ଆଜିର ରାଶିଫଳ

ଫେବୃଆରୀମାସ ୦୨ତାରିଖ ୨୦୨୫ମସିହା (ରବିବାର)ମାଘମାସ-ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ଦିବା ଘ ୦୯/୨୫ଗତେ ପଞ୍ଚମୀ, ସୁର୍ୟୋଦୟ-ପ୍ରାତଃ ଘ୦୬/୨୫ /୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/ ୨୨,ଯୋଗିନୀ ନୈରୁତେ ଦିବା ଘ୦୯/୨୫ ଗତେ ଦକ୍ଷିଣେ,ପଞ୍ଚମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,
ଧନୁରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୧୦/୩୫ ଗତେ ଘ୦୧/୨୪ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୧ଗତେ ଘ୧୦/୨୩ ମଧ୍ୟେ ଓ ରାତ୍ରି ଘ୦୭/୧୩ଗତେ ଘ୦୮/୫୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୧୧ ମଧ୍ୟେ ଓ ଘ୦୧/୩୫ଗତେ ଘ୦୨/୨୪ ମଧ୍ୟେ,ଅଦ୍ୟ ମୂଳା ଦିବା ଘ୦୯/୨୫ ଗତେ ବେଲ ଭକ୍ଷଣ ନିଷେଧ।
ମେଷ👉ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।
ବୃଷ👉ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ ।ଆପଣ ଘରେ ରହିକରି ଘରଲୋକଙ୍କ ସହିତ କଥାବାର୍ତ୍ତାକରନ୍ତୁ ଏବଂ ଖୁବ ମଜାକରନ୍ତୁ ।ଏହି ଛୋଟ ଦୁଇଟିକଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।
ମିଥୁନ👉ଆଜି ଆପଣ କୌଣସି ପ୍ରକାର ମନୋ ରଞ୍ଜନକରିବାକୁ ଇଛାକରିବେ ,କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧାହୋଇପାରେ ।ଆପଣ ଏ ଦୁଇଟିମଧ୍ୟରେ ସନ୍ତୁଳନ ରକ୍ଷାକରିବାକୁ ଆଜି ସଫଳ ହେବେ।
କର୍କଟ👉ଆଜି ଆପଣ କୌଣସି ଉତ୍ସବପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ।ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜାକରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।
ସିଂହ👉ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବନାହିଁ । ଏଥି ପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥାବିବାଦ ହେବାକାରଣରୁ ମନଭଲରହିବ ନାହିଁ।
କନ୍ୟା👉ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
ତୁଳା👉ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେକି ଆପଣଙ୍କରଜୀବନ ହିଁ ବଦ ଳିଯିବ ଏବେ ଆପଣ ଏବଂ ଆପଣଙ୍କପରିବାର ଲୋକେ ପରସ୍ପରକୁସହଜରେ ବୁଝିପାରୁଛନ୍ତି ।ନିଜର ଚ଼େଷ୍ଟାକୁ ବଜାୟରଖନ୍ତୁ ଏବଂ ଖୁସିଜୀବନର ମଜା ନିଅନ୍ତୁ ।
ବିଛା👉ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
ଧନୁ👉ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।
ମକର👉ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।
କୁମ୍ଭ👉ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।
ମୀନ👉ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେନାହିଁ ।

