ଆଜିର ରାଶିଫଳ

ପ୍ରତ୍ୟେକବାର ଅନୁସାରେ କରନ୍ତୁ ଏହିସବୁ ପ୍ରତିକାର

0 105

ଜୁନ୍ ମାସ ୧୮ତାରିଖ ୨୦୨୪ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ ,ତିଥି-ଏକାଦଶୀ ପ୍ରାତଃ ଘ୦୬/୨୩ ଗତେ ଦ୍ଵାଦଶୀ,ନକ୍ଷତ୍ର- ସ୍ୱାତି ଦିବା ଘ ୦୪/୩୩ଗତେ ବିଶାଖା ,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୫୯ ,ଯୋଗିନୀ ଅଗ୍ନିକୋଣେ ପ୍ରାତଃ ଘ ୦୬/୨୩ଗତେ ନୈରୁତେ ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମକରରାଶିର ଘାତବାର ,କାଳବେଳା-ଦିବା ଘ ୦୧/୨୪ଗତେ ଘ୦୩/୦୪ମଧ୍ୟେ ,ବାରବେଳା -ଦିବା ଘ୦୬ /୫୦ ଗତେ ଘ୦୮/୩୦ ମଧ୍ୟେ ,ଅଦ୍ୟ ମୃତେ ଏକପାଦ ଦୋଷ ପ୍ରାତଃଘ ୦୬/୨୩ଗତେ ଦ୍ଵିପାଦ ଓ ଦିବା ଘ ୦୪/୨୫ ଗତେ ତ୍ରୀପାଦ ପୁଷ୍କରଦୋଷ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୪୯ ମଧ୍ୟେ ଓ ଘ୦୯/୧୧ଗତେ ଘ୧୧/୩୬ ମଧ୍ୟେ ଓ ଘ୦୩/୦୫ ଗତେ ଘ୦୩/୩୬ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଘ୦୩ /୩୬ ଗତେ ଘ୦୪/୨୫ ମଧ୍ୟେ ,ଅଦ୍ୟ ପୋଇ ଭକ୍ଷଣ ନିଷେଧ
ମେଷ :-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।
ବୃଷ :- ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ :-ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ :-ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ :-ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା :-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା :-ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।
ବିଛା :-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ :-ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର :-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ :-ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ :-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।

