ଆଜିର ରାଶିଫଳ

ପୂଜାର୍ଚ୍ଚନାବେଳେ ଭୂମିରେ ରଖନ୍ତୁନାହିଁ ଏସବୁ ଜିନିଷ

0 128

୨୦୨୪ମସିହା ମଇମାସ ୨୫ତାରିଖ ଶନିବାର।ଭିକାରୀବଳଜୟନ୍ତୀ ,ସୁର୍ୟ୍ୟୋଦୟ- ଘ୫/୧୧/୪୧ ,ସୂର୍ୟ୍ୟାସ୍ତ- ଘ୬/୧୫/୫ ,ଜ୍ୟେଷ୍ଠମାସ ,କୃଷ୍ଣପକ୍ଷ ,ଶୌରି ବାସ ,ତିଥି- ଦ୍ବିତୀୟା ସନ୍ଧ୍ୟା ଘ୬/୫୧ମି ପର୍ୟ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଜ୍ୟେଷ୍ଠା ନକ୍ଷତ୍ର ଦିବା ଘ୧୧/୭ମି ପର୍ୟ୍ୟନ୍ତ ତଦନ୍ତେ ମୂଳାନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ,ସନ୍ଧ୍ୟା ଘ୬/୫୧ମିପରେ ଆଗ୍ନେୟକୋଣରେ।ଶନିବାର,ରବିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର- ଦିବା ଘ୧୧/୭ମି ପରେ ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବୋଇତାଳୁ ସନ୍ଧ୍ୟା ଘ୬/୫୧ମିପରେ ପଟୋଳଭକ୍ଷଣ ନିଷେଧ।ଅଶୁଭବେଳା- (କାଳବେଳା) ପ୍ରାତଃ ଘ୫/୧୨ମି ରୁ ଘ୬/୫ମିମଧ୍ୟେ, ଦିବା ଘ୪/ ୩୭ମି ରୁ ଘ୬/୧୫ମି ପର୍ୟ୍ୟନ୍ତ। (ବାରବେଳା) ଦିବା ଘ୧/୨୨ମି ରୁ ଘ୩/୦ମି ପର୍ୟ୍ୟନ୍ତ।(କାଳରାତ୍ରି) ସନ୍ଧ୍ୟା ଘ୬/୧୫ମି ରୁ ଘ୭/୩୮ମି ମଧ୍ୟେ, ରାତ୍ରି ଘ୩/ ୪୯ମି ରୁ ଘ୫/୧୧ମି ପର୍ୟ୍ୟନ୍ତ।ଶୁଭବେଳା–(ଅମୃତ) ଦିବା ଘ୨/୪୭ମି ରୁ ଘ୫/୧୧ମି ମଧ୍ୟେ, ରାତ୍ରି ଘ୭/୩ମି ରୁ ଘ୭/୫୧ମି ମଧ୍ୟେ, ଘ୧୧/୫୧ମି ରୁ ଘ୨/୧୫ମି ମଧ୍ୟେ, ଘ୩/୫୦ମି ରୁ ଘ୫/୧୧ମି ପର୍ୟ୍ୟନ୍ତ ।ମାହେନ୍ଦ୍ରବେଳା- ପ୍ରାତଃ ରୁ ଘ୬/୦ମି ମଧ୍ୟେ, ଘ୯/୧୨ମି ରୁ ଘ୧୧/୩୬ମି ପର୍ୟ୍ୟନ୍ତ।ପୁଷ୍କର ଦୋଷ- ଅଦ୍ୟ ମୃତବ୍ୟକ୍ତିର ୨ପାଦ ବାର ଓ ତିଥି ପୁଷ୍କରଦୋଷ।ଫଳଂ କୃଷିହାନି ଓ ଗୋପଶୁ ସମ୍ପଦର ବିନାଶ। ଭୂମି ଓ ଅନ୍ନବସ୍ତ୍ର ଦାନ। ମନ୍ଧ୍ୟା ଘ୬/୫୧ମି ପରେ ୧ପାଦ ବାର ପୁଷ୍କରଦୋଷ।ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତିବିଧେୟ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାରଦିବା ଘ୧୧/୭ମି ମଧ୍ୟେ ଦଶମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀ ଦରିଦ୍ରା ଓ ବିଧବା।ଘୃତକାଂସ୍ୟପାତ୍ର,ଶୁକ୍ଳବସ୍ତ୍ର,ତିଳସୁବର୍ଣ୍ଣ, ତଣ୍ଡୁଳଦାନ କରଣୀୟ।ରଜଶ୍ଚକ୍ରେ ପୁତ୍ରିଣୀ।ଶୁଭକର୍ମ- ନାହିଁ ।
