ଆଜିର ରାଶିଫଳ

ଘରେ କେମିତି ବନାଇବେ ଶୁଦ୍ଧ ସମ୍ବରମସଲା......

ମକର ଦି୧୯ନ,ମାଘ ଶୁକ୍ଳ ତୃତୀୟା ଦ୧୩।୪୦ ଦିଘ୧୧।୫୩,ପୂର୍ବଭାଦ୍ର ଦ୫୨।୧୧ ରାଘ୩।୧୭,କୁମ୍ଭ ଚନ୍ଦ୍ର ଦ୩୮।୧୮ ରାଘ୯ ।୪୪।ଯୋଗିନୀ ଅଗ୍ନିକୋଣେ । ଦିବା ଘ୧୧।୫୩ ଗତେ ନୈଋତେ ।ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ରାତ୍ରି ଘ୩।୧୭ ଗତେ ରେବତୀ ଅଶ୍ବିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୯।୪୪ ଗତେ ମୀନ ବୃଷ ମିଥୁନ କର୍କଟ ତୁଳା ବିଛା ମକର କୁମ୍ଭ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ଧନୁରାଶିର ଘାତଚନ୍ଦ୍ର ।ବୃଷ ସିଂହ କନ୍ୟାରାଶିର ଘାତବାର ।ଦିବା ଘ୭।୪୬ ମଧ୍ୟେ ଘ୪।୧୩ ଗତେ ଘ୫ ।୩୬ ମଧ୍ୟେ କାଳବେଳା ।ଦିବା ଘ୧ ।୨୭ ଗତେ ଘ୨ ।୫୦ ମଧ୍ୟେ ବାରବେଳା ।ରାତ୍ରି ଘ୭ ।୩ ମଧ୍ଯେ ଘ୪।୪୬ ଗତେ ଘ୬।୨୩ ମଧ୍ୟେ କାଳରାତ୍ରି ।ମୃତେ ଦ୍ବିପାଦଦୋଷ ।ଫଳଂ କୃଷି ସନ୍ତାନହାନି ।ଭୂମି ତିଳକାଞ୍ଚନ ଦାନ ।ରାତ୍ରି ଘ୩।୧୭ ଗତେ ପାଦଦୋଷ । ଫଳଂ କୃଷିହାନି । ଭୂମିଦାନ ।ପ୍ରଥମ ରଜୋଦର୍ଶନେ ରାତ୍ରି ଘ୩।୧୭ ମଧ୍ୟେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବନ୍ଧ୍ୟା |ଗୋକାଞ୍ଚନ ପ୍ରବାଳ ରକ୍ତବସ୍ତ୍ର ଦାନ । ତୃତୀୟାର ଏକୋଦ୍ଦିଷ୍ଟ ଓ ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ପଟୋଳ(ପୋଟଳ) ଦିବା ଘ୧୧ ।୫୩ ଗତେ ମୂଳକ(ମୂଳା) ଭକ୍ଷଣ ନିଷେଧ ।ରାତ୍ରି ଘ୯।୪୪ ମଧେ ଶରଣ ପଞ୍ଚକଦୋଷ ।(ଅମୃତ)- ଦିବା ଘ୧୦।୨୪ ଗତେ ଘ୧ ।୩୬ ମଧ୍ୟେ ରାତ୍ରି ଘ୮ ।୦ ଗତେ ଘ୧୦ ।୨୪ ମଧ୍ୟେ ଘ୧୨ ।୦ ଗତେ ଘ୧ ।୩୭ ମଧ୍ୟେ ରାତ୍ରି ଘ୮ ।୦ ଗତେ ଘ୧୦ ।୨୪ ମଧ୍ୟେ ଘ୧୨ ।୦ ଗତେ ଘ୧ ।୩୭ ମଧ୍ୟେ ଘ୨ ।୨୪ ଗତେ ଘ୪ ।୦ ମଧ୍ୟେ । (ମାହେନ୍ଦ୍ର)- ନାସ୍ତି ।
ମେଷ:-ପରିବାରରେ ସୁଖଶାନ୍ତିର ପରିବେଶ ରହିବ। ଅଫିସରଲୋକ ଆପଣଙ୍କକାମର ଖୁବ୍ ପ୍ରଶଂସା କରିବେ।ଲୋକେ ଆପଣଙ୍କଦ୍ବାରା ଯଥେଷ୍ଟ ପ୍ରଭାବିତ ହେବେ।
ବୃଷ:-ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ସମାଜରେ ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ। ଘରର ମୁରବିଙ୍କ ସାହାଯ୍ୟରେ ଆର୍ଥିକ ସ୍ଥିତି ସୁଧୁରିବ।
ମିଥୁନ:-ପାରିବାରିକ ସୁଖ ବୃଦ୍ଧି ହେବ। କୌଣସି ବି କାମ ମନ ଲଗାଇ କରନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଶିକ୍ଷକ ନିଜର ଛାତ୍ରଙ୍କୁ କିଛି ନୂଆ ଶିଖାଇବେ।
କର୍କଟ:-କ୍ୟାରିୟରରେ ଉନ୍ନତି ଯୋଗ ରହିଛି। ଉପରିସ୍ଥ କର୍ମଚାରୀଙ୍କ ସହିତ ସମ୍ବନ୍ଧ ଭଲ ହେବ। କୌଣସି ବନ୍ଧୁଙ୍କୁ ସାହାଯ୍ୟ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ସିଂହ:-ନୂଆ ବିଚାର ଉପରେ ଭାବିବା ପାଇଁ ଦିନଟି ଭଲ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କୁ ମିଳିବ। ରାଜନୀତି କ୍ଷେତ୍ରରେଥିବା ଲୋକ ସଫଳତା ପାଇବେ।
କନ୍ୟା:-ବେପାର ବଢ଼ାଇବା ପାଇଁ ଜୀବନସାଥୀଙ୍କ ସହଯୋଗ ପାଇବେ। ଅଧ୍ୟାପକଙ୍କ ଲାଗି ଦିନଟି ଶୁଭ। ନୂଆ ପ୍ରୋଜେକ୍ଟ ସଂପୂର୍ଣ୍ଣ କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ।
ତୁଳା:-ବୟୋଜ୍ୟେଷ୍ଠଙ୍କ ମତ ନେଇ ନୂଆ ବେପାର କରନ୍ତୁ ଭବିଷ୍ୟତରେ ଲାଭ ପାଇବେ। ସମ୍ବନ୍ଧରେ ମଧୁରତା ଆସିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ହେବ।
ବିଛା:-କୌଣସି ବିଶେଷ କାମରେ ବନ୍ଧୁର ସହଯୋଗ ପାଇବେ। ଚାକିରିରେ ପଦୋନ୍ନତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
ଧନୁ:-ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ସନ୍ତାନ ଆପଣଙ୍କ କଥାରେ ପ୍ରଭାବିତ ହୋଇପାରନ୍ତି। ଘରୋଇ କାମରେ ମହିଳାମାନଙ୍କର ଦାୟିତ୍ବ ବଢ଼ିବ।
ମକର:-ଅନୁଭବୀବ୍ୟକ୍ତିଙ୍କ ମତନେଇ କାମ ଆରମ୍ଭ କରନ୍ତୁ, ସୁଫଳପାଇବେ।ଜୀବନସାଥୀଙ୍କ ସହିତ ମନାନ୍ତର ହୋଇପାରେ।ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
କୁମ୍ଭ:-ଆପଣ ଭାଗ୍ୟର ପୂରା ସହଯୋଗ ପାଇବେ। କୌଣସି ପୁରୁଣା ବନ୍ଧୁଙ୍କୁ ମନେ ପକାଇପାରନ୍ତି। ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ।
ମୀନ:-କୌଣସି କାମ ତରବରିଆ ଭାବେ ନକରି ଧୈର୍ଯ୍ୟର ସହ କରନ୍ତୁ। ନିହାତି ଆବଶ୍ୟକତା ନଥିଲେ ଯାତ୍ରା ପରିହାର କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

