ଜୁନ୍ ମାସ ୨୯ତାରିଖ ୨୦୨୪ମସିହା(ଶନିବାର)ଆଷାଢ଼ ମାସ- କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ ୦୨/୪୦ଗତେ ନବମୀ ,ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ ୦୯/୪୨ ଗତେ ରେବତୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୫୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୪୯ ,ଯୋଗିନୀ ଐଶାନ୍ୟେ ଦିବାଘ୦୨/୪୦ ଗତେ ପୂର୍ବେ , ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ନବମୀର ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,ବୃଷ ,ସିଂହ ଓ କନ୍ୟାରାଶିର ଘାତବାର ,କାଳବେଳା -ଦିବା ଘ୦୬/୫୫ ମଧ୍ୟେ ଓ ଦିବା ଘ୦୪/୪୬ଗତେ ଘ୦୬/୦୫ମଧ୍ୟେ ,ବାରବେଳା -ଦିବା ଘ୦୧/୨୮ଗତେ ଘ୦୩/୦୮ମଧ୍ୟେ ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୩/୦୮ଗତେ ଘ୦୪/୪୫ମଧ୍ୟେ ଓ ଘ୦୭/୧୩ ଗତେ ଘ୦୮/୦୨ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୯/୧୫ ଗତେ ଘ୧୧/୪୦ ମଧ୍ୟେ ,ଅଦ୍ୟ ନଡ଼ିଆଦିବାଘ୦୨/୪୧ଗତେ ଲାଉଭକ୍ଷଣ ନିଷେଧ
ମେଷ-ଅଭାବ ଲାଗିରହିଥିଲେ ମଧ୍ୟ ଧାରକରଜକରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି।କାଳେ ଦେବାକୁପଡ଼ିବ,ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟ ମାନେ ପାଖ ମାଡ଼ିବେନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।
ବୃଷ-ପାରିବାରିକକ୍ଷେତ୍ରରେ କାହାର ଛୋଟକଥାକୁ ଧରିବସିବା ଠିକ୍ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟସମୟ କହିଲେ ଅତ୍ୟୁକ୍ତିହେବନାହିଁ। ବ୍ୟବସାୟ, କଚେରିମାମଲା, ପରିବହନଦିଗରୁ ଲାଭବାନ୍ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକକାମରେ ଦୃଢ଼ପଦକ୍ଷେପ ଗ୍ରହଣକରି କାମ ହାସଲ କରିବେ।
ମିଥୁନ-ଆକସ୍ମିକ କୌଣସିବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କସକାଶେ କିଛି ଅସୁବିଧା ସୃଷ୍ଟିହୋଇପାରେ।ବହୁଦିନରୁ ରହିଯାଇଥିବାଅର୍ଥ ଆଦାୟକରିବାରେ ସକ୍ଷମ ହେବେ ।ବାକ୍ ଅସଂଯମତାଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।
କର୍କଟ-ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ। ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।
ସିଂହ-ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ଆଶା କରୁ ଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।
କନ୍ୟା-ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।
ତୁଳା-ପ୍ରତ୍ୟେକସ୍ତରରେ ସମସ୍ତପ୍ରକାର ସୁବିଧାଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
ବିଛା-ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍ ଆସି ନ ପାରେ। ସତର୍କ ନରହିଲେ ବିବାଦ ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।
ଧନୁ-ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖପଡ଼ୋଶୀଙ୍କଠାରୁ ସହଯୋଗଲାଭକରି କାମଟିକୁ ପୂରାକରିପାରିବେ।ଅପରାହ୍ନରେ ଜମିଜମା,ଗୃହସୀମା କିମ୍ବା ଘର ଭଡ଼ାକୁକେନ୍ଦ୍ରକରି ସାମାନ୍ୟଝଗଡ଼ା ସୃଷ୍ଟିହୋଇପାରେ।ଯାନ୍ତ୍ରିକଶିଳ୍ପ ଓ ପରିବହନକ୍ଷେତ୍ରରେ ଆଶାଅନୁରୂପ ଫଳପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।
ମକର-ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ। ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।
କୁମ୍ଭ-ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍ସନ ବଢ଼ିପାରେ।
