ଆଜିର ରାଶିଫଳ

ସିଡ଼ି ତଳେ ଭୁଲରେ ତିଆରି କରନ୍ତୁ ନାହିଁ ବାଥ୍ମରୁମ ....

0 68

ଜୁଲାଇମାସ ୦୫ତାରିଖ ୨୦୨୪ ମସିହା (ଶୁକ୍ର ବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ରାତ୍ରି ଘ ୦୪/୨୮ ଗତେ ପ୍ରତିପଦ,ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ ୦୪/୪୬ ଗତେ ପୁନର୍ବସୁ, ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୭/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୫,ଯୋଗିନୀ ଐଶାନ୍ୟେ ରାତ୍ରି ଘ ୦୪/୨୭ ଗତେ ପୂର୍ବେ, ଅମାବାସ୍ୟାର ସବାତ୍ସାରିକଶ୍ରାଦ୍ଧ ମହାଳୟା ବିଧିରେହେବ,କନ୍ୟାରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/ ୩୫ଗତେ ଘ୧୧/୫୪ ମଧ୍ୟେ, ଅଦ୍ୟ ରାତ୍ରି ଘ ୦୪/୪୭ଗତେ ଏକପାଦ ପୁଷ୍କରଦୋଷ, ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୫୫ ଗତେ ଘ୦୨/୦୬ ମଧ୍ୟେ ଓ ରାତ୍ରି ଘ୦୮/୫୦ ଗତେ ଘ୧୧/୩୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୦୫ ଗତେ ଘ୦୬/୫୩ ମଧ୍ୟେ ଓ ଘ୦୯/୧୭ ଗତେ ଘ୧୦/୦୬ ମଧ୍ୟେ, ଆମିଷ ଭକ୍ଷଣ ନିଷେଧ।
ମେଷ👉ଆଜି ଆପଣଙ୍କ ଆର୍ଥିକଦୃଷ୍ଟିକୋଣରେ ଦିନ ମଧ୍ୟମଫଳଦାୟୀ ଅଟେ।ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁଠିକ ହୋଇଯିବ।ବାଣୀ ଉପରେ ନିୟନ୍ତ୍ରଣ ରଖିବେ,ଅନ୍ୟଥା କ୍ଷତି ହୋଇ ପାରେ।ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।
ବୃଷ👉ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ।ଧନଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।
ମିଥୁନ👉ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।
କର୍କଟ👉 ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କ ଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ।ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି।ଶାରୀରିକ ଏବଂ ମାନସିକସ୍ୱାସ୍ଥ୍ୟ ଭଲ ରହିବ।
ସିଂହ👉ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ।ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କରସଂପତ୍ତିରେ ଲାଭ ହେବ।ସରକାରଙ୍କ ସହିତ ଧନରବ୍ୟବହାର ସଫଳ ରହିବ।ଆପଣଙ୍କ ଆତ୍ମ ବିଶ୍ଵାସରେ ପ୍ରତ୍ୟେକକାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।
କନ୍ୟା👉ଆଜିର ଦିନ ବହୁତ ଶୁଭ ଅଟେ। ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କ ଠାରୁ ଲାଭ ହେବ ଭାଇ-ଭଉଣୀ ମାନଙ୍କ ଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ତୁଳା👉ଆଜି ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂରରୁହନ୍ତୁ।ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ।ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।
ବିଚ୍ଛା👉ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।
ଧନୁ👉ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମି ମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।
ମକର👉 ପାରିବାରିକ ଜୀବନ ରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।
କୁମ୍ଭ👉ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।
ମୀନ👉ଆବଶ୍ୟକ ନିର୍ଣ୍ଣୟ ଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତି ଗୁଡ଼ିକରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ।