ଘରେ କେମିତି ବନାଇବେ ଶୁଦ୍ଧ ସମ୍ବରମସଲା……
ଆଜିକାଲି ଖବର ଆସୁଛି ଅପମିଶ୍ରଣ , ନକଲି ମସଲା ଖବର । ତେବେ ଚିନ୍ତା କରନ୍ତୁ ନାହିଁ ନିଜେ ଅତି ସହଜରେ ଘରେ ବନାନ୍ତୁ ‘ସମ୍ବର ମସଲା’। ଦୋସା, ଇଟିଲି ସହ ଖାଇ ପାରିବେ ଏହି ସମ୍ବର ମସଲାରେ ତିଆରି ସୁଆଦିଆ ସମ୍ବର ..
ସାମଗ୍ରୀ-
୩୦ ଭୃସଙ୍ଗ ପତ୍ର
୪ ଚାମଚ ଗୋଟା ଧନିଆ
୧ ଚାମଚ ସୋରିଷ
୧ ଚାମଚ ମେଥି ଦାନା
୧ ଚାମଚ ଜିରା
୨ ଚାମଚ ବିରି
୨ ଚାମଚ ଚଣାଡାଲି
ଟିକେ ହେଙ୍ଗୁ
୧ଚାମଚ ହଳଦୀ ଗୁଣ୍ଡ
୫ଟି ନାଲିଲଙ୍କା
୪ଟି ଅଳେଇଚ
୧/୨ ଚାମଚ ଗୋଲମରିଚ
୧୨ଟି ଲବଙ୍ଗ
୩ଟି ଡାଲଚିନ
ପ୍ରଣାଳୀ-ସର୍ବପ୍ରଥମେ ଡାଲିକୁ ମଧ୍ୟମଆଞ୍ଚରେ ଭାଜିବେ ।ହାଲୁକା ବାଦାମୀହେବା ପର‌୍ୟ୍ୟନ୍ତ କ୍ରମାଗତଭାବରେ ଭାଜନ୍ତୁ ।ଡାଲି ଭାଜି ହୋଇଗଲେ ଗୋଟା ଧନିଆ,ମେଥିଦାନା,ଜିରା ,ସୋରିଷ ପକେଇକି ୨ମିନିଟ୍ କମ୍ ଆଞ୍ଚରେଭାଜନ୍ତୁ ।୨ମିନିଟ୍ ପରେ ଅଳେଇଚ, ଭୃସଙ୍ଗ ପତ୍ର , ଗୋଲମରିଚ ପକେଇକି ପୁଣି ୨ମିନିଟ୍ ଯାଏଁ ଭାଜନ୍ତୁ ।ଏହିସବୁ ଭାଜି ହୋଇଗଲେ ୨ମିନିଟ୍ ପରେ ହେଙ୍ଗୁ, ହଳଦୀ ପକାନ୍ତୁ ।ଏହାପରେ ଏହିସବୁକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ ।ମସଲା ଥଣ୍ଡାହୋଇଗଲା ପରେ ଗ୍ରାଇଣ୍ଡରରେ ଭଲଭାବରେ ଗୁଣ୍ଡକରି ଦିଅନ୍ତୁ ।ଏବେ ଆପଣଙ୍କର ‘ସମ୍ବର ମସଲା’ ପ୍ରସ୍ତୁତ ହୋଇଗଲା ।
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.