ଆଜିର ରାଶିଫଳ

ଭୁଲ୍‌ରେ ବି ସନ୍ଧ୍ୟାବେଳେ ଦାନ କରନ୍ତୁ ନାହିଁ ଏହି ଜିନିଷ, ନହେଲେ....

0 163

୨୦୨୪ମସିହା ମଇମାସ ୨୬ତାରିଖ ରବିବାର।ଋତୁ- ଗ୍ରୀଷ୍ମଋତୁର (ପ୍ରଥମମାସ)ସୂର୍ଯ୍ୟ- ଉତ୍ତରାୟଣ ,ସୁର୍ଯ୍ୟୋଦୟ- ଘ୫/୧୧/୨୮ ,ସୂର୍ଯ୍ୟାସ୍ତ- ଘ୬/୧୫/ ୩୦ ,ଜ୍ୟେଷ୍ଠମାସ ,କୃଷ୍ଣପକ୍ଷ ,ଆଦିତ୍ୟବାସ ,ତିଥି- ତୃତୀୟା ଅପରାହ୍ନ ଘ୬/୩ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ନକ୍ଷତ୍ର- ମୂଳାନକ୍ଷତ୍ର ଦିବାଘ୧୧/୯ମିପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ାନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ,ଅପରାହ୍ନ ଘ୬/୩ମିପରେ ନୈର୍ଋତକୋଣରେ।ରିକ୍ତାତିଥି,ବିଷ୍ଟିକରଣ, ମାସଦଗ୍ଧା, ଚତୁର୍ଥୀଦୋଷ ହେତୁ ସୂର୍ଯ୍ୟୋଦୟରୁ ପ୍ରାତଃଘ୬/୨୭ମିମଧ୍ୟେ ଯାତ୍ରାଶୁଭ।ଅଗ୍ନିକୋଣ,ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ମିଥୁନ,କର୍କଟ,କନ୍ୟା,ଧନୁ,ମକର ଓ ମୀନରାଶିର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ ଏବଂ ଅପରାହ୍ନ ଘ୬/୩ମିପରେ ମୂଳାଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୬ମି ରୁ ଘ୧/୨୩ମିପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୧/୬ମି ରୁ ଘ୨/୨୮ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବାଘ୬/୪୭ମି ରୁ ଘ୯/୧୧ମିମଧ୍ୟେ, ଘ୧୧/୩୫ମି ରୁ ଘ୧/୫୯ମି ମଧ୍ୟେ,ଅସ୍ତରୁ ରାତ୍ରି ଘ୭/୫୪ମି ମଧ୍ୟେ, ଘ୧୧/୬ମି ରୁ ଘ୧୨/୩୦ମିପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ଦିବା ଘ୩/୩୫ମି ରୁ ଘ୪/ ୨୩ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୧ପାଦ ବାର ପୁଷ୍କରଦୋଷ।ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ଦିବାଘ୧୧/୯ମିପରେ ସାତମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀ ବିଧବା। ପୀତବସ୍ତ୍ର,ତିଳସୁବର୍ଣ୍ଣ,ତଣ୍ଡୁଳଦାନ କରଣୀୟ।