ଆଜିର ରାଶିଫଳ

ମଇମାସ ୧୭ତାରିଖ ୨୦୨୪ମସିହା(ଶୁକ୍ରବାର)ବୈଶାଖମାସ- ଶୁକ୍ଳପକ୍ଷ ,ତିଥି- ନବମୀ ଦିବା ଘ୦୮/୪୮ ଗତେ ଦଶମୀ ,ନକ୍ଷତ୍ର- ପୁର୍ବା ଫା ରାତ୍ରି ଘ୦୯/୫୯ ଗତେ ଉତ୍ତରା ଫା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୪୧ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୨୭ ,ଯୋଗିନୀ ପୂର୍ବେ ଦିବା ଘ୦୮/୪୮ ଗତେ ପୂର୍ବେ ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବୃଷରାଶିର ଘାତଚନ୍ଦ୍ର ,ବିଛା ,ଧନୁ ଓ ମୀନରାଶିର ଘାତବାର ,ଅଦ୍ୟ ମୃତେ ରାତ୍ରି ଘ ୦୯/୫୯ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା – ଦିବା ଘ ୦୮/୨୭ ଗତେ ଘ୧୧/୪୨ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୪୩ ଗତେ ଘ୦୫/୧୨ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୦୬/୫୦ ମଧ୍ୟେ ,ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ
ମେଷ:-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ:-ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
ମିଥୁନ:-ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
କର୍କଟ:-କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
ସିଂହ:-ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା:-ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
ତୁଳା:-ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା:-ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।
ଧନୁ:-ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।
ମକର:-ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।
କୁମ୍ଭ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।
ମୀନ:-ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.