ଆଜିର ରାଶିଫଳ

ବାସ୍ତୁ ଦେବତା କିଏ ?

0 170

୨୦୨୪ମସିହା ମଇମାସ ୧୪ତାରିଖ ମଙ୍ଗଳବାର।ବୃଷସଂକ୍ରାନ୍ତି, ତତ୍ ବିହିତ ଗ୍ରହପୂଜା, ହୋମଦାନାଦି। ଅର୍ଦ୍ଧରାତ୍ରି ପରେ ସୂର୍ଯ୍ୟ ସଂକ୍ରମଣ ଯୋଗୁଁ ପରଦିନ ପୁଣ୍ୟକାଳ ହେବ।ସୁର୍ଯ୍ୟୋଦୟ- ଘ୫/୧୪/୫୬,ସୂର୍ଯ୍ୟାସ୍ତ- ଘ୬/୧୦/୫୨,ବୈଶାଖମାସ,ଶୁକ୍ଳପକ୍ଷ,ଭୌମବାସ,ତିଥି- ସପ୍ତମୀ ରାତ୍ରି ଘ୪/୧୦ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ନକ୍ଷତ୍ର- ପୁଷ୍ୟା ନକ୍ଷତ୍ର ଦିବା ଘ୧/୪୦ମି ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟ କୋଣରେ, ରାତ୍ରି ଘ୪/୧୦ମି ପରେ ଐଶାନ୍ୟ କୋଣରେ। ସଂକ୍ରମଣ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର- ଘାତଚନ୍ଦ୍ର ନାହିଁ।ଘାତବାର–ମକରରାଶିର ଘାତବାର।
ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ତାଳଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୬/୪୯ମି ରୁ ଘ୮/୨୭ମି ପର୍ଯ୍ୟନ୍ତ।କାଳବେଳା ଦିବା ଘ୧/୨୬ମି ରୁ ଘ୩/୦ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୭/୩୮ମି ରୁ ଘ୯/୦ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃରୁ ଦିବା ଘ୭/୩୯ମି ମଧ୍ୟେ, ଦିବା ଘ୯/୧୫ମି ରୁ ଘ୧୧/୩୯ମି ମଧ୍ୟେ, ଘ୨/୫୧ମି ରୁ ଘ୩/୩୯ମି ମଧ୍ୟେ, ଅସ୍ତରୁ ରାତ୍ରି ଘ୬/୫୯ମି ମଧ୍ୟେ, ଘ୧୨/୫୩ମି ରୁ ଘ୨/୫୯ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ଦିବା ଘ୨/୩ମି ରୁ ଘ୨/୫୧ମି ମଧ୍ୟେ, ଘ୩/୩୯ମି ରୁ ଘ୪/୨୭ମି ମଧ୍ୟେ, ରାତ୍ରି ଘ୮/୩୫ମି ରୁ ଘ୧୦/୧୧ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୨ ପାଦବାର ଓ ତିଥି ପୁଷ୍କରଦୋଷ। ଫଳଂ କୃଷିହାନି, ଗୋପଶୁ ସମ୍ପଦର ବିନାଶ। ଭୂମି ଓ ଅନ୍ନବସ୍ତ୍ର ଦାନ। ରାତ୍ରି ଘ୪/୧୦ମି ପରେ ୧ ପାଦବାର ପୁଷ୍କରଦୋଷ। ଫଳଂ କୃଷି ହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ଦିବା ଘ୧/୪୦ମି ପରେ ସମ୍ବତ୍ସର ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ରଜଶ୍ଚକ୍ରେ ବନ୍ଧ୍ୟା,ଘୃତକାଂସ୍ୟପାତ୍ର,ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳଦାନ କରଣୀୟ।ଶୁଭକର୍ମ- ନାହିଁ ।
🐏ମେଷ👉ମନରେ ଧାର୍ମିକକାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଛାତ୍ରଙ୍କୁ କୌଣସି ଶୁଭ ସୂଚନା ମିଳିବ।
