ଆଜିର ରାଶିଫଳ

0 117

ଜୁନ୍ ମାସ ୦୩ତାରିଖ ୨୦୨୪ମସିହା(ସୋମବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ ,ତିଥି- ଦ୍ଵାଦଶୀ ରାତ୍ରି ଘ୧୨/୨୬ ଗତେ ତ୍ରୟୋଦଶୀ ,ନକ୍ଷତ୍ର- ଅଶ୍ବିନୀ ରାତ୍ରି ଘ୧୨/୪୮ଗତେ ଦ୍ଵିଜା ,ସୁର୍ୟୋଦୟ-ପ୍ରାତଃଘ ୦୫/ ୧୧/୨୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୦୧ ,ଯୋଗିନୀ ନୈରୁତେ ରାତ୍ରି ଘ୧୨/୨୫ଗତେ ଦକ୍ଷିଣେ ,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମେଷରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,ଅଦ୍ୟ ମୃତେ ରାତ୍ରି ଘ୧୨/୨୬ ମଧ୍ୟେ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୬/୪୮ ଗତେ ଘ୦୮/୨୬ ମଧ୍ୟେ ,ବାରବେଳା – ଦିବା ଘ୦୩/୦୪ ଗତେ ଘ୦୪ /୪୨ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୨୭ ଗତେ ଘ୦୯/୫୯ ମଧ୍ୟେ ଓ ରାତ୍ରି ଘ୦୯/୩୧ ଗତେ ଘ୧୨/୩୮ମଧ୍ୟେ ଓ ଘ୦୨/୧୯ ଗତେ ଘ୦୩/୫୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୪/୪୩ ଗତେ ଘ୦୫/୦୪ମଧ୍ୟେ ,ଅଦ୍ୟ ପୋଇଭକ୍ଷଣ ନିଷେଧ
ମେଷ:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ।ପାରିବାରିକଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।
ବୃଷ:-ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେ କାଂଶରେ ଭଲ ରହିନପାରେ।ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣକ୍ଷେତ୍ରରେ ଅସୁବିଧା ମନେ କରିବେ।କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।
ମିଥୁନ:-ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ।ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ।ପ୍ରତୀକ୍ଷିତଖବରଟି ଆଜି ଅପରାହ୍ନେ ପାଇପାରନ୍ତି।ବନ୍ଧୁଙ୍କ ପ୍ରତିଶ୍ରୁତିଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ।
କର୍କଟ:-ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି।ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି।ଶିଳ୍ପ, ରପ୍ତାନି ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ସିଂହ:-ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ।କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟଉପରେ ବିରକ୍ତି ପ୍ରକାଶ କରିପାରନ୍ତି।ପରିବାରର ବ୍ୟୟବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।
କନ୍ୟା:-ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ।କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି।ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରିପାରନ୍ତି।ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା:-ଆନୁଷ୍ଠାନିକକାମରେ ସାଙ୍ଗଠନିକକାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।ସାମାଜିକସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିପାଇବ।ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ତ୍ୟାଗକଲେ କେତେକାଂଶରେ ଉପକୃତ ହୋଇପାରନ୍ତି।ପ୍ରତ୍ୟୁଷଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟିଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା:-ସାଧାରଣକଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।ସଭାସମିତିରେ ଆଲୋଚନାଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ।ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ।ଗତକାଲିଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେନ।
ଧନୁ:-ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କହାନି ଯୋଗୁ ଚିନ୍ତିତ ହେବାକୁ ପଡିବ।ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ।ଆଜିର ପ୍ରତ୍ୟୁଷଯାତ୍ରାରେ ସଫଳତା ମିଳିବ।ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।
ମକର:-ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦ ରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ।କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରାଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି।ପ୍ରତ୍ୟେକକ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।
କୁମ୍ଭ:-ସରଳଭାବରେ କୌଣସିକଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇ ପାରିବେ।ଅଫିସରେ ବାଦବିବାଦକ୍ରମେ ଜଟିଳହେବ କିନ୍ତୁ ଆପଣ ଅବଶ୍ୟସଫଳତା ହାସଲକରିବେ।ଜମିଜମା ବ୍ୟବସାୟରେ ଉନ୍ନତିକରିବା ସହ ନିକଟ ସମ୍ପର୍କୀୟଙ୍କସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
ମୀନ:-ଆଜି ଲକ୍ଷ୍ୟ ପୂରଣହେବାରେ ଜଣେ ଅଜଣା ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ।କୈାଣସି କ୍ଷେତ୍ର୍ରରେ ଆଜି ତରବରିଆପଦକ୍ଷେପ ନେବା ଠିକ୍‌ ହେବ ନାହିଁ।ଅସମର୍ଥିତସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।

କେଉଁବାରରେ ଜନ୍ମହେଲେ କଣ ସ୍ଵଭାବ ହୁଏ?
ରବିବାର – ଏହିବାରରେ ଜାତବ୍ୟକ୍ତି ସ୍ଥିର, ଉଗ୍ର, ବୀର ଓ ଚତୁର ହୁଅନ୍ତି।
ସୋମବାର – ଏହିବାରରେ ଜାତବ୍ୟକ୍ତି ସାତ୍ୱିକ, ଅସ୍ଥିର ମନ ଓ ରୋଗୀ ହୁଅନ୍ତି।
ମଙ୍ଗଳବାର – ଏହିବାରରେ ଜାତବ୍ୟକ୍ତି ମିଷ୍ଟଭାଷୀ, କ୍ଷମାଶିଳ ହୁଅନ୍ତି।
ବୁଧବାର – ଏହିବାରରେ ଜାତବ୍ୟକ୍ତି ଚତୁର ଓ ଧର୍ମପରାୟଣା ହୁଅନ୍ତି ।
ଗୁରୁବାର – ଏହିବାରରେ ଜାତବ୍ୟକ୍ତି ବିଦ୍ଵାନ, ଧନୀ ଓ ଲୋକପ୍ରିୟ ହୋଇଥାନ୍ତି।
ଶୁକ୍ରବାର – ଏହିବାରରେ ଜାତବ୍ୟକ୍ତି କର୍ମ ତତ୍ପର ଓ କଳା ପ୍ରିୟ ହୁଅନ୍ତି।
ଶନିବାର – ଏହିବାରରେ ଜାତବ୍ୟକ୍ତି ଚଞ୍ଚଳ lମନ, କ୍ରୋଧି,ଦୁଃଖୀ ଓ ଦୁଷ୍ଟ ସ୍ଵଭାବର ହୁଅନ୍ତି
!!ଜୟଜଗନ୍ନାଥ,ଜୟସୋମନାଥ ,ଜୟମା ଯୋଗମାୟା!!

Leave A Reply

Your email address will not be published.