ଆଜିର ରାଶିଫଳ

ଶରୀର ପାଇଁ କେତେ ଉପକାରୀ ସଜନାଶାଗ, ଜାଣନ୍ତି କି ?

0 135

୨୦୨୪ମସିହା ମଇମାସ ୨୯ତାରିଖ ବୁଧବାର।ଅଦ୍ୟ ଶ୍ରୀକ୍ଷେତ୍ରେ ଓ ସାକ୍ଷୀଗୋପାଳରେ ଭଉଁରୀଯାତ୍ରା।ସୁର୍ୟ୍ୟୋଦୟ- ଘ୫/୧୦/୫୯ ,ସୂର୍ୟ୍ୟାସ୍ତ- ଘ୬/୧୬/ ୪୧ ,ଜ୍ୟେଷ୍ଠମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଷଷ୍ଠୀ ଦିବା ଘ୧/୫୩ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ନକ୍ଷତ୍ର- ଶ୍ରବଣା ନକ୍ଷତ୍ର ଦିବା ଘ୯/୨୭ମି ପର୍ୟ୍ୟନ୍ତ ତଦନ୍ତେ ଧନିଷ୍ଠା ନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ,ଦିବା ଘ୧/୫୩ମି ପରେ ବାୟବ୍ୟକୋଣରେ।ଅଗନ୍ତବ୍ୟତିଥି, ବୈଧୃତିଯୋଗ, ଶନିଯୁକ୍ତ ଓ ବିଷ୍ଟିକରଣ ଦୋଷହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର- ସିଂହରାଶିର ଏବଂ ରାତ୍ରି ଘ୮/୫୫ମି ପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ସପ୍ତମୀର ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ନିମ୍ବ ଏବଂ ଦିବା ଘ୧/୫୩ମିପରେ ତାଳଭକ୍ଷଣ ନିଷେଧ।ଅଶୁଭ ବେଳା-କାଳବେଳା ଦିବା ଘ୮/୨୮ମି ରୁ ଘ୧୦/୬ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୧୧/୪୫ମି ରୁ ଘ୧/୨୩ମି ପର୍ୟ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୨୮ମି ରୁ ଘ୩/୪୯ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୭/୩୫ମି ରୁ ଘ୧୦/୪୭ମି ମଧ୍ୟେ, ଘ୧/୧୧ମି ରୁ ଘ୪/୨୩ମି ମଧ୍ୟେ, ଅସ୍ତରୁ ରାତ୍ରି ଘ୧୦/୧୯ମି ମଧ୍ୟେ, ଘ୧୨/୪୩ମି ରୁ ଘ୨/୧୯ମିପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ଦିବାଘ୧/୫୩ମି ପରେ ୧ପାଦ ତିଥି ପୁଷ୍କରଦୋଷ। ଫଳଂ ଗୋପଶୁସମ୍ପଦର ବିନାଶ ଓ ଅନ୍ନବସ୍ତ୍ରଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସ୍ତ୍ରୀ ବିଧବା।ପୀତବସ୍ତ୍ର,ତିଳସୁବର୍ଣ୍ଣ,ତଣ୍ଡୁଳଦାନ କରଣୀୟ।ଦିବା ଘ୯/୨୭ମି ପରେ ସର୍ବସମ୍ପନ୍ନା (ଶୁଭ)।ଶୁଭକର୍ମ- ସୂର୍ୟ୍ୟୋଦୟ ରୁ ଦିବା ଘ୧/୫୩ମି ମଧ୍ୟେ ୨୨ ଓ ୨୩ ନକ୍ଷତ୍ରେ ନବଦୋଳାଦ୍ୟାରୋହଣ, ନାମକରଣ, ନିଷ୍କ୍ରାମଣ, ହୋମାଦିସ୍ବସ୍ତ୍ୟୟନ,ଔଷଧକରଣ ଓ ସେବନ,ହଳପ୍ରବାହ,ବୀଜବପନ,ଧାନ୍ୟସ୍ଥାପନ,ନାଟ୍ୟାରମ୍ଭ,ରାଜଦର୍ଶନ,ସୂର୍ୟ୍ୟୋଦୟ ରୁ ଦିବା ଘ୯/୨୭ମିମଧ୍ୟେ ୨୨ନକ୍ଷତ୍ରେ ନବଶଯ୍ୟାସନାଦ୍ବୁପଭୋଗ,ବାଣିଜ୍ୟକରଣ, ଦିବା ଘ୯/୨୭ମିପରେ ଦିବା ଘ୧/୫୩ମିମଧ୍ୟେ ୨୩ନକ୍ଷତ୍ରେ ନବବସ୍ତ୍ର ପରିଧାନ, ଅଳଙ୍କାର ଭୂଷଣ।
🐏ମେଷ👉 ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇପାରନ୍ତି। ଆଶାବାଦୀ ହେବେ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।