🐮ବୃଷ👉ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ, ସ˚ମ୍ଭବ୍ୟ ସ˚କଟ ଦୂର ହେବ। ଶତ୍ରୁଙ୍କ ଷଡ଼ଯନ୍ତ୍ର ପ୍ରକଟ ହୋଇଯିବ। ବିଦେଶରୁ ବ୍ୟବସାୟ ସମ୍ବନ୍ଧିତ ଭଲ ଖବର ପାଇବେ। ଭାବିଥିବା ସବୁ କାମ ଠିକ୍‌ ଭାବରେ ହେବ।
👩‍❤️‍👨ମିଥୁନ👉ପରିବାରରେ ବଡ଼ଙ୍କ ଠାରୁ ଆଶୀର୍ବାଦ ନେଇ କାମରେ ଯାଆନ୍ତୁ ସଫଳତା ପାଇବେ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
🦀କର୍କଟ👉 ନୂଆ କାମ ଆରମ୍ଭ ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ରାଜନୀତିରେ ମହତ୍ବାକା˚କ୍ଷା ପୂରା ହେବ। ବିରୋଧୀଙ୍କ ଉପରେ ବିଜୟ ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ।
🦁ସିଂହ👉ଦୀର୍ଘଦିନରୁ ଲାଗିରହଥିବା ସମସ୍ୟାର ସମାଧାନ ହେବ। ଆୟ ବୃଦ୍ଧି ହେବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ପ୍ରିୟବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଭଲ ସମୟ।
🙎‍♀️କନ୍ୟା👉ଆଜି ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। କ୍ରମାଗତ ପ୍ରୟାସରେ ସଫଳତା ମିଳିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ବଜାୟ ରହି
⚖️ତୁଳା👉 ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ଦେବୀମାତାଙ୍କ ପ୍ରତି ଆସ୍ଥା ବଢ଼ିବ। ମହିଳାଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ।
🦂ବିଛା👉 ସୁନ୍ଦର କଳ୍ପନାରେ ବିଭୋର ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ବୈବାହିକ ଜୀବନରେ ମଧୁରତା ଆସିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
🏹ଧନୁ👉 ସମୟ ଆପଣଙ୍କ ଲାଗି ଖୁବ୍‌ ଭଲ। କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ ତହିିଁରେ ଲାଭ ମିଳିବ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିିଁ। ଜୀବନସାଥୀଙ୍କ ଠାରୁ ଖୁବ୍‌ ପ୍ରେମ ମିଳିବ।
🐊ମକର👉ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିଛି। ଜୀବନସାଥୀଙ୍କ ସହିତ ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇପାରନ୍ତି। ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବେ। ରଚାନାତ୍ମକ କାମରେ ଆପଣଙ୍କର ନାମ ହେବ।
🏺କୁମ୍ଭ👉ଦିନଟି ଆପଣଙ୍କ ଉଦାର ସ୍ବଭାବ ଲାଗି ପ୍ରସନ୍ନତା ନେଇ ଆସିଛି। କୌଣସି କାମର ଆପଣଙ୍କୁ ଆଶା ଠୁଁ ଅଧିକ ଲାଭ ହେବ। ଚାକିରିରେ ଉନ୍ନତି ହେବ। ବୈବାହିକ ଜୀବନରେ ମଧୁରତା ଆସିବ।