ରଜଶ୍ଚକ୍ରେ ପୁତ୍ରିଣୀ।ଶୁଭକର୍ମ- ସୂର୍ଯ୍ୟୋଦୟ ରୁ ପ୍ରାତଃ ଘ୬/୨୭ମି ମଧ୍ୟେ,୧୯ନକ୍ଷତ୍ରେ ବୃକ୍ଷରୋପଣ,ନୌକାଗଠନ,ଔଷଧକରଣ ଓ ସେବନ,ହଳପ୍ରବାହ,ବୀଜବପନ, ଧାନ୍ୟଚ୍ଛେଦନ ଓ ସ୍ଥାପନ।
🐏ମେଷ- ଚିନ୍ତାମୁକ୍ତ ହୋଇପାରନ୍ତି।ମନରେ ସେବାଭାବନା ଜାଗ୍ରତହେବ।ଆକସ୍ମିକଭାବେ ବ୍ୟବସାୟରୁ ଲାଭପାଇବେ।କୃଷିକ୍ଷେତକୁ ତ୍ବରାନ୍ବିତକରିବେ। ଯାନବାହନଲାଭ ହେବ।ଗୃହ ପରିବେଶ ଠିକ୍‌ ରହିବ।ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
🐮ବୃଷ- ଆର୍ଥିକଉନ୍ନତି ପାଇଁ ଚେଷ୍ଟା ଜାରିରଖିବେ।କର୍ମକ୍ଷେତ୍ର ଏପରିକି ସର୍ବସାଧାରଣକ୍ଷେତ୍ରରେ ପ୍ରାଧାନ୍ୟବିସ୍ତାର କରିପାରନ୍ତି।ବିବାଦୀୟଘଟଣାରେ ବିଜୟୀ ହେବେ। ଅର୍ଥ ଓ ଦ୍ରବ୍ୟଲାଭର ସୂଚନା ମିଳୁଛି। ମଉଜମଜଲିସ୍‌ କରିବେ।
👩❤️👨ମିଥୁନ- ପରିସ୍ଥିତିପ୍ରତି ସଜାଗ ରହିବାକୁପଡ଼ିବ।ତ୍ୟାଗପୂତମନୋବୃତ୍ତି ଗ୍ରହଣ କରିପାରନ୍ତି।ନୀତିନିଷ୍ଠ ହେବେ।ବିବିଧ ଧନଯୁକ୍ତ ହୋଇପାରନ୍ତି।ଚଞ୍ଚଳମନା ହେବେ। ହୃଷ୍ଟଚିତ୍ତ ଓ ଅତିସୁଖୀ ହୋଇପାରନ୍ତି।କୀର୍ତ୍ତିମାନ୍‌ ଓ ସହିଷ୍ଣୁ ହେବେ।
🦀କର୍କଟ-ପ୍ରୀତିଭୋଜନ ମିଳିପାରେ।ଦେବଦର୍ଶନ ଓ ପୂଜାର୍ଚ୍ଚନାରେ ଲିପ୍ତରହିବେ।ଆୟପରିମାଣ ବୃଦ୍ଧିପାଇବ।ସରକାରୀ କିମ୍ବା ବନ୍ଧୁସୂତ୍ରରୁ ଲାଭବାନ୍‌ ହେବେ। ଶରୀର ସୁସ୍ଥରହିବ।ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ।ଚିନ୍ତାଧାରା ଉନ୍ନତମାନର ହେବ।
🦁ସିଂହ- କର୍ମକ୍ଷେତ୍ରରୁ ପ୍ରତିବନ୍ଧକ ଦୂରୀଭୂତହେବ।ଅତିଥିସତ୍କାର ପାଇଁ ଖର୍ଚ୍ଚପରିମାଣ ବୃଦ୍ଧିପାଇବ।ମନସ୍କାମନାପୂର୍ଣ୍ଣ ହୋଇପାରେ।ବ୍ୟବସାୟ ଲାଭଜନକ ହେବ। ବିବାଦରସୁସମାଧାନ ହୋଇପାରେ।କର୍ମକ୍ଷେତ୍ରରେ ସଫଳତାମିଳିବ।ମଧୁରଭାଷୀ ହେବେ।
