିବ । କାର୍ୟ୍ୟରେ କିଛି ଉତ୍ଥାନ-ପତନ ହୋଇପାରେ । ଗୁପ୍ତଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ , କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି । ନିକଟ ସମ୍ପର୍କୀୟଙ୍କଠାରୁ ମାନସିକଆଘାତ ପାଇବେ । କିନ୍ତୁ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପଯୋଗୀ ହେବ ।
🙎♀️କନ୍ୟା-ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣ ଜଟିଳ ସମସ୍ୟାର ସମାଧାନ କରିପାରିବେ । କୌଣସି ନୂତନ ଉଦ୍ୟମରେ ଆପଣ ପ୍ରବେଶ କରିବେ ବୋଲି ସଂକେତଅଛି । ବିଦେଶୀସଂସ୍ଥାରୁ ଶେଷଜଣଙ୍କ ଲାଭ ପାଇବେ ।
⚖️ତୁଳା-ଆର୍ଥିକଲାଭ ପାଇଁ ସୁଯୋଗ ମିଳିବ । ନିଜ ଲୋକଙ୍କଠାରୁ ଠକାମିରେ ପଡିପାରନ୍ତି ,ଦୁରେଇ ରୁହନ୍ତୁ ।ପାରିବାରିକ ଜୀବନ କିଛି ଟେନସନରେ ଆସି ପାରେ କିନ୍ତୁ ମନ ସ୍ଥିରକରି ପରିସ୍ଥିତିର ସାମ୍ନାକରନ୍ତୁ ।
🦂ବିଛା-ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ଯାଉଛି । ସମସ୍ତ ଅସୁବିଧା ସମାପ୍ତ ହେବ ଏବଂ ସ୍ଥଗିତକାର୍ୟ୍ୟ ଚାଲିବ । ଆର୍ଥିକ ପ୍ରସଙ୍ଗରେ କାର୍ୟ୍ୟ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆନ୍ତରିକ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।
🏹ଧନୁ-ଆପଣଙ୍କର ଧନବୃଦ୍ଧି ଏବଂ ବ୍ୟବସାୟ ସ୍ଥିତିରେ ଉନ୍ନତି ହେବ । ଆପଣ ସମସ୍ତପ୍ରକାରର ବସ୍ତୁ ଉପଭୋଗ କରିବେ ଏବଂ ନୂତନକାର୍ୟ୍ୟଭାର ଅଧିଗ୍ରହଣ ହୋଇପାରେ । ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କ ତିକ୍ତ ହୋଇପାରେ । ଆପଣ ପରିବାର ସଦସ୍ୟଙ୍କ ସହିତ ଯୁକ୍ତିତର୍କ ମଧ୍ୟ କରିପାରନ୍ତି ।
🐊ମକର-ଆଜି କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଉପଯୁକ୍ତ ବିଚାରବିମର୍ଶ କରି ନିଅନ୍ତୁ । ଆପଣ ସାମାଜିକ ଭାବରେ ସକ୍ରିୟ ରହିବେ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ମଧ୍ୟ ସ୍ଥାପିତ କରିପାରନ୍ତି ।
🏺କୁମ୍ଭ-ଆଜି ଆପଣଙ୍କୁ କିଛି ଉତ୍ଥାନର ପତନର ସମ୍ମୁଖୀନ ହେବାକୁ ପଡିବ । ତରବରିଆ ଭାବରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁନାହିଁ,ଫଳ ଓଲଟା ହୋଇପାରେ । ଏକ ଆନନ୍ଦଦାୟକ ଭ୍ରମଣ ଯୋଗ ରହିଛି । ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ।
🐟ମୀନ-ଧାର୍ମିକ ଦୃଷ୍ଟିକୋଣରୁ ଦିନଟି ଶୁଭଙ୍କର ହେବ । ଧାର୍ମିକ କାର୍ୟ୍ୟରେ ସାମାଜିକ ଲୋକପ୍ରିୟତା ବଢିବ । ପାରିବାରିକ ଜୀବନ ସୁଖୀ ହେବ ଏବଂ ମାନସିକ ସ୍ତରରେ ଶାନ୍ତ ରହିବେ । ଆତ୍ମବିଶ୍ଵାସ ବଢିବ ଏବଂ କାର୍ୟ୍ୟକ୍ଷେତ୍ରରେ ସହକର୍ମୀଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ସମର୍ଥନ ପାଇବା

ଶ୍ରାବଣମାସରେ କାହିଁକି ନନ୍‌ଭେଜ୍ ଖାଇବା ବାରଣ?
