୨୦୨୪ ମସିହା ଜୁଲାଇ ମାସ ୨ ତାରିଖ ମଙ୍ଗଳବାର ।ଶ୍ରୀମନ୍ଦିରେ (ସର୍ବସମ୍ମତ) ଖଳିଲାଗିଏକାଦଶୀ,ଅନବସର ଏକାଦଶୀ,ସାମନ୍ତ ଚନ୍ଦ୍ରଶେଖରଙ୍କ ତିରୋଧାନ ଦିବସ।ସୁର୍ଯ୍ୟୋଦୟ- ଘ୫/୧୫/୧୫ ,ସୂର୍ଯ୍ୟାସ୍ତ- ଘ୬/୨୫/୩୫ ,ଆଷାଢ଼ମାସ ,କୃଷ୍ଣପକ୍ଷ ,ଭୌମବାସ ,ତିଥି- ଏକାଦଶୀ ଦିବା ଘ୯/୪ମିପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- ଦ୍ବିଜାନକ୍ଷତ୍ର ପ୍ରାତଃଘ୬/୨୫ମିପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୯/୪ମି ପରେ ନୈର୍ଋତକୋଣରେ ।ମଙ୍ଗଳବାର,ଅଗନ୍ତବ୍ୟତିଥି, ମଙ୍ଗଳଯୁକ୍ତପରେ ପାପ ମଧ୍ୟଚନ୍ଦ୍ରଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଚନ୍ଦ୍ରଶୁଦ୍ଧି–ବୃଷ,ମିଥୁନ,କର୍କଟ, ତୁଳା,ବିଛା,ମକର ଓ କୁମ୍ଭ ଏହି ରାଶିମାନଙ୍କର ଏବଂ ଦିବାଘ୧୨/୧୨ମିପରେ ବୃଷ,ମିଥୁନ,କର୍କଟ,ସିଂହ, ଧନୁ,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ମେଷରାଶିର ଏବଂ ଦିବା ଘ୧୨/୧୨ମିପରେ ବିଛାରାଶିର ଘାତଚନ୍ଦ୍ର ,ଘାତବାର–ମକରରାଶିର ଘାତବାର।ତାରାଶୁଦ୍ଧି-୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ପ୍ରାତଃ ଘ୬/୨୫ମି ପରେ ୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଶିମ୍ବ ଏବଂ ଦିବା ଘ୯/୪ମି ପରେ ପୋଇଶାଗଭକ୍ଷଣ ନିଷେଧ।ଅଶୁଭବେଳା-(ବାରବେଳା) ଦିବା ଘ୬/୫୬ମି ରୁ ଘ୮/୩୫ମି ପର୍ଯ୍ୟନ୍ତ।(କାଳବେଳା) ଦିବା ଘ୧/୩୦ମି ରୁ ଘ୩/୯ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୭/୪୭ମି ରୁ ଘ୯/୯ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ସୂର୍ଯ୍ୟୋଦୟ ରୁ ଦିବା ଘ୭/୪୦ମି ମଧ୍ୟେ, ଦିବା ଘ୧୦/୫୩ମି ରୁ ଘ୧୧/୪୧ମି ମଧ୍ୟେ, ସୂର୍ଯ୍ୟାସ୍ତ ଘ୬/୨୬ମି ରୁ ରାତ୍ରି ଘ୭/୧୬ମି ମଧ୍ୟେ, ରାତ୍ରି ଘ୧୨/୫୦ମି ରୁ ଘ୩/୧୪ମି ପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ଦିବା ଘ୧୦/୫ମି ରୁ ଘ୧୦/୫୩ମି ମଧ୍ୟେ, ଘ୧୧/୪୧ମି ରୁ ଘ୧୨/୨୯ମି ମଧ୍ୟେ, ରାତ୍ରି ଘ୮/୫୦ମି ରୁ ଘ୧୦/୨୬ମି ପର୍ଯ୍ୟନ୍ତ।ପୁଷ୍କର ଦୋଷ- ଅଦ୍ୟ ମୃତବ୍ୟକ୍ତିର ୧ପାଦ ବାର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଭୂମିଦାନ। ପ୍ରାତଃ ଘ୬/୨୫ମି ପରେ ୨ପାଦ ବାର ଓ ନକ୍ଷତ୍ର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ଭୂମି ଓ ତିଳ ସୁବର୍ଣ୍ଣ ଦାନ। ଏବଂ ଦିବା ଘ୯/୪ମି ପରେ ୩ ପାଦ ବାର, ତିଥି ଓ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ କୃଷିହାନି, ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ଗୋପଶୁ ସମ୍ପଦର ବିନାଶ। ଭୂମି, ତିଳ ସୁବର୍ଣ୍ଣ ଓ ଅନ୍ନବସ୍ତ୍ରଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ର