🐏ମେଷ👉ଆଜି ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ ।ପିଲାମାନେ ଆଜି ଆପଣଙ୍କ ଘରୋଇକାର୍ୟ୍ୟ ସାରିବାରେ ସହଯୋଗଦେବେ ।ସମ୍ଭାଳିକି ବନ୍ଧୁମାନଙ୍କ ସହିତ କଥା ହୁଅନ୍ତୁ,କାରଣ ଆଜିଦିନରେ ବନ୍ଧୁତାହଜେଇ ବସିବାର ସମ୍ଭାବନାଅଛି ।ବୟସ୍କବ୍ୟକ୍ତିମାନେ ସେମାଙ୍କର ପୁରୁଣାସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ ।ଆପଣଙ୍କୁ ନିଜର ଜୀବନସାଥୀଙ୍କର ଶକ୍ତ ଓ କଡ଼ାରୂପ ଦେଖିବାକୁ ମିଳିବ, ଯାହାକାରଣରୁ ଆପଣ ଅସହଜତା ଅନୁଭବ କରିବେ।
🐮ବୃଷ👉ବନ୍ଧୁବାନ୍ଧବମାନଙ୍କଠୁ ସହଯୋଗ ମିଳିବ ଓ ମନରବୋଝ ହାଲୁକା ହେବ ।ଆପଣ ଓ ଆପଣଙ୍କରପ୍ରିୟଜନ ଅଧିକସମୟ ଏକାଠିକାଟିଲେ ବୁଝିବାଶକ୍ତି ବଢିବ ।ଆଜି ଆପଣଙ୍କର କୌଣସିବନ୍ଧୁ ଆପଣଙ୍କଘରକୁ ଆସି ଆପଣଙ୍କସହିତ ସମୟକାଟିପାରେ ।ଜୀବନସାଥୀ ସହିତ ଆଜିଦିନ ଅନ୍ୟଦିନ ଅପେକ୍ଷା ଭଲ ରହିବ । ଆଜି ଆପଣଙ୍କୁ ଆପଣଙ୍କପ୍ରେମୀ ଦୁରେଇ ଗଲା ପରି ଲାଗିପାରେ
👩❤️👨ମିଥୁନ👉ନିଜର ନକରାତ୍ମକଚିନ୍ତାଧାରା ଯୋଗୁଁ ଆପଣ ପ୍ରଗତି କରିପାରୁନାହାନ୍ତି ।ଏହି କଥାକୁ ବୁଝିବାପାଇଁ ଏହା ଉତ୍ତମସମୟ କି ଆପଣଙ୍କର ଚିନ୍ତା କରିବାର ଅଭ୍ୟାସ ଆପଣଙ୍କ ଭାବନାଶକ୍ତିର ଅନ୍ତକରି ଦେଇଛି ।ବିଦେଶରେ ରହୁଥିବା କୌଣସି ବନ୍ଧୁବାନ୍ଧବ ଠୁ ମିଳିଥିବା ଉପହାର ଆପଣଙ୍କୁ ଖୁସି ଦେଇପାରେ । ଆପଣଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ୱ ବହୁତ ଲୋକଙ୍କ ହୃଦୟ ଜିତି ନବ ।
🦀କର୍କଟ👉ପାଠପଢା ଜାଗାରେ ଘରୁ ଅତିଡ଼େରି ଯାଏଁ ବାହାରେ ରହିବ କାରଣରୁ ଆପଣଙ୍କ ମାତାପିତା ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି । କ୍ୟାରିୟରପାଇଁ ଯୋଜନା ବନେଇବା ସେତିକି ହି ଆବଶ୍ୟକ ,ଯେତିକି ଖେଳଖୁଦ ।ସେଥିପାଇଁ ମାତାପିତାଙ୍କୁ ଖୁସିରଖି ପାଇଁ ଦୁଇଟାରେ ହିଁ ସନ୍ତୁଳନ ରଖିବା ଆବଶ୍ୟକ ।ଆପଣଙ୍କର ପ୍ରେମିକପ୍ରେମିକା ଆଜି ଆପଣଙ୍କଉପରେ ତାଙ୍କର ପାରିବାରିକ ସମସ୍ୟାର କ୍ରୋଧ ସୁଝାଇ ପାରନ୍ତି ।ତେଣୁ ତାଙ୍କସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ।
🦁ସିଂହ👉ଆପଣ କୌଣସି ଦାନଧର୍ମକାର୍ୟ୍ୟରେ ସହଭାଗିତା ନେଇ କରିପାରନ୍ତି,ଯାହାଦ୍ୱାରା ଆପଣଙ୍କୁ ମାନସିକସନ୍ତୋଷ ମିଳିବ ।ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧନଅର୍ଜନ କରିବାରେ ସକ୍ଷମ ।କେବେ ନିଜଉପରେ ବିଶ୍ୱାସରଖିବା ଆବଶ୍ୟକ ।ବିଦେଶରେ ରହୁଥିବା କୌଣସି ବନ୍ଧୁବାନ୍ଧବ ଠୁ ମିଳିଥିବା ଉପହାର ଆପଣଙ୍କୁ ଖୁସି ଦେଇପାରେ । ଆପଣଙ୍କପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।
