୨୦୨୪ମସିହା ଜୁନ୍ ମାସ ୨୬ତାରିଖ ବୁଧବାର ।ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କ ଅନବସରପଞ୍ଚମୀ,ଫୁଲ୍ଲୁରୀଲାଗି,ନିଶାମୁକ୍ତଦିବସ।ସୁର୍ଯ୍ୟୋଦୟ- ଘ୫/୧୩/୨୯ ,ସୂର୍ଯ୍ୟାସ୍ତ-ଘ୬/୨୪/୫୫ ,ଆଷାଢ଼ମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ପଞ୍ଚମୀ ରାତ୍ରି ଘ୯/୫ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଧନିଷ୍ଠା ନକ୍ଷତ୍ର ଦିବା ଘ୧/୫୦ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷାନକ୍ଷତ୍ର ।ଯୋଗ- ବିସ୍କୁମ୍ଭଯୋଗ ଦିବାଘ୭/୨୯ମିପର୍ଯ୍ୟନ୍ତ ତଦନ୍ତେ ପ୍ରୀତିଯୋଗକ୍ଷୟ ରାତ୍ରି ଘ୪/୩୮ମିପର୍ଯ୍ୟନ୍ତ। କରଣ- କୌଳବକରଣ ଦିବା ଘ୧୦/୧୨ମିପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୯/୫ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ,ରାତ୍ରି ଘ୯/୫ମିପରେ ପଶ୍ଚିମଦିଗରେ।ଅଗନ୍ତବ୍ୟ,ଶନିଯୁକ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ,ବୃଷ,ସିଂହ,କନ୍ୟା,ବିଛା,ଧନୁ ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି। ଘାତଚନ୍ଦ୍ର- ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ତାରାଶୁଦ୍ଧି-୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ଦିବା ଘ୧/୫୦ମିପରେ ୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲ ଏବଂ ରାତ୍ରି ଘ୯/୫ମିପରେ ନିମ୍ବଭକ୍ଷଣ ନିଷେଧ।ଅଶୁଭବେଳା-(କାଳବେଳା)ଦିବା ଘ୮/୩୩ମି ରୁ ଘ୧୦/୧୧ମି ପର୍ଯ୍ୟନ୍ତ।(ବାରବେଳା) ଦିବା ଘ୧୧/୫୦ମି ରୁ ଘ୧/୨୯ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୨/୩୩ମି ରୁ ଘ୩/୫୪ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ)ଦିବା ଘ୭/୩୯ମି ରୁ ଘ୧୦/୫୧ମିମଧ୍ୟେ, ଘ୧/୧୫ମି ରୁ ଘ୪/୨୭ମିମଧ୍ୟେ, ସୂର୍ଯ୍ୟାସ୍ତ ରୁ ରାତ୍ରିଘ୧୦/୨୬ମି ମଧ୍ୟେ, ଘ୧୨/୫୦ମିରୁ ଘ୨/୨୬ମି ପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ନାହିଁ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ପୁଷ୍କରଦୋଷ ନାହିଁ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ର ସର୍ବସମ୍ପନ୍ନା (ଶୁଭ)।ଶୁଭକର୍ମ- ନାହିଁ ।
ମେଷ-ଆଜି ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ ।ପିଲାମାନେ ଆଜି ଆପଣଙ୍କ ଘରୋଇକାର୍ଯ୍ୟ ସାରିବାରେ ସହଯୋଗଦେବେ ।ସମ୍ଭାଳିକି ବନ୍ଧୁମାନଙ୍କ ସହିତ କଥାହୁଅନ୍ତୁ,କାରଣ ଆଜିଦିନରେ ବନ୍ଧୁତା ହଜେଇବସିବାର ସମ୍ଭାବନାଅଛି ।ବୟସ୍କବ୍ୟକ୍ତିମାନେ ସେମାଙ୍କର ପୁରୁଣାସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ ।ଆପଣଙ୍କୁ ନିଜର ଜୀବନସାଥୀଙ୍କର ଶକ୍ତ ଓ କଡ଼ାରୂପ ଦେଖିବାକୁ ମିଳିବ, ଯାହାକାରଣରୁ ଆପଣ ଅସହଜତା ଅନୁଭବ କରିବେ।
ବୃଷ-ବନ୍ଧୁବାନ୍ଧବମାନଙ୍କଠୁ ସହଯୋଗ ମିଳିବ ଓ ମନରବୋଝ ହାଲୁକାହେବ ।ଆପଣ ଓ ଆପଣଙ୍କରପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ ।ଆଜି ଆପଣଙ୍କର କୌଣସିବନ୍ଧୁ ଆପଣଙ୍କ ଘରକୁ ଆସି ଆପଣଙ୍କ ସହିତ ସମୟ କାଟିପାରେ ।ଜୀବନସାଥୀ ସହିତ ଆଜିଦିନ ଅନ୍ୟଦିନ ଅପେକ୍ଷା ଭଲ ରହିବ ।ଆଜି ଆପଣଙ୍କୁ ଆପଣଙ୍କପ୍ରେମୀ ଦୁରେଇ ଗଲାପରି ଲାଗିପାରେ ।
ମିଥୁନ-ନିଜର ନକରାତ୍ମକ ଚିନ୍ତାଧାରାଯୋଗୁଁ ଆପଣ ପ୍ରଗତି କରିପାରୁନାହାନ୍ତି । ଏହି କଥାକୁ ବୁଝିବାପାଇଁ ଏହା ଉତ୍ତମସମୟ କି ଆପଣଙ୍କର ଚିନ୍ତା କରିବାର ଅଭ୍ୟାସ ଆପଣଙ୍କ ଭାବନାଶକ୍ତିର ଅନ୍ତ କରିଦେଇଛି ।ବିଦେଶରେ ରହୁଥିବା କୌଣସି ବନ୍ଧୁବାନ୍ଧବ ଠୁ ମିଳିଥିବା ଉପହାର ଆପଣଙ୍କୁ ଖୁସି ଦେଇପାରେ । ଆପଣଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ୱ ବହୁତ ଲୋକଙ୍କ ହୃଦୟ ଜିତି ନବ ।