🐮ବୃଷ👉ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ବର୍ୟ୍ୟଯୁକ୍ତ ହେବେ। ରଣାଙ୍ଗନ ବୀରତ୍ବ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହେବେ। ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ଧନଲାଭ ହେବ।
👩❤️👨ମିଥୁନ👉 ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପଥରୋଧ ହୋଇପାରେ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। କଥାବାର୍ତ୍ତାର ମାଧୁର୍ୟ୍ୟରେ ଅନ୍ୟମାନେ ମୋହିତ ହୋଇପାରନ୍ତି। ଜ୍ଞାନ-ଗରିମା, ସାହସୀ ଓ ଗୁଣଜ୍ଞ ହେବେ।
🦀କର୍କଟ👉 କାର୍ୟ୍ୟଭାର ଲାଘବ ହେବ। ରୋଜଗାର ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୃହ ଓ ଯାନବାହନ ସୁଖ ମିଳିବ।
🦁ସିଂହ👉ପରିବେଶ ଆପଣଙ୍କ ପାଇଁ ଲାଭଦାୟକ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ସରକାରଙ୍କ କୃପାପାତ୍ର ହେବେ।
🙎♀️କନ୍ୟା👉 ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇପାରନ୍ତି। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ବାନ୍‌ ଓ ସାହସୀ ହେବେ।
⚖️ତୁଳା👉 ଦାୟିତ୍ବରେ ପରିବର୍ତ୍ତନ ଘଟିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସ୍ବାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।
🦂ବିଛା👉ଅର୍ଜନ କରିଥିବା ପୂର୍ବର ଅଭିଜ୍ଞତା କାର୍ୟ୍ୟରେ ଲଗାଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧାର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ କାର୍ୟ୍ୟ କଲେ ସଫଳତା ଅବଶ୍ୟ ମିଳିବ।
🏹ଧନୁ👉ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରନ୍ତି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
🐊ମକର👉ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପାଇଁ ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ପତ୍ନୀଙ୍କ ସହାୟତା ମିଳିବ।
🏺କୁମ୍ଭ👉 ବିପଦକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବ୍ୟକ୍ତି ବିଶେଷ ଭାବେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। କୃଷିକର୍ମ ଉପରେ ଆଲୋକପାତ କରିପାରନ୍ତି।
🐟ମୀନ👉ଅଘଟଣ ଘଟିବ। ପୂର୍ବରୁ ସତର୍କ ହେବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହେବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ସ୍ନେହ ରହିବ।

