ଆଜିର ରାଶିଫଳ

ରୋଗିଣା କରିପାରେ ତକିଆ

0 124

ଜୁନ୍ ମାସ ୦୧ତାରିଖ୨୦୨୪ ମସିହା(ଶନିବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ନବମୀ ଦିବା ଘ୦୭/୪୫ଗତେ ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୨୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୩୭,
ଯୋଗିନୀ ପୂର୍ବେ ଦିବା ଘ୦୭/୪୫ଗତେ ଉତ୍ତରେ,
ଦଶମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଧନୁରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଅଦ୍ୟ ମୃତେ ଦ୍ଵିପାଦଦୋଷ ପ୍ରା ଘ୦୫/୪୩ଗତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୬/୪୮ମଧ୍ୟେ ଓ ଘ୦୪/୪୦ଗତେ ଘ୦୬/୨୦ମଧ୍ୟେ,ବାରବେଳା – ଦିବା ଘ୦୧/୨୪ ଗତେ ଘ୦୩/୦୩ ମଧ୍ୟେ,ବିଶୁଦ୍ଧଅମୃତ ବେଳା- ଦିବା ଘ୦୩/୦୪ଗତେ ଘ୦୪/୩୯ ମଧ୍ୟେ ଓ ରାତ୍ରି ଘ୦୭/୦୮ଗତେ ଘ୦୭/୫୫ ମଧ୍ୟେ ଓ ଘ୧୧/୫୫ ଗତେ ଘ୦୨/୩୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୯/୧୦ଗତେ ଘ୧୧/୩୪ ମଧ୍ୟେ,ଲାଉ ଦିବା ଘ୦୭/୪୫ଗତେ କଳମଶାଗ ଭକ୍ଷଣ ନିଷେଧ।
ମେଷ:-ଆଜି ଦାମ୍ପତ୍ୟଜୀବନରେ ସୁଖ ଅନୁଭବ କରିବେ।ପାରିବାରିକସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମଭୋଜନ କରିବାର ସୁଯୋଗ ମିଳିବ।ଛୋଟଯାତ୍ରାର ଆୟୋଜନ ହୋଇପାରେ।ସ୍ଵାସ୍ଥ୍ୟ ଭଲରହିବ।ସ୍ନେହୀଜନମାନଙ୍କ ଠାରୁ ଶୁଭସମାଚାର ମିଳିପାରେ।
ବୃଷ:-ଆଜି ଆପଣଙ୍କ ଅଧୂରାକାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲରହିବ।ଆର୍ଥିକଲାଭ ହେବ।ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।
ମିଥୁନ:-ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ।ସ୍ଵାସ୍ଥ୍ୟକୁନେଇ କରି ମଧ୍ୟ ଅସୁବିଧା ହୋଇପାରେ।ଆକସ୍ମିକ ଧନ ଖର୍ଚ୍ଚହୋଇପାରେ।ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ।ଯାତ୍ରାରେ ଅସୁବିଧା ଆସିପାରେ।
କର୍କଟ:-ନକାରାତ୍ମକବିଚାର ହତାଶା ସୃଷ୍ଟିକରିବ। ଶାରୀରିକ ଏବଂ ମାନସିକରୂପରେ ଅସୁସ୍ଥତା ଅନୁଭବ କରିବେ।ମାତାପିତାଙ୍କର ସହିତ ମତଭେଦ ହୋଇପାରେ।ଜମି,ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।
ସିଂହ:-ଆଜି ବିନା ଭାବିବିଚାରି କୌଣସିକାର୍ଯ୍ୟ କରନ୍ତୁ ନାହିଁ।କାର୍ଯ୍ୟରେସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ,ପ୍ରତିଯୋଗୀମାନଙ୍କୁ ପରାସ୍ତ କରିପାରିବେ।ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବଭଲ ସମ୍ବନ୍ଧରହିବ।ଆର୍ଥିକଲାଭ ମଧ୍ୟ ହେବ।