ବସନ୍ତପଞ୍ଚମୀ ଦିନ କରନ୍ତୁ ନାହିଁ ଏହି ଭୁଲ….
ବସନ୍ତପଞ୍ଚମୀର ପୂଜା ପାଇଁ ବିଭିନ୍ନ ନିୟମ ତିଆରି କରା ଯାଇଛି ଏବଂ ଯେଉଁ କୌଣସି ବ୍ୟକ୍ତି ଏହି ନିୟମକୁ ଭାଙ୍ଗି ଥାଏ, ତାହା ଉପରେ ମାତା ସରସ୍ଵତୀ କ୍ରୋଧିତ ହୋଇଥାନ୍ତି ଏବଂ ପୁଣି ତାହାର ଘରେ ଖୁସି ବହୁତ କଷ୍ଟରେ ହିଁ ଆସିଥାଏ । ଏମିତିରେ ଆମେ ଆପଣଙ୍କୁ ଏହି ଦିନରେ କେଉଁ କାମ କରିବା ଉଚିତ ନୁହେଁ, ତାହା ବିଷୟରେ କହିବାକୁ ଯାଉଛୁ
୧. କଳା କପଡା – ବସନ୍ତ ପଞ୍ଚମୀ ଦିନ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ।
୨. ମାଂସହାରି ଭୋଜନ କରନ୍ତୁ ନାହିଁ – ବସନ୍ତ ପଞ୍ଚମୀ ଦିନ ମାଂସର ସେବନ କରନ୍ତୁ ନାହିଁ ।
୩. ଗଛଲତା କାଟନ୍ତୁ ନାହିଁ – ଶାସ୍ତ୍ରରେ ବସନ୍ତ ପଞ୍ଚମୀ ଦିନ ଗଛଲତା କାଟିବା ଭୁଲ ଅଟେ ବୋଲି କୁହାଯାଇଛି ।
୪. ସ୍ନାନ ନିଶ୍ଚିତ କରନ୍ତୁ – ବସନ୍ତ ପଞ୍ଚମୀ ଦିନ ନ ସ୍ନାନ କରି ଖାଇବା ପିଇବା କରିବା ଅନୁଚିତ ଅଟେ ।
୫. କ୍ରୋଧ କରନ୍ତୁ ନାହିଁ – ବସନ୍ତ ପଞ୍ଚମୀ ଦିନ ମନୁଷ୍ୟକୁ ରାଗିବା ଉଚିତ ନୁହେଁ ।
ବସନ୍ତପଞ୍ଚମୀ…
ସୃଷ୍ଟିର ପ୍ରାରମ୍ଭିକ କାଳରେ ଜଗଦୀଶ୍ଵର ଭଗବାନ ବିଷ୍ଣୁ ଙ୍କ ଆଜ୍ଞାରେ ସୃଷ୍ଟିକର୍ତ୍ତା ବ୍ରହ୍ମା ମନୁଷ୍ୟ ଯୋନି ର ରଚନା କଲେ , କିନ୍ତୁ ସେ ନିଜର ସର୍ଜନା ରେ ସନ୍ତୁଷ୍ଟ ନଥିଲେ । ସେତେବେଳେ ସେ ଭଗବାନ ବିଷ୍ଣୁ ଙ୍କ ଆଜ୍ଞା ନେଇ ନିଜ କମଣ୍ଡଳୁ ର ଜଳ ପୃଥିବୀ ଉପରେ ଛିଞ୍ଚି ଦେଲେ ସେଥିରେ ପୃଥିବୀରେ କମ୍ପନ ସୃଷ୍ଟି ହେଲା ଏବଂ ଏକ ଅଦ୍ଭୁତ ଶକ୍ତି ରୂପରେ ଚତୁର୍ଭୁଜା ସୁନ୍ଦର ସ୍ତ୍ରୀ ରୂପ ପ୍ରକଟ ହେଲେ । ତାଙ୍କର ଗୋଟିଏ ହସ୍ତରେ ବୀଣା ଏବଂ ଦ୍ବିତୀୟହସ୍ତରେ ବରଦ ମୁଦ୍ରା ଥିଲା, ଅନ୍ୟ ଦୁଇ ହସ୍ତରେ ପୁସ୍ତକ ଏବଂ ମାଳା ଥିଲା । ଯେତେବେଳେ ସେହି ଦେବୀ ବୀଣା ର ମଧୁରନାଦ କଲେ ସେତେବେଳେ ନବନିର୍ମିତ ସୃଷ୍ଟିର ସକଳ ଜୀବଙ୍କୁ ବାକ୍ ଶକ୍ତି , ବାଣୀପ୍ରାପ୍ତ ହୋଇଥିଲା ସେତେବେଳେ ବ୍ରହ୍ମା ସେହି ଦେବୀଙ୍କ ନାମ ବାଣୀରଦେବୀ ସରସ୍ଵତୀ ଭାବରେ ନାମିତ କଲେ । ମାତା ସରସ୍ୱତୀଙ୍କୁ ବାଗୀଶ୍ଵରୀ, ଭଗବତୀ, ଶାରଦା, ବୀଣାପାଣି ତଥା ବାଗଦେବୀ ସହିତ ଅନେକନାମରେ ପୂଜା କରାଯାଏ । ସଙ୍ଗୀତର ଉତ୍ପତ୍ତି କାରିଣୀ ହୋଇଥିବାରୁ ସେ ସଙ୍ଗୀତ ର ଦେବୀ ଅଟନ୍ତି । ବସନ୍ତ ପଞ୍ଚମୀ ଦିନ ମାତାଙ୍କ ଜନ୍ମୋତ୍ସବ ରୂପରେ ତାଙ୍କର ପୂଜା କରାଯାଏ । ମାତାଙ୍କ ମହିମା ଅନନ୍ତ ଅଟେ । ମୁର୍ଖ କାଳିଦାସ ଙ୍କୁ ମହାପଣ୍ଡିତ କାଳିଦାସ ରୂପେ ପ୍ରତିଷ୍ଠିତ କରାଇବା ମାତାଙ୍କ ଦିବ୍ୟ କୃପାର ପରିଣାମ ଥିଲା । ମାତା ଜ୍ଞାନ, କଳା, ସଙ୍ଗୀତ ର ଦେବୀ ଭାବେ ପ୍ରତ୍ୟେକ ବିଦ୍ୟାପୀଠ ତଥା କଳାକେନ୍ଦ୍ର ମାନଙ୍କରେ ଆବାହମାନ କାଳରୁ ପୂଜିତା । ବସନ୍ତ ପଞ୍ଚମୀ ଉପଲକ୍ଷେ ମାତାଙ୍କ ଅଭୟ ଚରଣାରବିନ୍ଦରେ ଭକ୍ତି ଅର୍ଘ୍ୟ ଅର୍ପଣ କରୁଅଛିା ଜୟ ମା ବିଦ୍ୟାଦାୟିନୀ ସରସ୍ଵତୀ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

- Advertisement -

Leave A Reply

Your email address will not be published.