ସିଡ଼ି ତଳେ ଭୁଲରେ ତିଆରି କରନ୍ତୁ ନାହିଁ ବାଥ୍ ରୁମ୍‌…. ଜାଣନ୍ତୁ କଣ କୁହନ୍ତି ବାସ୍ତୁ ଏକ୍ସପର୍ଟ….
➡ବାସ୍ତୁଶାସ୍ତ୍ରରେ ଦିଗର ଅନେକ ମହତ୍ୱ ରହିଛି ।ପ୍ରତ୍ୟେକ ଛୋଟବଡ଼ ଜିନିଷପାଇଁ ବାସ୍ତୁ ନିର୍ଦ୍ଦେଶାବଳୀ ରହିଛି । ଏହି ନିୟମର ପାଳନ କରିଲେ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ନିୟମ ବିରୋଧରେ ଗଲେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଦକ୍ଷିଣ-ପଶ୍ଚିମ, ଦକ୍ଷିଣ କିମ୍ବା ପଶ୍ଚିମଦିଗରେ ସିଡ଼ି ନିର୍ମାଣକରିବା ପାଇଁ ଉତ୍ତମଦିଗ ଅଟେ ।
➡ତେବେ ସିଡ଼ିତଳେ ଅନେକବ୍ୟକ୍ତି ଖାଲିସ୍ଥାନଥିବାରୁ ଏହାର ଉପଯୋଗ ବିଭିନ୍ନମାଧ୍ୟମରେ କରିଥାନ୍ତି । କିନ୍ତୁ ସିଡ଼ିତଳେ କେବେ ବି ଟଏଲେଟ୍ ତିଆରିକରିବା ଉଚିତନୁହେଁ । ଏହାର ନକାରାତ୍ମକପ୍ରଭାବ ପରିବାରସଦସ୍ୟଙ୍କ ଉପରେ ପଡ଼ିଥାଏ ।
➡ବାସ୍ତୁଏକ୍ସପର୍ଟଙ୍କ ଅନୁଯାୟୀ ନିର୍ଦ୍ଧାରିତସ୍ଥାନରେ ସିଡ଼ି ତିଆରିକରିବା ଦ୍ୱାରା ବ୍ୟକ୍ତିର ଜୀବନରେ ପ୍ରଗତି ଓ ସଫଳତା ଦେଖାଦେଇଥାଏ ।ସିଡ଼ି ତଳସ୍ଥାନ ଆର୍ଥିକ ସ୍ଥିରତା ଏବଂ ବିକାଶର ପ୍ରତିନିଧିତ୍ୱ କରିଥାଏ । ସିଡ଼ ତଳେ ଟଏଲେଟ୍ ତିଆରି କରିବା ଦ୍ୱାରା ବାସ୍ତୁଦୋଷ ଦେଖାଦେଇଥାଏ ।
୧.ସିଡ଼ିତଳେ ଟଏଲେଟ୍ ତିଆରି କରିବାଦ୍ୱାରା ଘରସଦସ୍ୟଙ୍କ ଆକ୍ସିଡେଣ୍ଟର ସମ୍ମୁଖୀନହେବାକୁ ପଡ଼ିଥାଏ । ସିଡ଼ିତଳସ୍ଥାନ ଅସ୍ଥିର ଏବଂ ଅସୁରକ୍ଷିତ ବିବେଚିତ କରାଯାଇଛି ତେଣୁ ସେଠାରେ କେବେ ବି ଟଏଲେଟ୍ ତିଆରିକରିବା ଉଚିତନୁହେଁ ।
୨.ଘରେ ଆର୍ଥିକ ଏବଂ ବିଭିନ୍ନ ସ୍ୱାସ୍ଥ୍ୟସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ ।
୩.ଘରେ ନକାରାତ୍ମକଉର୍ଜ୍ଜାର ସଂଚାରହୋଇଥାଏ । ଏହା ପାରିବାରିକକଳହର କାରଣ ପାଲଟିଥାଏ ।
!!ଜୟଜଗନ୍ନାଥ, ଜୟ ସୋମନାଥ, ଜୟମା ଯୋଗମାୟା!!

Leave A Reply

Your email address will not be published.