କନ୍ୟା:-ଆପଣଙ୍କ ଅନିୟନ୍ତ୍ରିତବାଣୀ କାହା ସହିତ ମନମାଳିନ୍ୟ କରାଇପାରେ।ଦ୍ୱନ୍ଦ୍ୱରେ ଫସିଥିବାମନ ଆପଣଙ୍କୁ କୌଣସି ଠୋସନିର୍ଣ୍ଣୟ ନେବାକୁ ଦେବ ନାହିଁ।ମହତ୍ତ୍ଵପୂର୍ଣ୍ଣନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ।ସ୍ଵାସ୍ଥ୍ୟପ୍ରତି ଧ୍ୟାନ ରଖିବେ।
ତୁଳା:-ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ।କୁଟୁମ୍ବ ଏବଂ ମିତ୍ରମାନଙ୍କସହିତ ଉତ୍ତମଭୋଜନ,ଯାତ୍ରା କିମ୍ବା ସାକ୍ଷାତର ସୁଯୋଗମିଳିବ।ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗଆସିବ।ଆର୍ଥିକଲାଭ ହେବ। ଶୁଭ ସମାଚାରପ୍ରାପ୍ତ ହେବ।
ବିଛା:-ଆଜିରଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ।ସ୍ଵାସ୍ଥ୍ୟ ଖରାପହୋଇପାରେ। ପାରିବାରିକସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀହେବ।କୋର୍ଟକଚେରୀ ମାମଲାରେ ସାବଧାନ ରହିବେ।ଅଧିକଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।
ଧନୁ:-ଜୀବନର ପ୍ରତ୍ୟେକକ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ।ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରାକରିପାରନ୍ତି।ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତହେବେ।ମହିଳାମିତ୍ର ତଥା ପତ୍ନୀ ଏବଂ ପୁତ୍ରଲାଭ ହେବ।ବୈବାହିକ ସମସ୍ୟାର ସମାଧାନ ହେବ।
ମକର:-ଆପଣଙ୍କ ପ୍ରତ୍ୟେକକାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସିରହିବେ।ଚାକିରି-ବ୍ୟବସାୟକ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତାମିଳିବ।ଗୃହସ୍ଥଜୀବନରେ ଆନନ୍ଦ ରହିବ।ଧନପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି
କୁମ୍ଭ:-ଆଜି ମାନସିକଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ।ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକକାର୍ଯ୍ୟ କରନ୍ତୁ।ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ।ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।
ମୀନ:-ଆଧ୍ୟାତ୍ମିକତାପ୍ରତି ଆକର୍ଷଣ ବଢ଼ିବ।ବାଣୀ ତଥା ବ୍ୟବହାରଉପରେ ନିୟନ୍ତ୍ରଣରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତହୋଇପାରିବେ।ଅଚାନକ ଧନ ଲାଭ ହେବ।ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ।!!ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

