ଆଜିର ରାଶିଫଳ

0 57

୨୦୨୪ମସିହା ଜୁନ୍ ମାସ ୧୩ତାରିଖ ଗୁରୁବାର।ସୁର୍ୟ୍ୟୋଦୟ-ଘ୫/୧୦/୫୮ ,ସୂର୍ୟ୍ୟାସ୍ତ-ଘ୬/୨୨/୦,ଜ୍ୟେଷ୍ଠମାସ,ଶୁକ୍ଳପକ୍ଷ,ବୃହସ୍ପତି ବାସ ,ତିଥି-ସପ୍ତମୀ ରାତ୍ରିଘ୯/୩୦ମିପର୍ୟ୍ୟନ୍ତ ତଦନ୍ତେ ଅଷ୍ଟମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ବାୟବ୍ୟକୋଣରେ, ରାତ୍ରିଘ୯/୩୦ମିପରେ ଐଶାନ୍ୟକୋଣର।ଅଗନ୍ତବ୍ୟ ତିଥି,ଶନିସପ୍ତ ଓ ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ,ମିଥୁନ,ସିଂହ,ତୁଳା,ବିଛା,ଧନୁ, କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର-କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ତାରାଶୁଦ୍ଧି-୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ତାଳ ଏବଂ ରାତ୍ରି ଘ୯/୩୦ମିପରେ ନଡ଼ିଆ ଭକ୍ଷଣ ନିଷେଧ।ଅଶୁଭବେଳା-(କାଳ ଓ ବାରବେଳା) ଦିବା ଘ୩/୭ମିରୁ ସୂର୍ୟ୍ୟାସ୍ତଘ୬/୨୨ମିପର୍ୟ୍ୟନ୍ତ।(କାଳରାତ୍ରି) ରାତ୍ରିଘ୧୧/୪୯ମି ରୁ ଘ୧/୧୧ମିପର୍ୟ୍ୟନ୍ତ।ଶୁଭବେଳା–(ଅମୃତ) ଦିବା ଘ୨/୪୪ମି ରୁ ଘ୫/୮ମିମଧ୍ୟେ,ରାତ୍ରି ଘ୭/୧୧ମି ରୁ ଘ୯/୩୫ମିମଧ୍ୟେ, ଘ୧୨/୪୭ମି ରୁ ଘ୩/୧୧ମିମଧ୍ୟେ, ଘ୪/୪୭ମି ରୁ ରାତ୍ରିଶେଷ ଘ୫/୧୧ମି ପର୍ୟ୍ୟନ୍ତ ।ମାହେନ୍ଦ୍ରବେଳା- ସୂର୍ୟ୍ୟୋଦୟ ରୁ ପ୍ରାତଃଘ୫/୫୯ମିମଧ୍ୟେ,ଘ୯/୧୧ମି ରୁ ଘ୧୦/୪୭ମିପର୍ୟ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ରାତ୍ରିଘ୯/୩୦ମି ମଧ୍ୟେ ୧ପାଦ ତିଥିପୁଷ୍କର ଦୋଷ। ଫଳଂଗୋପଶୁ ସମ୍ପଦରବିନାଶ ଓ ଅନ୍ନବସ୍ତ୍ରଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାରସାତମାସ ଗଣ୍ଡଦୋଷ। ଫଳଂସ୍ତ୍ରୀ ବିଧବା। ରଜଶ୍ଚକ୍ରେସୁଭଗା।ପୀତବସ୍ତ୍ର,ତିଳସୁବର୍ଣ୍ଣ,ତଣ୍ଡୁଳ ଦାନ କରଣୀୟ।ଶୁଭକର୍ମ- ନାହିଁ।
🐏ମେଷ-କନ୍ୟା, ପୁତ୍ରାଦି ଲାଭ କରି ପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୁଯୋଗ ସୃଷ୍ଟି ହୋଇଛି। ଧାର୍ମିକ ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ବ୍ୟବସାୟରୁ ପ୍ରଚୁର ଧନଲାଭ କରିପାରନ୍ତି।
🐮ବୃଷ-ଉଦାର ସ୍ୱଭାବର ହେବେ। ଦାତାପଣେ ପତାକା ଉଡ଼ାଇବାରେ ସକ୍ଷମ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ।
👩❤️👨ମିଥୁନ-ରୋଜଗାର ମଧ୍ୟମ ଧରଣର ହେବ। ପ୍ରଶଂସିତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ମିଷ୍ଟଭାଷୀ ହେବେ। ମେଳାପୀ ପ୍ରକୃତିର ହୋଇପାରନ୍ତି। ଥଣ୍ଡା କଫରେ ପୀଡ଼ିତ ହେବେ। ପ୍ରେମୀ ଓ ସାହସୀ ହେବେ।
🦀କର୍କଟ-ସାରାଦିନ କାର୍ୟ୍ୟବ୍ୟସ୍ତ ରହିବେ। ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ପତ୍ନୀ ସୁହାଗ ରହିବ। ମିତ୍ର ସୁଖ ମିଳିପାରେ।
🦁ସିଂହ-ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁ ରୂପ ହେବ। ରୁଚିକର ଭୋଜନ ମିଳିବ। ଐଶ୍ୱର୍ୟ୍ୟଯୁକ୍ତ ହେବେ। ଶରୀର ସୁସ୍ଥ ରହିବ। ବ୍ୟବସାୟ ସୁଖୀ ହେବେ। ମାଲିମୋକଦମାରେ ଜିଣି ଧନଲାଭ କରିପାରନ୍ତି।
🙎♀️କନ୍ୟା-ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ଏକାନ୍ତ ପ୍ରିୟ ହେବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