🐟ମୀନ👉ଦିନଟି ଆପଣଙ୍କ କ୍ୟାରିୟର ଲାଗି ଅଧିକ ଶୁଭ ରହିବ। ଭବିଷ୍ୟତ ସମ୍ବନ୍ଧରେ ମହତ୍ବପୂର୍ଣ୍ଣ ଫଇସଲା ନେବେ। ଅଫିସରେ ଆପଣଙ୍କ କାମରେ କତୃପକ୍ଷ ଖୁସି ହୋଇ ଉପହାର ଦେବେ। ପାରିବାରିକ ଜୀବନ ସୁଖମୟ ହେବ।*
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ବାସ୍ତୁ ଦେବତା କିଏ ?
ଯାହାଙ୍କ ପୂଜା ମାତ୍ରକେ ଦୂର ହୋଇଥାଏ ଘରର ସମସ୍ତ ବାସ୍ତୁ ଦୋଷ
ହିନ୍ଦୁଧର୍ମରେ ଘର,ଦୋକାନ ଯାହା କିଛିବି ଆମେ ବନେଇଥାଉ ଜ୍ୟୋତିଷଗଣନା ସହିତ ବାସ୍ତୁଶାସ୍ତ୍ରର ମଧ୍ୟ ଧ୍ୟାନ ରଖାଯାଇଥାଏ । କାରଣ ଏହି ଦୁଇଟି ଜିନିଷକୁ ଧ୍ୟାନ ରଖିବା ନିହାତି ଜରୁରୀ ହୋଇଥାଏ । କେବଳ ନିର୍ମାଣସମୟରେ ନୁହେଁ, ନିର୍ମାଣପରେ ମଧ୍ୟ ଧ୍ୟାନରଖିବା ଆବଶ୍ୟକ ,ନଚେତ ଜୀବନରେ ଆସିଥାଏ ଅନେକ ବାଧାବିଘ୍ନ । କିନ୍ତୁ ଆପଣ କଣ ଜାଣିଛନ୍ତି କିଏ ଏହି ବାସ୍ତୁଦେବତା ?
ବାସ୍ତୁଦେବତାଙ୍କ ଉତ୍ପତି-ବାସ୍ତୁଦେବତାଙ୍କ ପୂଜନବିନା ଘରର ବାସ୍ତୁଦୋଷ ଦୂର ହୋଇନଥାଏ, ଏପରିସ୍ଥିତିରେ ଆସନ୍ତୁଜାଣିବା କିଏ ସେହି ବାସ୍ତୁଦେବତା ଏବଂ କଣ ତାଙ୍କର ମହତ୍ୱ ଏବଂ କିଭଳିହେଲା ତାଙ୍କରଉତ୍ପତି ।
ପୌରାଣିକକଥା ଅନୁସାରେ ବାସ୍ତୁଦେବତାଙ୍କ ଉତ୍ପତି ଭଗବାନ ଶିବଙ୍କ ଝାଳରୁ ହୋଇଥିଲା ।ଯେତେବେଳେ ଅନ୍ଧକାସୁର ନାମକ ରାକ୍ଷସ ସହିତ ମହାଦେବଙ୍କର ଭୟଙ୍କର ଯୁଦ୍ଧ ହେଉଥିଲା ସେତେବେଳେ ମହାଦେବଙ୍କ ଶରୀରରୁ କିଛି ଝାଳବୁନ୍ଦା ଭୂମି ଉପରେ ପଡିଯାଇଥିଲା । ଯେଉଁଥିରୁ ଗୋଟିଏ ସୁଦୀର୍ଘପ୍ରାଣୀର ଉତ୍ପତି ହୋଇଥିଲା ।ସେହି ପ୍ରାଣୀକୁ ଦେଖି ଭୟଭୀତହୋଇ ଦେବତା ଏବଂ ଇନ୍ଦ୍ରଦେବ ବ୍ରହ୍ମାଙ୍କ ନିକଟରେ ପହଂଚିଥିଲେ ।
ସେତେବେଳେ ବ୍ରହ୍ମା କହିଥିଲେ ଇଏ ହେଉଛନ୍ତି ବାସ୍ତୁଦେବତା ଓ ତାଙ୍କର ହୁଙ୍କାରଦ୍ୱାରା ପୃଥିବୀ ଏବଂ ଆକାଶର ନକାରାତ୍ମକଉର୍ଜା ଦୂର ହୋଇଯିବ । ଏହାପରେ ସମସ୍ତ ଦେବତା ତାଙ୍କର ସ୍ୱାଗତ କରିଥିଲେ । ଏହିଭଳି ଭାବରେ ଭଗବାନ ଶିବଙ୍କ ଝାଳରୁ ବାସ୍ତୁଦେବତାଙ୍କ ଉତ୍ପତି ହୋଇଥିଲା । ଏହାପରେ ସମସ୍ତଦେବତା ବାସ୍ତୁ ଦେବତାଙ୍କୁ ବରଦାନ ଦେଇଥିଲେ କୌଣସି ଘରର ନିର୍ମାଣ ପୂର୍ବରୁ ପ୍ରଥମେ ତୁମକୁ ବନ୍ଦନା କରାଯିବ । ପୌରାଣିକମାନ୍ୟତା ଅନୁସାରେ ସନାତନଧର୍ମରେ ଯେକୌଣସି ଗୃହ ନିର୍ମାଣ ପୂର୍ବରୁ ବାସ୍ତୁଦେବତାଙ୍କୁ ପୂଜା ନକରାଗଲେ ସେହି ଗୃହରେ ବାସ୍ତୁଦୋଷର ଉତ୍ପତି ହୋଇଥାଏ ।

 

Leave A Reply

Your email address will not be published.