ଆଜିର ରାଶିଫଳ

ପାଟିକୁ ଖଟା , ସ୍ବାସ୍ଥ୍ୟପାଇଁ ରାମବାଣ ଅଁଳା

ଡିସେମ୍ବରମାସ ୧୪ ତାରିଖ ୨୦୨୪ ମସିହା(ଶନିବାର)ମାର୍ଗଶୀର ମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ ୦୪/୪୪ ଗତେ ପୂର୍ଣ୍ଣିମା,ନକ୍ଷତ୍ର- ରୋହିଣୀ ରାତ୍ରି ଘ୦୪/୧୯ ଗତେ ମୄର୍ଗଶିରା, ସୁର୍ୟୋଦୟ-ପ୍ରାତଃ ଘ୦୬/୧୬ /୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/ ୧୩,ଯୋଗିନୀ ପଶ୍ଚିମେ ଦିବା ଘ୦୪/୪୪ଗତେ ବାୟବ୍ୟେ, ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,କାଳବେଳା -ଦିବା ଘ୦୭/୪୦ ମଧ୍ୟେ ଓ ଦିବା ଘ୦୩/୪୪ଗତେ ଘ୦୫/୦୬ ମଧ୍ୟେ,ବାରବେଳା – ଦିବା ଘ୦୧/୦୨ ଗତେ ଘ୦୨/୦୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୫୪ ଗତେ ଘ୧୦/୧୮ ମଧ୍ୟେ ଓ ଘ୧୨/୪୦ ଗତେ ଘ୦୧/୦୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୧/୫୫ ଗତେ ଘ୦୨/୩୪ ମଧ୍ୟେ,ଅଦ୍ୟ ବିରି ଦିବା ଘ୦୪/୪୪ ଗତେ ଆମିଷ ଭକ୍ଷଣ ନିଷେଧ।
ମେଷ:-ବହୁଦିନର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ।କଳ୍ପନା ବିଳାସୀ ହୋଇ ପାରନ୍ତି।ବିଭିନ୍ନଦିଗରୁ ଧନାଗମ ହେବ।ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣହେବ। ସତ୍‌ସଙ୍ଗୀ ହେବେ।ଅର୍ଥ ମିଳିବ।ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇ ପାରେ। ଧୈର୍ଯ୍ୟ ଧରିପାରିଲେ ସୁଫଳ ମିଳିବ।ଅଧିକଦାୟିତ୍ବ ବହନ କରିପାରନ୍ତି।କାର୍ଯ୍ୟରେ ବାଧା ଉପୁଜି ପାରେ।ବ୍ୟୟ ବୃଦ୍ଧିର ସୂଚନା ମିଳୁଛି।କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ:-ଜମି-ଜମା ବାବଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ।ସୁଖ-ସମ୍ମାନ ଲାଭ କରିପାରନ୍ତି।କୌଶଳରେ କାର୍ଯ୍ୟ ହାସଲ କରିବେ।ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ।ପ୍ରୀତି ଲାଭ ହେବ।
ସିଂହ:-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ।ଧର୍ମ-କର୍ମ ସଂପାଦନ କରି ପାରନ୍ତି।କର୍ମ କୁଶଳତା ପ୍ରକାଶ ପାଇବ।କର୍ମକ୍ଷେତ୍ରରେ ବିଜୟୀ ହେବେ।ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ।ଦେବ ଦର୍ଶନ ଯୋଗରହିଛି ।
କନ୍ୟା:-ଯୋଗାଯୋଗରେ ପ୍ରଗତି ଘଟିବ।କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମଗୁଣର ଆଧାର ହେବେ।
ତୁଳା:-କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।ସ୍ୱାଭିମାନୀ ହେବେ।
ବିଛା:-ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍ଫୁପଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:-ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ।ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ।ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର- ଭୂଷଣ ଲାଭ ହେବ।କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
ମକର:-ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି।ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକ କ୍ଷେତ୍ରରେ ନିରବ ଦ୍ରଷ୍ଟା ସାଜିପାରନ୍ତି।ଭୟ ଓ ଆଶଙ୍କା ଲାଗି ରହିଥିଲେ ବି ବହୁ ଶୁଭଫଳ ଆଶା କରାଯାଏ।ଖଳଲୋକଙ୍କୁ ଚିହ୍ନଟକରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।ଉଦାର ଓ ଦାନଶୀଳ ହେବେ।
ମୀନ:-ଏପରି କାର୍ଯ୍ୟ ନକରନ୍ତୁ; ଯୋଉଁଥିରେ କି ନିଜସୁନାମର ଆଞ୍ଚ ଆସିବ।ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ।ସୁସ୍ଥ ଓ ନିରାମୟ ରହିବେ।ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