⚖️ତୁଳା-ମନ ପ୍ରସନ୍ନ ରହିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଯଶସ୍ୱୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭ ହୋଇପାରେ। ଲୋକପ୍ରିୟତା ଅର୍ଜନ କରିବେ। ଗୃହକାର୍ୟ୍ୟରେ ପତ୍ନୀର ସହାୟତା ପାଇବେ।
🦂ବିଛା-ଅନ୍ୟକୁ ସାହାଯ୍ୟ କରିପାରନ୍ତି; ମାତ୍ର ନିଜେ ଉପକୃତ ହେବା କଷ୍ଟ ସାଧ୍ୟ। ବଂଶ-ମର୍ୟ୍ୟାଦା ରକ୍ଷା କରିବାରେ ସକ୍ଷମ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ବିଭାଗୀୟ ସମର୍ଥନ ମିଳିବ। ବ୍ୟବସାୟ ଲାଭ ଜନକ ହେବ। ପରିବାର ସୁଖ ମିଳିବ।
🏹ଧନୁ-ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ସେବା ମନୋଭାବର ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ସୁଖ-ଶାନ୍ତିରେ ଅତିବାହିତ ହେବ। ସୁଖ ସମୃଦ୍ଧିର ମୂଳଦୁଆ ପଡ଼ିବ। ବିଦ୍ୱାନ ଓ ସାହସୀ ହୋଇପାରନ୍ତି।
🐊ମକର-ଆର୍ଥିକ ସମସ୍ୟା ଦେଖା ଦେଇପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଈର୍ଷା ପରିତ୍ୟାଗ କଲେ ସଫଳତା ପାଇବେ। ଭାଗ ବ୍ୟବସାୟ ଲାଭଜନକ ହେବ। ଜଳଯାତ୍ରା ନକରିବା ଭଲ।
🏺କୁମ୍ଭ-ବନ୍ଧୁ ମିଳନ ଘଟିପାରେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିବେ। ସାମୟିକ ଭାବେ ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ୟ୍ୟବାନ୍‍ ହୋଇପାରନ୍ତି। ପତ୍ନୀ ପରାମର୍ଶ ଦାତା ହେବେ।
🐟ମୀନ-ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳଶାଳୀ ହେବେ। ଶତ୍ରୁ ଦମନ କରିବେ; ମାତ୍ର ବହୁ କଷ୍ଟରେ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 ଆସନ୍ତୁ ଜାଣିବା କାହିଁକି ଶୋଇବାସମୟରେ ତକିଆତଳେ କେଉଁସବୁ ଜିନିଷ ରଖିଲେ ଆମ ଦାମ୍ପତ୍ୟଜୀବନରେ କଣକଣ ସବୁ ପ୍ରଭାବପଡିଥାଏ :-ଶୋଇବା ସମୟରେ ବହୁଲୋକ ବିଭିନ୍ନଜିନିଷ ତକିଆତଳେ ରଖି ଶୋଇବାଅଭ୍ୟାସ ରହିଥାଏ।ବାସ୍ତୁ ଅନୁସାରେ ତକିଆପାଖରେ କିଛିଜିନିଷ ରଖିବାଦ୍ୱାରା ଦାମ୍ପତ୍ୟ ଜୀବନରେ ପ୍ରଭାବପଡିଥାଏ। ତେବେ  ଜାଣନ୍ତୁ କେଉଁସବୁ ଜିନିଷ ପ୍ରଭାବରେ ଦାମ୍ପତ୍ୟଜୀବନରେ ପ୍ରଭାବ ପଡିଥାଏ।
ପର୍ସ:-ଶୋଇବା ସମୟରେ ତକିଆତଳେ ପର୍ସ ରଖନ୍ତୁନାହିଁ ,ଏହାଦ୍ୱାରା ଖର୍ଚ୍ଚବଢିବା ସହ ଦାମ୍ପତ୍ୟଜୀବନରେ ଝଗଡା ଆରମ୍ଭହୋଇଥାଏ। କାରଣ ଲକ୍ଷ୍ମୀଙ୍କ ବାସ ଟକିଆତଳେ ନୁହେଁ ଆଲମାରୀରେ ରହିଥାଏ। ତେଣୁ ପର୍ସକୁ ସବୁସମୟରେ ଆଲମାରୀରେ ରଖନ୍ତୁ।
ଔଷଧ:-ବହୁଲୋକ ରାତିରେ ଔଷଧ ଖାଇବାପରେ ତକିଆତଳେ ହିଁ ରଖିଥାନ୍ତି। ବାସ୍ତୁଅନୁସାରେ ଏହାର ସ୍ୱାସ୍ଥ୍ୟପ୍ରତି ଖରାପ ହୋଇଥାଏ।
ଚାବି:-ଶୋଇବାବିଛଣା ତଳେ ଚାବିରଖିବେ ନାହିଁ। ବାସ୍ତୁଅନୁସାରେ ଏହାଦ୍ୱାରା ଟଙ୍କାରଅଭାବ ଦେଖାଯାଇଥାଏ।
ଜୋତା:-ଶୋଇବାବିଛଣା ପାଖରେ ଜୋତା ରଖନ୍ତୁନାହିଁ। ଏହାଦ୍ୱାରା ଘରେ ନକରାତ୍ମକପ୍ରଭାବ ପଡିଥାଏ।
ଜଳପୁର୍ଣ୍ଣପାତ୍ର:-ଶୋଇବାସମୟରେ କୌଣସି ଜଳପୁର୍ଣ୍ଣପାତ୍ର ପାଖରେ ରଖିବେନାହିଁ। ଏହା ଦାମ୍ପତ୍ୟଜୀବନରେ ପ୍ରଭାବ ପକାଇଥାଏ।

 

Leave A Reply

Your email address will not be published.