ମୀନ-ଯୋଜନାକୁ କାର୍ଯ୍ୟକାରୀକରିବା ବିଷୟରେ ବନ୍ଧୁଙ୍କସହ ଖୋଲାଖୋଲିଆଲୋଚନା କରିବା ଭଲହେବ।ବିବାଦୀୟଘଟଣା ସକାଶେ ଯେଉଁଥିପାଇଁଆଶଙ୍କା କରୁଛନ୍ତି,ସେଥିରେ କିଛି ହେବନାହିଁ।ଯାତ୍ରାସମୟରେ କଥାଦେଇଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇପାରନ୍ତି।ପ୍ରତ୍ୟେକକ୍ଷେତ୍ରରେ ଭାବିଚିନ୍ତି କାମକରିବା ଭଲହେବ ।
ଆମେ ଯେତେବେଳେ ଶୋଇ ଥାଉ ସେତେବେଳେ କିଛି ନା କିଛି ସ୍ବପ୍ନ ଦେଖି ଥାଉ। ସ୍ୱପ୍ନରେ ଆମେ ଅନେକ କିଛି ଦେଖିଥାଉ। ପ୍ରତ୍ୟେକ ଜିନିଷର କିଛି ଖାସ ମହତ୍ତ୍ଵ ରହିଥାଏ। ସ୍ବପ୍ନ ଶାସ୍ତ୍ର ଅନୁସାରେ କୁହାଯାଇଛି କି, ଆମେ ଦେଖୁଥିବା ସ୍ବପ୍ନ ଆମକୁ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡ଼ିକର ସୂଚନା ଦେଇଥାଏ। ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ସ୍ବପ୍ନ ବିଷୟରେ କହିବୁ, ଯାହାକୁ ଦେଖିବା ଦ୍ଵାରା ବ୍ୟକ୍ତି ଧନବାନ ହୋଇ ଯାଇଥାଏ।
➡କାନଫୁଲ:-ଯଦି ଆପଣ ନିଜ ସ୍ୱପ୍ନରେ କାନଫୁଲ ଦେଖନ୍ତି, ତାହେଲେ ବୁଝି ନିଅନ୍ତୁ କି ଏହା ଅତ୍ୟନ୍ତ ଶୁଭ ଅଟେ। ଏହାର ଅର୍ଥ ଆପଣଙ୍କର ସବୁ ଆର୍ଥିକ ସମସ୍ୟା ଦୂର ହେବ। ଯଦି ଆପଣ କୌଣସି ସ୍ଥାନରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ଆମର ଆପଣଙ୍କ ପାଇଁ ଅନୁକୂଳ ରହିଛି।
➡ମୁଦି:-ଯଦି ଆପଣ ନିଜ ସ୍ୱପ୍ନରେ ମୁଦି ପିନ୍ଧୁଥିବାର ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ସ୍ବପ୍ନ ଅଟେ।ଏହାର ଅର୍ଥଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ କୃପା ଦୃଷ୍ଟି ରଖିଛନ୍ତି। ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଘରର ଆର୍ଥିକସ୍ଥିତି ସୁଦୃଢ ରହିବ। ଧନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହୋଇଯିବ।
➡ସାପର ଗାତ:-ସ୍ୱପ୍ନରେ ସାପରଗାତ ଦେଖିବା ଅତ୍ୟନ୍ତଶୁଭ ମାନାଯାଇଥାଏ। ଯଦି ଆପଣ ନିଜସ୍ୱପ୍ନରେ ସାପକୁ ନିଜ ଗାତକୁଯିବାର ଦେଖନ୍ତି,ତାହେଲେ ଆପଣଙ୍କ ପାଇଁ ବହୁତଶୁଭ ଅଟେ। ଏହାରଅର୍ଥ ଆପଣଙ୍କ ଘରେ ଧନଭଣ୍ଡାର ପରିପୂର୍ଣ ହୋଇଯିବ। ଚାକିରିକ୍ଷେତ୍ରରେ ପଦୋନ୍ନତୀ ହାସଲ କରିବେ।
➡ଜଳୁଥିବା ଦୀପ:-ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଜଳୁଥିବାଦୀପ ଦେଖିବା ଅତ୍ୟନ୍ତଶୁଭ ହୋଇଥାଏ। ଏହି ସ୍ୱପ୍ନରଅର୍ଥ ହେଉଛି ଆପଣଙ୍କର ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ଧନର ଦେବତା କୁବେର ମହାରାଜଙ୍କର କୃପା ସର୍ବଦା ଆପଣଙ୍କ ଉପରେ ରହିବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଉଚିତ ସମୟରେ ଆପଣ ଫେରସ୍ତ ପାଇବେ। ଆର୍ଥିକ ମାନ୍ଦାବସ୍ଥା ଖୁବ୍ ଶୀଘ୍ର ଦୂର ହୋଇଯିବ।
➡ହସୁଥିବାକନ୍ୟା:-ଯଦି ଆପଣ ନିଜସ୍ୱପ୍ନରେ ଛୋଟ ଝିଅକୁ ହସୁଥିବାର ଦେଖନ୍ତି, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କ ଭାଗ୍ୟ ଖୋଲିଯିବ। ଝିଅମାନଙ୍କୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଥାଏ। ତେଣୁ ହସୁଥିବା ଝିଅକୁ ସ୍ୱପ୍ନରେ ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ସ୍ୱପ୍ନର ଅର୍ଥ ହେଉଛି ଦେବୀ ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରି ସାରିଛନ୍ତି। ଆପଣଙ୍କୁ କେବେବି ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡ଼ିବ ନାହିଁ
➡ଦେବୀ ଲକ୍ଷ୍ମୀ:-ଖୁବ୍ ଅଳ୍ପଲୋକଙ୍କୁ ଦେବୀଲକ୍ଷ୍ମୀ ସ୍ୱପ୍ନରେ ଦର୍ଶନଦେଇଥାନ୍ତି। ଯେଉଁ ଭାଗ୍ୟଶାଳୀ ଲୋକଙ୍କୁ ସ୍ୱପ୍ନରେ ଦେବୀଲକ୍ଷ୍ମୀଙ୍କର ଦର୍ଶନ ମିଳିଥାଏ, ସେମାନଙ୍କର ଭାଗ୍ୟ ଖୋଲି ଯାଇଥାଏ। ସେମାନଙ୍କ ଘର ହସଖୁସି ଏବଂ ସୁଖସମୃଦ୍ଧିରେ ପରିପୂର୍ଣ ହୋଇ ଯାଇଥାଏ। ସେମାନଙ୍କୁ ଜୀବନରେ କେବେବି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!