ରୋଗିଣା କରିପାରେ ତକିଆ, ଜାଣନ୍ତୁ କେତେ ଦିନରେ ବଦଳାଇବା ଜରୁରୀ….
ତକିଆ ପ୍ରତି କରୁଥିବା ଅବହେଳାରୁ ବଞ୍ଚିବା ଦରକାର। କାରଣ ସେଥିରେ ଅନେକ ଗୁଡିଏ ବ୍ୟାକ୍ଚେରିଆ ଜନ୍ମ ନେଇଥାନ୍ତି, ଯାହା ଅପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏଥିପାଇଁ ଏହାକୁ ସଫା ରଖିବା ଆବଶ୍ୟକ।ସ୍ୱାସ୍ଥ୍ୟବାନ୍ ରହିବାପାଇଁ ନିଜ ବିଛଣାକୁ ସଫା ରଖିବା ଆବଶ୍ୟକ। ବିଛଣାରେ ଅଧିକ ମୁଖ୍ୟ ହେଉଛି ତକିଆ, ଯାହା ବିନା ଅନେକଙ୍କୁ ନିଦ ହୋଇନଥାଏ।ବାରମ୍ୱାର ତକିଆ ବ୍ୟବହାର କରୁଥିଲେ , ଏହାକୁ ପରିଷ୍କାର ମଧ୍ୟ ରଖିବାକୁ ହୁଏ। କାରଣ ଏଥିପାଇଁ ବହୁ ରୋଗ ହୋଇପାରେ। କିଛି ଲୋକ ତକିଆର ଖୋଳ ବଦଳାଇ ବ୍ୟବହାର କରିଥାନ୍ତି, ଯାହାକି ଠିକ୍ ନୁହେଁ। ତକିଆ ନରମ ହୋଇଥିବାରୁ ବହୁତ ପ୍ରକାରର ସଂକ୍ରମଣ ହୋଇପାରେ । ସେଥିପାଇଁ ଏହାକୁ ଠିକ୍ ସମୟରେ ବଦଳାଇବା ଆବଶ୍ୟକ। ଜାଣନ୍ତୁ ଏହାକୁ ବଦଳାଇବାର ସଠିକ୍ ସମୟ ଏବଂ ଏଥିରୁ ହେଉଥିବା ସମସ୍ୟା।
ଯେବେ ଆମେ କୌଣସି ତକିଆକୁ ବ୍ୟବହାର କରିଥାଉ, ଏହାର ମାଇକ୍ରୋବ୍ସ ନିଃଶ୍ୱାସ ଜରିଆରେ ଆମ ଶରୀରରେ ପହଞ୍ଚି ଇମ୍ୟୁନିଟିକୁ ଦୁର୍ବଳ କରିଥାଏ ଏବଂ ଆମେ ଅନେକ ରୋଗର ଶିକାର ହୋଇଥାଉ।
ତ୍ୱଚାରେ ବାରମ୍ୱାର ବ୍ରଣ ହେଉଥିଲେ, ଏହାର କାରଣ ତକିଆ ହୋଇପାରେ। ଅଧିକ ସମୟ ପାଇଁ ଗୋଟିଏ ତକିଆ ବ୍ୟବହାର କରିଲେ, ଏହାର ଆକାର ବଦଳିଯାଇଥାଏ। ଏହା ଭିତରେ ଥିବା ଫାଇବର୍ ଦ୍ୱାରା ଅନେକ ସମସ୍ୟା ହୋଇପାରେ।ବାରମ୍ୱାର ଥଣ୍ଡା, ଜ୍ୱର, କାଶ ଏବଂ ଫେସ୍ ଆଲର୍ଜିର ସମସ୍ୟା ତକିଆ ଠାରୁ ହୋଇପାରେ। ଫ୍ଲୁ ଏବଂ ଭାୟରାଲ୍ ମଧ୍ୟ ତକିଆର ବ୍ୟବହାର ଦ୍ୱାରା ହୋଇଥାଏ। ଏହି ସମୟରେ ନିଃଶ୍ୱାସ, ନାକରୁ ବାହାରୁଥିବା ପାଣି ଏବଂ ଶୋଇବା ସମୟରେ ପାଟିରୁ ବାହାରୁଥିବା ଲାଳ ତକିଆରେ ପଡିଥାଏ। ଯାହା ପରେ ସମସ୍ୟାର କାରଣ ହୋଇଥାଏ।
ଯଦି ଆପଣ ଦୈନିକ ଗୋଟିଏ ତକିଆର ବ୍ୟବହାର କରୁଛନ୍ତି, କେବେ ଏହାକୁ ୧୦ରୁ ୧୨ ବର୍ଷପରେ ବଦଳାଇ ନେବା ଉଚିତ୍। ଏହାଛଡା ଯଦି ତକିଆର ତୁଳାରେ ଗଣ୍ଠି ପଡିବା ଆରମ୍ଭ ହେଲାଣି, ତାହେଲେ ଏହାକୁ ବଦଳାଇ ନିଅନ୍ତୁ। ତକିଆକୁ ଅଧାରୁ ଫୋଲ୍ଡ କରି ଅଧମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ,ଯଦି ଏହା ସିଧା ନ ହୁଏ ତାହେଲେ ଏହାକୁ ବଦଳାଇବାର ସମୟ ହୋଇଯାଇଛି। ସବୁ ସପ୍ତାହରେ ତକିଆର ଖୋଳ ସଫାକରନ୍ତୁ ଏବଂ ଏକ ସୀମିତ ବ୍ୟବଧାନରେ ଏହାକୁ ସଫାକରି ଖରାରେ ସୁଖାନ୍ତୁ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.