କନ୍ୟାର ଦଶମାସ ଏବଂ ପ୍ରାତଃ ଘ୬/୨୫ମି ପରେ ସମ୍ବତ୍ସର ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ପ୍ରାତଃ ଘ୬/୨୫ମି ପରେ ଦରିଦ୍ରା । ରଜଶ୍ଚକ୍ରେ ବେଶ୍ୟା। ପ୍ରାତଃ ଘ୬/୨୫ମି ପରେ ଶ୍ରୀମତୀ । ଘୃତକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ଗୋଧୂମ, ଗୁଡ଼, ତୁଳସୀ, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ।
🐏ମେଷ-ଆଜି ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ । ପିଲାମାନେ ଆଜି ଆପଣଙ୍କ ଘରୋଇକାର୍ଯ୍ୟ ସାରିବାରେ ସହଯୋଗ ଦେବେ । ସମ୍ଭାଳିକି ବନ୍ଧୁମାନଙ୍କ ସହିତ କଥାହୁଅନ୍ତୁ,କାରଣ ଆଜିଦିନରେ ବନ୍ଧୁତାହଜେଇ ବସିବାର ସମ୍ଭାବନାଅଛି ।ବୟସ୍କବ୍ୟକ୍ତିମାନେ ସେମାଙ୍କର ପୁରୁଣାସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ । ଆପଣଙ୍କୁ ନିଜର ଜୀବନସାଥୀଙ୍କର ଶକ୍ତ ଓ କଡ଼ାରୂପ ଦେଖିବାକୁ ମିଳିବ, ଯାହାକାରଣରୁ ଆପଣ ଅସହଜତା ଅନୁଭବ କରିବେ।
🐮ବୃଷ-ବନ୍ଧୁ ବାନ୍ଧବମାନଙ୍କ ଠୁ ସହଯୋଗ ମିଳିବ ଓ ମନରବୋଝ ହାଲୁକା ହେବ ।ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ । ଆଜି ଆପଣଙ୍କର କୌଣସିବନ୍ଧୁ ଆପଣଙ୍କ ଘରକୁଆସି ଆପଣଙ୍କସହିତ ସମୟ କାଟିପାରେ ।ଜୀବନସାଥୀ ସହିତ ଆଜି ଦିନ ଅନ୍ୟ ଦିନ ଅପେକ୍ଷା ଭଲ ରହିବ । ଆଜି ଆପଣଙ୍କୁ ଆପଣଙ୍କପ୍ରେମୀ ଦୁରେଇ ଗଲା ପରି ଲାଗିପାରେ ।
👩❤️👨ମିଥୁନ-ନିଜର ନକରାତ୍ମକଚିନ୍ତାଧାରା ଯୋଗୁଁ ଆପଣ ପ୍ରଗତି କରି ପାରୁନାହାନ୍ତି । ଏହି କଥାକୁ ବୁଝିବା ପାଇଁ ଏହା ଉତ୍ତମ ସମୟ କି ଆପଣଙ୍କର ଚିନ୍ତା କରିବାର ଅଭ୍ୟାସ ଆପଣଙ୍କ ଭାବନା ଶକ୍ତିର ଅନ୍ତ କରିଦେଇଛି ।ବିଦେଶରେ ରହୁଥିବା କୌଣସି ବନ୍ଧୁବାନ୍ଧବଠୁ ମିଳିଥିବା ଉପହାର ଆପଣଙ୍କୁ ଖୁସି ଦେଇପାରେ । ଆପଣଙ୍କର ଚୁମ୍ବକୀୟବ୍ୟକ୍ତିତ୍ୱ ବହୁତ ଲୋକଙ୍କ ହୃଦୟ ଜିତିନବ ।
🦀କର୍କଟ-ପାଠପଢା ଜାଗାରେ ଘରୁ ଅତି ଡ଼େରି ଯାଏଁ ବାହାରେ ରହିବ କାରଣରୁ ଆପଣଙ୍କ ମାତା-ପିତା ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି । କ୍ୟାରିୟର ପାଇଁ ଯୋଜନା ବନେଇବା ସେତିକି ହି ଆବଶ୍ୟକ , ଯେତିକି ଖେଳ-ଖୁଦ ।ସେଥିପାଇଁ ମାତାପିତାଙ୍କୁ ଖୁସିରଖି ପାଇଁ ଦୁଇଟାରେ ହିଁ ସନ୍ତୁଳନ ରଖିବା ଆବଶ୍ୟକ । ଆପଣଙ୍କର ପ୍ରେମିକ/ପ୍ରେମିକା ଆଜି ଆପଣଙ୍କଉପରେ ତାଙ୍କର ପାରିବାରିକସମସ୍ୟାର କ୍ରୋଧ ସୁଝାଇପାରନ୍ତି | ତେଣୁ ତାଙ୍କସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ।
🦁ସିଂହ-ଆପଣ କୌଣସି ଦାନଧର୍ମକାର୍ଯ୍ୟରେ ସହଭାଗିତା ନେଇ କରିପାରନ୍ତି,ଯାହାଦ୍ୱାରା ଆପଣଙ୍କୁ ମାନସିକସନ୍ତୋଷ ମିଳିବ । ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧନଅର୍ଜନ କରିବାରେ ସକ୍ଷମ । କେବେ ନିଜଉପରେ ବିଶ୍ୱାସ ରଖିବା ଆବଶ୍ୟକ । ବିଦେଶରେ ରହୁଥିବା କୌଣସି ବନ୍ଧୁବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ । ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।