🙎♀️କନ୍ୟା👉ଶାରୀରିକରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ।ଏହିଁ କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇପାରିବେ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭହୋଇପାରେ ।ଆପଣଙ୍କୁ ଖୁସି କରିବାପାଇଁ ଆପଣଙ୍କ ଜୀବନସାଥୀ ବହୁତ ଚେଷ୍ଟାକରିବେ। ଆପଣଙ୍କ ଦେଶବିଷୟରେ କିଛି ନୂଆ ତଥ୍ୟଜାଣି ଆପଣ ଆଶ୍ଚର୍ୟ୍ୟ ହୋଇପାରନ୍ତି ।
⚖️ତୁଳା👉ଆଜି ଆପଣଙ୍କର ବହୁତ କାମ ରହିବ ଓ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳିନେବେ । ଆଜି ଦିନଟି ଆପଣଙ୍କ ଅନେକ କାର୍ୟ୍ୟବ୍ୟସ୍ତତାରେ ଯିବ ବିଶେଷକରି ସେଥିରେ ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗାଯୋଗ କରିବା ଅନ୍ତର୍ଭୁକ୍ତ ରହିବ । ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍‍ ଆସିପାରେ । ଆହୁରିମଧ୍ୟ କାର୍ୟ୍ୟସ୍ଥଳରେ ଘଟଣା ଆୟୋଜନ କରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ ।
🦂ବିଛା👉ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ୟ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ୟ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ୟ୍ୟର ଚାପ ଅଧିକ ଥିବା ବେଳେ ଭଲ ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।
🏹ଧନୁ👉ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ ।ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି ।ସେ ଯାହାବି ହେଉ, ଧିରେଧିରେ ଆପଣଙ୍କପକେଟ ହାଲୁକା ହେବ ।
🐊ମକର👉ଆପଣ ଅନ୍ୟମାନଙ୍କଠାରୁ ବହୁ ଉଚ୍ଚର ସ୍ଵାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରନ୍ତି ଓ ଆଜି ମଧ୍ୟ ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ ।ଦୂରଯାତ୍ରା ପାଇଁ ଯନ୍ତ୍ରଣା ଅନୁଭବ କରିପାରନ୍ତି ।ଜୀବନସାଥି ସନ୍ଧାନରେଥିବା ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣହେବ ।
