ଆଜିର ରଶିଫଳ

ମଧୁମେହ ପାଇଁ ରାମବାଣ ଅଁଳା !

ଜାନୁଆରୀମାସ ୨୪ତାରିଖ ୨୦୨୫ମସିହା (ଶୁକ୍ରବାର)ମାଘମାସ- କୃଷ୍ଣପକ୍ଷ ,ତିଥି- ଦଶମୀ ସନ୍ଧ୍ୟା ଘ୦୭/୩୬ଗତେ ଏକାଦଶୀ ,ନକ୍ଷତ୍ର- ଅନୁରାଧା ,ସୁର୍ୟୋଦୟ-ପ୍ରାତଃଘ୦୬/୨୮/୦୬ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୩୦/୫୨ ,ଯୋଗିନୀ ଉତ୍ତରେ ସନ୍ଧ୍ୟାଘ୦୭/୩୬ଗତେ ଅଗ୍ନିକୋଣେ ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛା,ଧନୁ ଓ ମୀନରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୯/୧୦ ଗତେ ଘ୧୧/୫୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୦୨ମଧ୍ୟେ ଓ ଘ୦୧/୩୯ ଗତେ ଘ୦୩/୧୫ ମଧ୍ୟେ ଓ ଘ୦୪/୫୦ ଗତେ ଘ୦୫/୩୩ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୨୦ ଗତେ ଘ୧୨/୦୯ମଧ୍ୟେ ,ଅଦ୍ୟ କଳମଶାଗ ସନ୍ଧ୍ୟା ଘ୦୭/୩୫ଗତେ ଶିମ୍ବ ଭକ୍ଷଣ ନିଷେଧ ।
ମେଷ:-ବହୁଦିନର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ:-ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
ସିଂହ;-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
କନ୍ୟା;-ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା:-କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
ବିଛା:-ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍ଫୁ ଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:-ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
ମକର:-ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
ମୀନ:-ଏପରି କାର୍ଯ୍ୟ ନକରନ୍ତୁ; ଯୋଉଁଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।ପଦୋନ୍ନତି ମିଳିପାରେ।

ଜାଣନ୍ତୁ କେମିତି କରିବେ ବ୍ୟବହାର…….
ଖରାପ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟପେୟ ଯୋଗୁଁ ଲୋକମାନେ ମଧୁମେହର ଶିକାର ହେଉଛନ୍ତି । ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ଲୋକ ମଧୁମେହରେ ମୃତ୍ୟୁବରଣ କରନ୍ତି ।ମଧୁମେହ ବଢିବା ଦ୍ବାରା ଶରୀରର ଅନେକ ଅଂଶ ଉପରେ ପଡିଥାଏ ଖରାପ ପ୍ରଭାବ ।ଏଥିପାଇଁ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଏହାକୁ ନିୟନ୍ତ୍ରଣ କରିବ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଅଁଳା । ଏଥିରେ ଅନେକ ଗୁଣ ରହିଛି, ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ । ଆସନ୍ତୁ ଜାଣିବା…
ଅଁଳାରେ ଆଣ୍ଟିଅକ୍ସିଡାଣ୍ଟ ସହିତ, ଭିଟାମିନ୍ ସି, ଭିଟାମିନ୍ ଏବି, ପୋଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, କାର୍ବୋହାଇଡ୍ରେଟ୍ ଏବଂ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ। ଏହା ଗ୍ଲୁକୋଜ୍ ସ୍ପାଇକ୍କୁ ରୋକେ, ମେଟାବୋଲିଜିମ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଏହାବ୍ୟତୀ ରୋଗର କୁପ୍ରଭାବରୁ ହାର୍ଟକୁ ରକ୍ଷା କରେ । ତେଣୁ ମଧୁମେହ ରୋଗୀ ଏହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ୍ ।
ଅଁଳା ରସ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଅଁଳା, ଦୁଇଟି ଲବଙ୍ଗ, ୨ଟି ଗୋଲମରିଚ ଏବଂ ଛୋଟ ଅଦା ଖଣ୍ଡକୁ ପେଷି ପାଣିରେ ମିଶାଇ ପିଅନ୍ତୁ । ଏହାବ୍ୟତୀତ ଅଁଳା ଏବଂ ହଳଦୀ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ।
ଅଁଳା ପାଉଡର ଏବଂ ହଳଦୀରେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ । ଯାହା ରକ୍ତରେ ଶର୍କରା ପରିମାଣ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ଇନସୁଲିନ୍ ସ୍ତରକୁ ସନ୍ତୁଳିତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏା
!!ଜୟଜଗନ୍ନାଥ,ଜୟସୋନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.