କର୍କଟ-ପାଠପଢା ଜାଗାରେ ଘରୁ ଅତିଡ଼େରି ଯାଏଁ ବାହାରେ ରହିବକାରଣରୁ ଆପଣଙ୍କ ମାତାପିତା ଆପଣଙ୍କଉପରେ କ୍ରୋଧିତ ହୋଇପାରନ୍ତି । କ୍ୟାରିୟର ପାଇଁ ଯୋଜନାବନେଇବା ସେତିକିହି ଆବଶ୍ୟକ ,ଯେତିକି ଖେଳଖୁଦ ।ସେଥିପାଇଁ ମାତାପିତାଙ୍କୁ ଖୁସି ରଖିବାପାଇଁ ଦୁଇଟାରେ ହିଁ ସନ୍ତୁଳନରଖିବା ଆବଶ୍ୟକ । ଆପଣଙ୍କର ପ୍ରେମିକ/ପ୍ରେମିକା ଆଜି ଆପଣଙ୍କଉପରେ ତାଙ୍କର ପାରିବାରିକସମସ୍ୟାର କ୍ରୋଧ ସୁଝାଇପାରନ୍ତି ।ତେଣୁ ତାଙ୍କସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ।
ସିଂହ-ଆପଣ କୌଣସି ଦାନ-ଧର୍ମ କାର୍ଯ୍ୟରେ ସହଭାଗିତା ନେଇ କରି ପାରନ୍ତି,ଯାହା ଦ୍ୱାରା ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ । ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧନ ଅର୍ଜନ କରିବାରେ ସକ୍ଷମ । କେବେ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ । ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ । ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।
କନ୍ୟା-ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି । ଏହିଁ କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ । ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବେ। ଆପଣଙ୍କ ଦେଶ ବିଷୟରେ କିଛି ନୂଆ ତଥ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ।
ତୁଳା-ଆଜି ଆପଣଙ୍କର ବହୁତ କାମ ରହିବ ଓ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳିନେବେ । ଆଜି ଦିନଟି ଆପଣଙ୍କ ଅନେକ କାର୍ଯ୍ୟବ୍ୟସ୍ତତାରେ ଯିବ ବିଶେଷକରି ସେଥିରେ ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗାଯୋଗ କରିବା ଅନ୍ତର୍ଭୁକ୍ତ ରହିବ । ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍ ଆସିପାରେ । ଆହୁରିମଧ୍ୟ କାର୍ଯ୍ୟସ୍ଥଳରେ ଘଟଣା ଆୟୋଜନ କରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ ।
ବିଛା-ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟର ଚାପ ଅଧିକ ଥିବା ବେଳେ ଭଲ ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।
ଧନୁ-ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ସେ ଯାହା ବି ହେଉ, ଧିରେଧିରେ ଆପଣଙ୍କ ପକେଟ ହାଲୁକା ହେବ ।
ମକର-ଆପଣ ଅନ୍ୟମାନଙ୍କ ଠାରୁ ବହୁ ଉଚ୍ଚର ସ୍ଵାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରନ୍ତି ଓ ଆଜି ମଧ୍ୟ ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । ଦୂରଯାତ୍ରା ପାଇଁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ ।
କୁମ୍ଭ-ଦିନଟି ଅତ୍ୟନ୍ତ ଶୁଭଫଳଦାୟକ । ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଜାରି ରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣିପାରିବେ ।
ମୀନ-ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକ ଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ପାରିବାରିକ ଓ କର୍ମମୟ ଜୀବନରେ ତୃପ୍ତି ଲାଭ କରିବେ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି ।
ଜୀବନରେ ସଫଳତାପ୍ରାପ୍ତି ପାଇଁ ଏପରି କେତେକ ସରଳଉପାୟ ରହିଛି,ଯାହାକୁ ସହଜରେ ପାଳନକରି ହେବ। ଜାଣନ୍ତୁ ବାସ୍ତୁସହ ଜଡିତ କିଛି ଜଣାଅଜଣା କଥା..