🏺କୁମ୍ଭ👉ଦିନଟି ଅତ୍ୟନ୍ତ ଶୁଭଫଳଦାୟକ ।ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ୟ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଠିକ ସମୟରେ କାର୍ୟ୍ୟକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଜାରି ରଖିବେ ।ଘରପାଇଁ କିଛି ଦରକାରୀ ଆବଶ୍ୟକୀୟଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣିପାରିବେ
🐟ମୀନ👉ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକଶାନ୍ତି ଅବ୍ୟାହତ ରହିବ ।ସୁସ୍ଥ ପାରିବାରିକ ଓ କର୍ମମୟଜୀବନରେ ତୃପ୍ତିଲାଭ କରିବେ ।କୌଣସି ସମସ୍ୟାରସମାଧାନ କରିବାକୁ ପଡିଲେ କ୍ରୋଧପ୍ରକାଶ ନକରି କୋମଳକଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର ।ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି ।

ପୂଜାର୍ଚ୍ଚନାବେଳେ ଭୂମିରେ ରଖନ୍ତୁନାହିଁ ଏସବୁ ଜିନିଷ, ନଚେତ୍ ଦେଖାଦେଇପାରେ ଆର୍ଥିକସଙ୍କଟ
ବାସ୍ତୁଅନୁସାରେ ଏମିତି ଅନେକଜିନିଷ ଅଛି ଯାହାକୁ ଘରେ ରଖିବା ଶୁଭସଙ୍କେତ ବୋଲି କୁହାଯାଏ ।ଏହାଦ୍ବାରା ବାସ୍ତୁଦୋଷ ଦୂର ହେବା ସହିତ ଘରେ ସୁଖସମୃଦ୍ଧି ଏବଂ ଶାନ୍ତି ରହିଥାଏ । ଠିକ୍ ସେହିପରି ପୂଜାପାଠରେ ମଧ୍ୟ ବାସ୍ତୁସହ ଜଡିତ ନିୟମକୁ ପାଳନ କରିବା ଉଚିତ୍ । ବିଶେଷକରି ପୂଜାରେ ବ୍ୟବହୃତ ହେଉଥିବା ଜିନିଷକୁ ଭୂମି ଉପରେ ରଖାଯାଏ ନାହିଁ । ଏହାଦ୍ବାରା ପୂଜାରଫଳ ନମିଳିବା ସହ ବାସ୍ତୁଦୋଷ ବଢିଥାଏ ।
👉ଭଗବାନଙ୍କର ମୂର୍ତ୍ତି କିମ୍ବା ଫଟୋ ଭୂମିଉପରେ ରଖନ୍ତୁ ନାହିଁ :-ଅନେକସମୟରେ ଲୋକମାନେ ସଫା କରୁଥିବା ସମୟରେ ଭଗବାନଙ୍କର ମୂର୍ତ୍ତି କିମ୍ବା ଫଟୋକୁ ଭୂମି ଉପରେ ରଖି ଦେଇଥାନ୍ତି । ବାସ୍ତୁ ଅନୁସାରେ ଏହା ଦ୍ବାରା ଘରେ ବାସ୍ତୁ ଦୋଷ ଦେଖାଦେବା ସହ ଚିନ୍ତା ବୃଦ୍ଧି ଏବଂ ଆର୍ଥିକ ସମସ୍ୟା ଦେଖା ଦେଇପାରେ । ତେଣୁ ତାହାକୁ ସର୍ବଦା ସଫା କପଡା ବା ସଫା ସ୍ଥାନରେ ରଖିବା ଉଚିତ୍ ।
👉ଭୁଲରେ ସୁଧା ଶିବଲିଙ୍ଗକୁ ଭୂମି ଉପରେ ରଖନ୍ତୁ ନାହିଁ :-ପ୍ରାୟତଃ ଲୋକମାନେ ମନ୍ଦିର ସଫା କରିବା ସମୟରେ ଶିବଲିଙ୍ଗକୁ ଭୂମି ଉପରେ ରଖି ଦେଇଥାନ୍ତି । କିନ୍ତୁ ଏହାଦ୍ବାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।ତେଣୁ ଭଗବାନ ଶିବଙ୍କର ପ୍ରତୀକ ଶିବଲିଙ୍ଗକୁ ଭୂମି ଉପରେ ନ ରଖି ସଫା କପଡା ଏବଂ ପରିସ୍କାର ଜାଗା ଉପରେ ରଖିବା ଉଚିତ୍ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.