🙎♀️କନ୍ୟା-ଶାରୀରିକରୋଗର ଠିକ ହେବାର ଅନେକ ସମ୍ଭାବନାଅଛି । ଏହିଁ କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ ।ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନସାଥୀ ବହୁତ ଚେଷ୍ଟା କରିବେ। ଆପଣଙ୍କ ଦେଶ ବିଷୟରେ କିଛି ନୂଆ ତଥ୍ୟଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ।
⚖️ତୁଳା-ଆଜି ଆପଣଙ୍କର ବହୁତ କାମ ରହିବ ଓ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳିନେବେ । ଆଜି ଦିନଟି ଆପଣଙ୍କ ଅନେକ କାର୍ଯ୍ୟବ୍ୟସ୍ତତାରେ ଯିବ ବିଶେଷକରି ସେଥିରେ ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗାଯୋଗ କରିବା ଅନ୍ତର୍ଭୁକ୍ତ ରହିବ । ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍ ଆସିପାରେ । ଆହୁରିମଧ୍ୟ କାର୍ଯ୍ୟସ୍ଥଳରେ ଘଟଣା ଆୟୋଜନ କରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ ।
🦂ବିଛା-ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କକାର୍ଯ୍ୟକୁ ନିୟନ୍ତ୍ରଣ କରିବ ।ଆପଣକାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟରଚାପ ଅଧିକ ଥିବା ବେଳେ ଭଲଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।
🏹ଧନୁ-ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ସେ ଯାହାବି ହେଉ, ଧିରେଧିରେ ଆପଣଙ୍କ ପକେଟ ହାଲୁକା ହେବ ।
🐊ମକର-ଆପଣ ଅନ୍ୟମାନଙ୍କଠାରୁ ବହୁ ଉଚ୍ଚର ସ୍ଵାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରନ୍ତି ଓ ଆଜି ମଧ୍ୟ ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । ଦୂରଯାତ୍ରା ପାଇଁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ ।
🏺କୁମ୍ଭ-ଦିନଟି ଅତ୍ୟନ୍ତ ଶୁଭଫଳଦାୟକ । ଦୃଢବିଶ୍ୱାସ ଓ ଠିକସିଦ୍ଧାନ୍ତ ଆପଣଙ୍କୁ ସବୁକାର୍ଯ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଜାରି ରଖିବେ ।ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣିପାରିବେ ।
🐟ମୀନ-ଗ୍ରହଙ୍କ ଶୁଭଦୃଷ୍ଟିଯୋଗୁଁ ଶାରୀରିକ ତଥା ମାନସିକଶାନ୍ତି ଅବ୍ୟାହତ ରହିବ ।ସୁସ୍ଥ ପାରିବାରିକ ଓ କର୍ମମୟଜୀବନରେ ତୃପ୍ତିଲାଭ କରିବେ ।କୌଣସି ସମସ୍ୟାର ସମାଧାନ କରିବାକୁପଡିଲେ କ୍ରୋଧ ପ୍ରକାଶନକରି କୋମଳକଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି ।
ଏହି ଦିଗରେ ଲଗାନ୍ତୁନାହିଁ ତୁଳସୀବୃକ୍ଷ….