ସୋମବାରଠାରୁ ଭଗବାନଶିବଙ୍କ ପବିତ୍ରମାସ ଶ୍ରାବଣ ଆରମ୍ଭ ହୋଇଛି। ଏହିମାସରେ ଅନେକଲୋକ ଧାର୍ମିକକାରଣରୁ ନନ୍-ଭେଜ୍ ଖାଇବା ବନ୍ଦକରନ୍ତି ।କିନ୍ତୁ ଜାଣିଛନ୍ତିକି ଶ୍ରାବଣମାସରେ ନନ୍ ଭେଜ୍ ନଖାଇବାପାଇଁ ବୈଜ୍ଞାନିକ କାରଣ ବି ରହିଛି। ଆସନ୍ତୁଜାଣିବା ସେ ବିଷୟରେ…..
ମୌସୁମୀରେ ପ୍ରବଳବର୍ଷାହେତୁ ବାୟୁରେଆର୍ଦ୍ରତା ବଢିଥାଏ, ଯାହାପରେ ଫଙ୍ଗଲ୍ ଇନଫେକେସନ୍ ହେବାର ଆଶଙ୍କା ବଢିଥାଏ ।ଏଥିସହିତ ଖାଦ୍ୟସାମଗ୍ରୀ ସାଧାରଣଅପେକ୍ଷା ଶୀଘ୍ରସଢିଯାଏ।କାରଣ ବର୍ଷାଋତୁରେ ପ୍ରତ୍ୟକ୍ଷ ସୂର‌୍ୟ୍ୟକିରଣ ଏବଂ ଆଲୋକରଅଭାବ ରହିଥାଏ।ବର୍ଷାଋତୁରେ ପରିବେଶରେ ଆର୍ଦ୍ରତାବଢିଯାଏ, ଯେଉଁଥିପାଇଁ ହଜମଶକ୍ତି ମଧ୍ୟ ଦୁର୍ବଳ ହୋଇଯାଏ ।ନନ୍ ଭେଜ୍ ଖାଦ୍ୟ ହଜମକରିବାକୁ ଅଧିକ ସମୟନେଇଥାଏ।ହଜମ ଦୁର୍ବଳହେତୁ ଖାଦ୍ୟ ହଜମ ହୁଏନାହିଁ ଏବଂ ପେଟ ସମ୍ବନ୍ଧୀୟସମସ୍ୟା ହେବାର ଆଶଙ୍କାବଢିଯାଏ।ବର୍ଷାହେତୁ କୀଟଙ୍କସଂଖ୍ୟା ଯଥେଷ୍ଟ ବୃଦ୍ଧିପାଇଥାଏ ।କେବଳ ଏତିକିନୁହେଁ, ଚିକେନଗୁନିଆ ଏବଂ ଡେଙ୍ଗୁମଶା ବୃଦ୍ଧି ପାଇବାରେଲାଗନ୍ତି। ଏହା ମଣିଷ ତଥା ପଶୁମାନଙ୍କୁ ମଧ୍ୟ ପ୍ରଭାବିତ କରିଥାଏ, ତେଣୁ ଏହିସମୟରେ ମାଂସଖାଇବା ଶରୀରକୁ କ୍ଷତି ପହଞ୍ଚାଇପାରେ।ବର୍ଷାସମୟରେ ଜଳ ଦୂଷିତହୁଏ ।ଏହା ମାଛଉପରେ ମଧ୍ୟ ପ୍ରଭାବପକାଇଥାଏ, ତେଣୁ ବର୍ଷାଋତୁରେ ମାଛଖାଇବାକୁ ବାରଣ କରାଯାଏ ।ଏହି ସମୟରେ ମାଛ,ପଶୁ ଏବଂ ପକ୍ଷୀମାନଙ୍କପାଇଁ ପ୍ରଜନନସମୟ ।ଏପରିପରିସ୍ଥିତିରେ, ଯଦିକେହି ଗର୍ଭବତୀଜୀବକୁ ଖାଏ, ତେବେ ସେ ହରମୋନାଲ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରେ ।ତେଣୁ ବର୍ଷାଋତୁରେ ନନ୍ ଭେଜ୍ ଖାଇବାକୁ ନିଷେଧ କରାଯାଇଛି।!!ଜୟଜଗନ୍ନାଥ, ଜୟସୋମନାଥ, ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.