ଶରୀର ପାଇଁ କେତେ ଉପକାରୀ ସଜନାଶାଗ, ଜାଣନ୍ତି କି ?
ସଜନାଗଛ ଯାହାର ବୈଜ୍ଞାନିକନାମ ହେଉଛି ମୋରିଙ୍ଗାଓଲିଫେରା।ଏହାରପତ୍ର ଫଳ, ମଞ୍ଜି, ଛାଲ, ମୂଳ ଇତ୍ୟାଦି ସବୁ ବ୍ୟବହୃତ ହୁଏ। ସଜନା ଶାଗ ଚମତ୍କାରବୃକ୍ଷ’ ଏହାକୁ ‘ଡ୍ରମଷ୍ଟିକ୍ ପ୍ଲାଣ୍ଟ’ ମଧ୍ୟ କୁହାଯାଏ, କାରଣ ଏହାର ମଧ୍ୟ ଅନେକଗୁଣ ଅଛି।ସଜନାଶାଗକୁ ଆମେ ବିଭିନ୍ନ ଉପାୟରେ ଖାଇପାରିବେ। ଏଗୁଡିକ ସାଲାଡ,ପନିପରିବା ସହିତ କିମ୍ବା ଚାକରି ମଧ୍ୟ ଖାଇପାରିବେ। ସଜନାଚା ତିଆରିକରିବାପାଇଁ ପତ୍ରକୁ ଗ୍ରାଇଣ୍ଡକରି ଗରମପାଣିରେ ଫୁଟାନ୍ତୁ। ଏହିକାରଣରୁ, ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକତତ୍ତ୍ୱ ପାଣିରେରହିବ। ସଜନାଶାଗ ଖାଇବା କେବଳ ସ୍ୱାସ୍ଥ୍ୟର ଉପକାର ହୁଏନାହିଁ ବରଂ ଏହାରସ୍ବାଦ ମଧ୍ୟ ଭଲ ।
ରକ୍ତହୀନତାରୋକିଥାଏ:-ସଜନାରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ରକ୍ତହୀନତାକୁ ରୋକିବାରେ ସହାୟକ ହୋଇଥାଏ।
ଆଇରନ, ଭିଟାମିନ୍ ସି, ଫୋଲିକ୍ ଏସିଡ୍, ଭିଟାମିନ୍ ବି ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୁଷ୍ଟିକର ଖାଦ୍ୟ ସଜନାରେ ମିଳିଥାଏ।ରକ୍ତରେ ହେମୋଗ୍ଲୋବିନ୍ ସୃଷ୍ଟି କରେ ଯାହା ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିଥାଏ। ଏହା ସହ ଭିଟାମିନ୍ ସି ଆଇରନ୍ ଅବଶୋଷଣରେ ମଧ୍ୟ ସାହାଯ୍ୟ କରେ।ସଜନା ଫଲିକ୍ ଏସିଡ୍ RBC ଉତ୍ପାଦନକୁ ପ୍ରୋତ୍ସାହିତ କରେ। ରକ୍ତହୀନତାର ଚିକିତ୍ସାରେ ଭିଟାମିନ୍ B12 ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ରକ୍ତହୀନତାକୁ ରୋକିବାରେ ସଜନା ଶାଖ ଖାଇବା ଲାଭଦାୟକ।
ଥାଇରଏଡପାଇଁ ଉପକାରୀ:-ସଜନା ଶାଗରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ଥାଇରଏଡ୍ କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ।ସଜନା ଶାଗରେ ଆୟୋଡିନ୍, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏ, ସି ଏବଂ ଇ, ଜିଙ୍କ ଏବଂ ସେଲେନିୟମ୍ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ। ଯାହାକି ଆୟୋଡିନ୍ ଥାଇରଏଡ୍ ହରମୋନ୍ ସନ୍ତୁଳନ କରିବାରେ ସାହାଯ୍ୟ କରେ।
ଉଚ୍ଚରକ୍ତଚାପ ହ୍ରାସ କରେ:-ଏହିପରି ଅନେକ ଗୁଣ ସଜନା ଶାଗରେ ମିଳିଥାଏ ଯାହା ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ସଜନା ଶାଗରେ ପୋଟାସିୟମ ଥାଏ ଯାହା ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ।ସଜନାଶାଗରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମଧ୍ୟ ଏଥିରେ ମିଳିଥାଏ ଯାହା ଧମନୀକୁ ଆରାମ ଦେଇଥାଏ। ସଜନା ଶାଗରେ ନାଇଟ୍ରିକ୍ ଅକ୍ସାଇଡ୍ ସ୍ତରକୁ ମଧ୍ୟ ହ୍ରାସ କରିଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।ତେଣୁ ଉଚ୍ଚରକ୍ତଚାପ ଥିବା ଲୋକଙ୍କପାଇଁ ସଜନାଶାଗ ବରଦାନ ସ୍ବରୂପ।
ଡାଇବେଟିସ ସମସ୍ୟାକୁ ଦୂରକରେ-ଯେଉଁମାନଙ୍କର ଡାଇବେଟିସ ସମସ୍ୟା ଥାଏ ସେମାନେ ସଜନା ଶାଗର ଜୁସ ସେବନ କଲେ ଡାଇବେଟିସ ନିୟନ୍ତ୍ରଣରେ ରହିଥାଏ। ଏହା ମଧ୍ୟ stress tensionରୁ ମୁକ୍ତି ଦେଇଥାଏ,ଯେଉଁ ଲୋକମାନେ ଥାଇରଏଡ ସମସ୍ୟା,ଯେଉଁମାନଙ୍କର ଅନିଦ୍ରା ସମସ୍ୟା ଅଛି ସେମାନେ ସଜନା ଶାଗ ସେବନ କଲେ ଅନିଦ୍ରା ସମସ୍ୟା ଦୂର ହୋଇଥାଏ
ଚର୍ବିକୁ ହ୍ରାସ କରାଏ:-ଯଦି ଆପଣ ନିଜ ଶରୀରର ଚର୍ବିକୁ ହ୍ରାସ କରିବାକୁ ଚାହାନ୍ତି ସଜନା ଶାଗ ସେବନ କରନ୍ତୁ,ଏହା ମେଟାବୋଲିଜିମକୁ ଦୂର କରିଥାଏ,ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ ,ମୁଣ୍ଡରୁ କେଶ ଝଡ଼ିବା ସମସ୍ୟା ଓ ରୁପି ହେବା ସମସ୍ୟାରୁ ରକ୍ଷା ପାଇବାପାଇଁ ଏହାକୁ ସେବନ କରନ୍ତୁ!!ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା!!

 

Leave A Reply

Your email address will not be published.