ତୁଳସୀବୃକ୍ଷର ଧାର୍ମିକମହତ୍ତ୍ୱ ସହ ବାସ୍ତୁଅନୁଯାୟୀ ଅନେକଗୁରୁତ୍ୱ ମଧ୍ୟ ରହିଛି। ତୁଳସୀବୃକ୍ଷ ଘରରଅଗଣାରେ ଓ ବଗିଚାରେ ଲଗାଇବାଦ୍ୱାରା ଆଖପାଖଅଞ୍ଚଳ ମଧ୍ୟ ସକରାତ୍ମକଶକ୍ତି ଭରପୁର ହୋଇରହିଥାଏ। ଏହିବୃକ୍ଷ ଲଗାଇବାଦ୍ୱାରା ସକରାତ୍ମକଶକ୍ତି ଘରେ ପ୍ରବେଶକରିଥାଏ। ମାତ୍ର ଏହାକୁ ଭୁଲଦିଗରେ ଲଗାଇବାଦ୍ୱାରା ପରିବାରରେ ଓ ଜୀବନରେ ନାନାସମସ୍ୟା ସୃଷ୍ଟିହୋଇଥାଏ। ଭୁଲଦିଗରେ ଏହାକୁ ଲଗାଇଲେ ଏହା ଶୁଖି ମଧ୍ୟ ଯାଇଥାଏ। ଆର୍ଥିକସମସ୍ୟା ସୃଷ୍ଟିହୋଇଥାଏ। ଜାଣନ୍ତୁ କେଉଁଦିଗରେ ଏହାକୁ ଲଗାଇବାଦ୍ୱାରା ଶୁଭଫଳ ମିଳିଥାଏ , କୁହାଯାଏ ଘର ଭିତରେ ଭୁଲରେ ମଧ୍ୟ ତୁଳସୀବୃକ୍ଷ ଲଗାନ୍ତୁନାହିଁ। ଦକ୍ଷିଣଦିଗରେ ମଧ୍ୟ ଲଗାନ୍ତୁନାହିଁ। ଏହିଦିଗରେ ଲଗାଇବା ଅଶୁଭବୋଲି କୁହାଯାଏ। ଏହି ଦିଗରେଲଗାଇଲେ ପ୍ରତିଦିନ ୪ମୁଖିବିଶିଷ୍ଟ ଦୀପଲଗାଇବା ଆବଶ୍ୟକ। ଏହିଦିଗରେ ତୁଳସୀବୃକ୍ଷ ଲଗାଇବାଦ୍ୱାରା ମାଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ଆର୍ଥିକସମସ୍ୟା ସୃଷ୍ଟିହୋଇଥାଏ। ତେଣୁ ଏହିଦିଗରେ ଭୁଲରେ ମଧ୍ୟ ତୁଳସୀବୃକ୍ଷ ଲଗାନ୍ତୁନାହିଁ। ବାସ୍ତୁର ନିୟମଅନୁଯାୟୀ ତୁଳସୀ ବୃକ୍ଷ ପୂର୍ବ କିମ୍ବା ଉତ୍ତରଦିଗରେ ଲଗାଇବାଉଚିତ। ଏହିଦିଗ ଧନରଦେବତା କୁବେରଙ୍କଦିଗ ବୋଲି କୁହାଯାଏ। ତେଣୁ ଏହିଦିଗରେ ତୁଳସୀବୃକ୍ଷ ଲଗାଇବା ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ।!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!