ବାସ୍ତୁଶାସ୍ତ୍ରରେ କୌଣସି କାର୍ୟ୍ୟରେ ଯାତ୍ରାକରିବା ପୂର୍ବରୁ ସେଥିରେ ସଫଳତାପ୍ରାପ୍ତି ପାଇଁ କିଛିଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାର ପାଳନକଲେ ଯାତ୍ରାକୁ ମଙ୍ଗଳକାରୀ ଓ ସଫଳ ହୋଇଥାଏ। ଏଥିପାଇଁ କିଛିକଥା ପ୍ରତି ଧ୍ୟାନଦେବା ନିତ୍ୟାନ୍ତ ଆବଶ୍ୟକ।ଯାତ୍ରାରେ ଯିବାସମୟରେ କୌଣସି ନକରାତ୍ମକଶବ୍ଦର ବ୍ୟବହାର କରନ୍ତୁନାହିଁ।ନିଜର ଇଷ୍ଟଦେବତାଙ୍କୁ ସ୍ମରଣ କରନ୍ତୁ। ଗାୟନ୍ତ୍ରୀମନ୍ତ୍ରୀ ଜପ କରନ୍ତୁ।ଯାତ୍ରାରେ ଯିବାପୂର୍ବରୁ ନଦୀ, ନିଆଁ,ପବନ,ଦେବୀଦେବତା ,ଗୁରୁଜନ,ମାତାପିତାଙ୍କୁ ପରିହାସ କରନ୍ତୁନାହିଁ।ଘରୁ ବାହାରିବାସମୟରେ ପ୍ରଥମେ ଡ଼ାହାଣପାଦ ପକାନ୍ତୁ। ଅସହାୟଙ୍କୁ ଦାନଦିଅନ୍ତୁ। ଗାଈଙ୍କୁ ରୁଟି କିମ୍ବା ଘାସ ଖାଇବାକୁଦିଅନ୍ତୁ। ଏପରି କରିବାଦ୍ୱାରା କାର୍ୟ୍ୟରେ ସଫଳତା ମିଳିଥାଏ।
ମଙ୍ଗଳବାରଦିନ ଉତ୍ତରଦିଗକୁ ଯାତ୍ରା କରୁଥିଲେ ଘରୁ ଗୁଡ଼ଖାଇ ଯାଆନ୍ତୁ।ବୁଧବାର ଉତ୍ତରଦିଗରେ ଯାତ୍ରା କରୁଥିଲେ ଧନିଆ କିମ୍ବା ରାଶିଲଡ଼ୁ ଖାଇ ଯାଆନ୍ତୁ।ଗୁରୁବାରଦିନ ଦକ୍ଷିଣଦିଗରେ ଯାତ୍ରା କରୁଥିଲେ ଦହିଖାଇ ଯାତ୍ରାକରନ୍ତୁ।ଶୁକ୍ରବାରଦିନ ପଶ୍ଚିମଦିଗରେ ଯାତ୍ରା କରୁଥିଲେ ଗହମରେପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ।ଶନିବାରଦିନ ପୂର୍ବଦିଗକୁ ଯାତ୍ରା କରୁଥିଲେ, ଅଦାଖଣ୍ଡ ଖାଆନ୍ତୁ। !!ଜୟଜଗନ୍ନାଥ ,ଜୟସୋମନାଥ, ଜୟମାଯୋଗମାୟା!!