🙎♀️କନ୍ୟା- କାର୍ଯ୍ୟର ସଫଳରୂପାୟନ କରି ପ୍ରଶଂସିତହେବେ।ଆୟବୃଦ୍ଧିର ସୂଚନାମିଳୁଛି।ହସଖୁସିରରେ ସମୟ ବିତାଇପାରନ୍ତି।ବିଭିନ୍ନସ୍ତରରୁ ସ୍ନେହଶ୍ରଦ୍ଧା ଲାଭ କରିବେ।ଲୋକପ୍ରିୟତା ବୃଦ୍ଧିହେବ।ସମ୍ମାନିତ ହେବେ।ଯାନବାହନସୁଖ ମିଳିବ।ପ୍ରସନ୍ନତା ଲାଭ କରିବେ।
⚖️ତୁଳା-ହଜିଥିବା ଦ୍ରବ୍ୟ ପୁନର୍ବାର ହସ୍ତଗତହେବ।ବ୍ୟବସାୟ ଲାଭଜନକହେବ।କାର୍ଯ୍ୟରେ ସଫଳତା ଲାଭକରିବେ।ମନରେ ସେବାଭାବନା ଜାଗରିତ ହେବ। ପୂଜାର୍ଚ୍ଚନାରେ ନିମଜିତ ହୋଇପାରନ୍ତି।ପାରିବାରିକ ସୁଖ ମିଳିବ।ଗୃହରେ ଶାନ୍ତି ବିରାଜମାନ କରିବ।
🦂ବିଛା- ସଫଳତାର ସୂଚନାମିଳିପାରେ।ଭ୍ରମଣଯୋଗ ରହିଛି।ପ୍ରତିଯୋଗିତାରେ ବିଜୟୀହେବେ।ଯଶସ୍ବୀ ହୋଇପାରନ୍ତି।ପାରିବାରିକଜୀବନ ସୁଖପ୍ରଦ ହେବ। ବିଭିନ୍ନସ୍ତରରୁ ଅର୍ଥପ୍ରାପ୍ତିର ସୂଚନାମିଳୁଛି।ଜନୈକାମହିଳା ସାହାଯ୍ୟ କରିପାରନ୍ତି।
🏹ଧନୁ-ଶିକ୍ଷାକ୍ଷେତ୍ରରେ ଅଧିକ ଅଭିଜ୍ଞତା ଅର୍ଜନକରିପାରନ୍ତି।ଧନକ୍ଷୟ ହେବାର ସମ୍ଭାବନାଅଛି।ଶାରୀରିକଅସୁସ୍ଥତା ଅନୁଭବ କରିପାରନ୍ତି।ମାନସିକସ୍ତରରେ କ୍ଳେଶ ଉପୁଜିବାର ସମ୍ଭାବନାଅଛି।ସ୍ବାଭିମାନୀହେବେ।ଅଷ୍ଟମଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବେ।
🐊ମକର-ପିତାଙ୍କସ୍ବାସ୍ଥ୍ୟ ପାଇଁ ଚିନ୍ତିତହୋଇପାରନ୍ତି।ଆମୋଦପ୍ରମୋଦରେ ଦିନଟି ଅତିବାହିତହେବ।କର୍ତ୍ତବ୍ୟପରାୟଣ ହେବେ।ପଡ଼ୋଶୀଙ୍କସହ ବୁଝାମଣା ଉତ୍ତମ ସ୍ଥିତିରେ ରହିବ।ସମୃଦ୍ଧିରମାର୍ଗ ଉନ୍ମୁକ୍ତରହିବ।ଶତ୍ରୁବିନାଶ କରି ମାନସିକଶାନ୍ତି ମିଳିବ।
🏺କୁମ୍ଭ-ପିଲାଙ୍କ ପଢ଼ାପଢ଼ିପାଇଁ ବ୍ୟସ୍ତରହିବେ।କଳ୍ପନାବିଳାସୀ ହୋଇପାରନ୍ତି।ମନରେ ସରସତାଆସିବ।ପାରିବାରିକସୁଖ ମିଳିବ।କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ଶତ୍ରୁଦମନ କରି ମାନସିକଶାନ୍ତି ଫେରି ପାଇବେ।ଚଞ୍ଚଳ ଚେଷ୍ଟିତ ହେବେ।
🐟ମୀନ- ପ୍ରାୟ ପ୍ରତ୍ୟେକକ୍ଷେତ୍ରରେ ସଫଳତାଲାଭ କରିବେ।ହଠାତ୍‌ କିଛିଅର୍ଥ ପାଇ ଚିନ୍ତାମୁକ୍ତ ହେବେ।ଚଞ୍ଚଳପ୍ରକୃତିର ହେବେ।କନ୍ୟାସନ୍ତାନ ଦ୍ବାରା ଉପକୃତ ହୋଇପାରନ୍ତି।ବାଣିଜେ ବସତି ଲକ୍ଷ୍ମୀଯୋଗ ଅଛି।ଋଣପରିଶୋଧ କରି ଚିନ୍ତାମୁକ୍ତହେବେ।ସୁଖୀ ହୋଇପାରନ୍ତି।