ପାଟିକୁ ଖଟା , ସ୍ବାସ୍ଥ୍ୟପାଇଁ ରାମବାଣ ଅଁଳା
ଅଁଳା ଫଳଟି ପାଟିକୁ ଖଟା ଓ କଷା ଲାଗେ । ମାତ୍ର ଏହା ଶରୀର ପାଇଁ ଉପକାରୀ । ଅଁଳାର ପତ୍ରଠୁ ନେଇ ଫଳ ଯାଏ ସବୁଥିରେ ଔଷଧୀୟ ଗୁଣ ରହିଛି । ସ୍ବାସ୍ଥ୍ୟ ପାଇଁ ମହୌଷଧି ପରି କାମ କରିଥାଏ ଅଁଳା । ତେବେ ଅଁଳାର କଣ ରହିଛି ଉପକାରିତା । ଶରୀର କେଉଁ ସମସ୍ୟା ଥିଲେ ଅଁଳା ଲାଭଦାୟକ ହେବ , ଆଜି ଜାଣିବା…
କେଶ ଓ ସ୍କିନ୍ ସମସ୍ୟା ଦୂରକରେ- ବର୍ତ୍ତମାନ ଚୁଟିଝଡିବା ଶୀଘ୍ରପାଚିଯିବା ଏକ ବଡସମସ୍ୟା ହୋଇଛି ।ଅଁଳା ଏହି ସମସ୍ୟାକୁ ସମାଧାନ କରିଥାଏ ।ଅଁଳା, ରାଶିକୁ ମହୁରେ ମିଶାଇ କେଶରେ ଲାଗାଇବା ଲାଭ ମିଳିଥାଏ ।କେଶ ପୃଷ୍ଟିହୋଇ ବୃଦ୍ଧି ହୋଇଥାଏ । ଏହାସହିତ ଅଁଳା ଓ ଗୁଡମିଶାଇ ପିଇଲେ କେଶ ଉପୁଡିବା ଓ ପାଚିବା ସମସ୍ୟା ଦୂର ହୁଏ । ଅଁଳା ସହ କଳାରାଶି ଓ ଭୃଙ୍ଗରାଜ ପତ୍ର ବାଟି ପାନ କଲେ କେଶ ପାଚିବା ସମସ୍ୟା କମିଥାଏ ।ଅଁଳାରେ ଭିଟାମିନ-ସି ଥାଏ ଯାହା ସ୍କିନ ଓ କେଶ ପାଇଁ ଲାଭଦାୟକ ହୋଇଥାଏ ।
ହଜମଶକ୍ତି ବଢାଏ-ଅନେକ ସମୟରେ ଦେଖିବାକୁମିଳେ କିଛିଲୋକଙ୍କର ହଜମ ଶକ୍ତି ନଥାଏ । କିଛି ଏପଟ ସେପଟ ଖାଇଲେ ପେଟ ସମସ୍ୟା ଦେଖାଦିଏ ।ଅଁଳା ଖାଇଲେ ହଜମଶକ୍ତି ବଢିଥାଏ । ଏଥିରେ ଥିବା ଫାଇବର ହଜମଶକ୍ତି ବଢାଇବାରେ ସହାୟକ ହୁଏ ।
ହୃଦରୋଗ- ହାର୍ଟଆଟାକ ବା ହୃଦରୋଗ ପାଇଁ ଅଁଳା ମହୌଷଧି ପରି କାମଦିଏ । ଅଳ୍ପକିଛି ଅଁଳାଗୁଣ୍ଡକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ମହୁ ସହିତ ମିଶାଇ ପିଇଲେ ଏହା ହୃଦରୋଗ ପାଇଁ ରାମବାଣ ପରି କାମ କରେ ।
ରୋଗପ୍ରତିରୋଧକ ଶକ୍ତି ବଢାଏ- ସାଧାରଣତଃ ଦେଖିବାକୁ ମିଳେ ପାଗରେ ପରବର୍ତ୍ତନ ହେଲେ ଥଣ୍ଡାହୁଏ । ସଂକ୍ରମଣ ଶୀଘ୍ର ହୋଇଥାଏ । ଏହାର କାରଣ ରୋଗ ପ୍ରତିରୋଧ ଶକ୍ତିର ଅଭାବ । ଅଁଳା ଖାଇଲେ ରୋଗ ପ୍ରତିରୋଧକ ଶକ୍ତିବଢିଥାଏ ।
ମଧୁମେହପାଇଁ ଉପକାରୀ-ବର୍ତ୍ତମାନ ଘରେ ଘରେ ଡାଇବେଟିସ୍ ରୋଗୀ ରହିଛନ୍ତି ।ସେମାନଙ୍କୁ ବିଭିନ୍ନଜିନିଷ ଖାଇବାକୁ ବାରଣ ହୋଇଥାଏ ।ଅଁଳା ଖାଇବା ଦ୍ବାରା ଡାଇବେଟିସ୍ ନିୟନ୍ତ୍ରଣକୁ ଆସିଥାଏ ।ବ୍ଲଡସୁଗାର ଲେବଲକୁ ବାଲାନ୍ସ କଲେ ଅଁଳା ।
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.