ପ୍ରତ୍ୟେକବାର ଅନୁସାରେ କରନ୍ତୁ ଏହିସବୁ ପ୍ରତିକାର
ଜୀବନର ସବୁସମସ୍ୟାର ସହଜ ସମାଧାନ ପାଇଁ……
ରବିବାର:-ଏହି ଦିନ ସୂର୍ଯ୍ୟ ଦେବଙ୍କ ଉପାସନା କରାଯାଇଥାଏ। ଏଥିପାଇଁ ସ୍ନାନ କରିବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରାଯାଇଥାଏ। ଏଥିସହିତ କୌଣସି ଗରିବଲୋକଙ୍କୁ ଗୁଡ଼ ଦାନ କରିବା ଫଳପ୍ରଦ ହୋଇଥାଏ। ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। ତମ୍ବା, ଗହମ ଓ ନାଲି ପାଟ ଦାନକରନ୍ତୁ।
ସୋମବାର:-ସୋମବାରକୁ ଶିବଙ୍କର ଦିନ ବୋଲି କୁହଯାଏ। ଏହିଦିନ ଶିବପାର୍ବତୀ ପୂଜାକରନ୍ତୁ।ଶିବଙ୍କର ରୁଦ୍ରଷ୍ଟାକପାଠ କରନ୍ତୁ।କର୍ପୁର,ଧଳା ବସ୍ତ୍ର ଦାନକରନ୍ତୁ। ଶିବଙ୍କମସ୍ତକରେ କ୍ଷୀର ଅଭିଷେକକରନ୍ତୁ।
ମଙ୍ଗଳବାର:-ଏହିଦିନ ମହାକାଳୀଙ୍କପୂଜା କରିବାପାଇଁ କୁହାଯାଇଥାଏ।ପୂଜାପରେ ଗରିବଙ୍କୁ ମୁଗଡାଲି ଖୁଆନ୍ତୁ।ଅଟା ଓ ଚିନିରେତିଆରି ରୁଟି ଗରିବଙ୍କୁ ବାଣ୍ଟିଦିଅନ୍ତୁ।ତମ୍ବା,ରକ୍ତଚନ୍ଦନ,ରକ୍ତିମବସ୍ତ୍ର,ଗୁଡ଼ ଓ କନିଅରଫୁଲ ଦାନକରନ୍ତୁ।
ବୁଧବାର:-ଶିବପୁରାଣରେ କୁହାଯାଇଛିକି, ବୁଧବାର ଭଗବାନଗଣେଶଙ୍କ ପୂଜାଅର୍ଚ୍ଚନା କରିବାକଥା।ପ୍ରଭୁଗଣେଶଙ୍କ ପୂଜାରେ କ୍ଷୀରରେ ପ୍ରସ୍ତୁତ କୌଣସିଖାଦ୍ୟକୁ ଭୋଗଲଗାଇବା ଉଚିତ।ଏପରିକଲେ ପାରିବାରରେ ସୁଖଶାନ୍ତି ଆସିଥାଏ।ଗଶେଶଙ୍କମସ୍ତକରେ ଦୁବଚଢ଼ାନ୍ତୁ।ବିଷ୍ଣୁ ସହସ୍ରନାମ ପାଠକରନ୍ତୁ।କଂସା,ସୁନା ଓ ସବୁଜରଙ୍ଗର ବସ୍ତ୍ର ଦାନକରନ୍ତୁ।
ଗୁରୁବାର:-ଏହିଦିନ ବୃହସ୍ପତିଙ୍କ ଆରଧନାକରିବା ଉଚିତ।ଏପରିକଲେ ଆୟୁବଢ଼ିଥାଏ।ଗୁରୁବାର ପ୍ରଭୁଶିବଙ୍କ ପୂଜାକରାଯାଇଥାଏ।ଶିବ ସହସ୍ର ନାମ ପାଠକରନ୍ତୁ।ହଳଦିଆଟୀକା ଲଗାନ୍ତୁ।ହଳଦିଆବସ୍ତ୍ର, କଦଳୀ ଦାନକରନ୍ତୁ ।
ଶୁକ୍ରବାର:-ଶିବପୁରାଣରେ କୁହାଯାଇଛି ଶୁକ୍ରବାର କୌଣସି ଗରିବମହିଳାଙ୍କ ସ୍ୱାମୀଙ୍କୁ ଅନ୍ନଦାନକଲେ ସୁଖସମୃଦ୍ଧି ବୃଦ୍ଧିପାଇଥାଏ।କନକଧାରା ମନ୍ତ୍ର ପାଠକରନ୍ତୁ ।ଚିତ୍ରବସ୍ତ୍ର, ରୂପା,ଚାଉଳ ଓ ଗୋଦାନ କରନ୍ତୁ।
ଶନିବାର:-ଶନିବାର ଶନିଦେବଙ୍କ ଦିନ। ଶନିଦେବ ମୃତ୍ୟୁରଭୟକୁ ଦୂର କରିଥାଆନ୍ତି।ଏହିଦିନ ଶିବଲିଙ୍ଗରେ ରାଶି ଅର୍ପଣକରିଲେ ସୁଖପ୍ରାପ୍ତ ହୋଇଥାଲ।ଏଥିସହିତ ଗରିବଙ୍କୁତେଲରେ ପ୍ରସ୍ତୁତଖାଦ୍ୟଦେବା ଉଚିତ।ମହାମୃତ୍ୟୁଞ୍ଜୟମନ୍ତ୍ର ଜପକରନ୍ତୁ।ଦକ୍ଷୀଣକାଳୀମନ୍ତ୍ର ପାଠକରନ୍ତୁ ।ରାଶି, କୋଳଥ ଓ କୃଷ୍ଣବସ୍ତ୍ର ଦାନକରନ୍ତୁ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା!!

Leave A Reply

Your email address will not be published.