ଭୁଲ୍‌ରେ ବି ସନ୍ଧ୍ୟାବେଳେ ଦାନ କରନ୍ତୁ ନାହିଁ ଏହି ଜିନିଷ, ନହେଲେ ଦେଖାଦେବ ଅର୍ଥାଭାବ
ଜ୍ୟୋତିଷଶାସ୍ତ୍ରରେ ଦାନରମହତ୍ବ ଅଧିକରହିଛି ।କୌଣସି ଗରିବଲୋକଙ୍କୁ ଦାନକରିବା ଏକ ମହତ୍ବପୂର୍ଣ୍ଣକାମ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ ଦାନରମହତ୍ବ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣକଥା କୁହାଯାଇଛି । ଦାନଦେବା ଦ୍ବାରା ପୂଣ୍ୟପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି । କିନ୍ତୁ କଣ ଆପଣଜାଣିଛନ୍ତି କି ସନ୍ଧ୍ୟାସମୟରେ ଦାନ ଦିଆଯାଏନାହିଁ କାହିଁକି ? ସନ୍ଧ୍ୟାସମୟରେ ଦାନଦେବା ଅତ୍ୟନ୍ତ ଅଶୁଭବୋଲି ଧରାଯାଏ ।ଏହାଦ୍ବାରା ଆପଣଙ୍କଜୀବନରେ ଅନେକସମସ୍ୟା ଦେଖାଦେଇପାରେ ।ତେବେ ଆସନ୍ତୁଜାଣିବା ସନ୍ଧ୍ୟାସମୟରେ କେଉଁଜିନିଷ ଦାନ କରିବା ଉଚିତ୍ ନୁହେଁ
👉ସନ୍ଧ୍ୟାସମୟରେ କ୍ଷୀରଦାନ କରିବା ଉଚିତ୍ ନୁହେଁ । କ୍ଷୀରକୁ ମାଲକ୍ଷ୍ମୀ ଏବଂ ଚନ୍ଦ୍ରଙ୍କରପ୍ରତୀକ ବୋଲିକୁହାଯାଇଥାଏ ।ତେଣୁ ସନ୍ଧ୍ୟାସମୟରେ କ୍ଷୀରଦାନ କରିବାଦ୍ବାରା ଘରେ ଅର୍ଥାଭାବ ଦେଖାଦିଏ ।
👉ସୂର୍ଯ୍ୟାସ୍ତସମୟରେ କାହାକୁ ଦହିଦେବା ଉଚିତ୍ ନୁହେଁ ।ଏହାଦ୍ବାରା ଆପଣଙ୍କ ସୁଖଶାନ୍ତି ଓ ବୈଭବ ହାନି ଘଟିଥାଏ ।
👉ସନ୍ଧ୍ୟାସମୟରେ କାହାକୁବି ପିଆଜ ଆଉ ରସୁଣଦେବା ଉଚିତ୍ ନୁହେଁ ।ରସୁଣ ଆଉ ପିଆଜରସମ୍ପର୍କ କେତୁଗ୍ରହ ସହ ରହିଥାଏ ।ସନ୍ଧ୍ୟା ସମୟରେ ଏହାକୁ ଦେବାଦ୍ବାରା ଆପଣଙ୍କୁ ଅନେକଅସୁବିଧାର ସମ୍ମୁଖୀନହେବାକୁ ପଡିପାରେ ।
👉ସନ୍ଧ୍ୟାସମୟରେ ଲକ୍ଷ୍ମୀ ଘରେ ପ୍ରବେଶକରିଥାନ୍ତି ।ତେଣୁ ସନ୍ଧ୍ୟାସମୟରେ ଆପଣ କାହାକୁ ବି ଅର୍ଥଦାନକରିବା ଦ୍ବାରା ଲକ୍ଷ୍ମୀଙ୍କୁ ଗୃହରୁ ବିଦା କରିବେ କୁହାଯାଏ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.