ଜାନୁଆରୀମାସ ୨୨ତାରିଖ ୨୦୨୫ମସିହା (ବୁଧବାର)ମାଘମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୩/୧୮ଗତେ ନବମୀ,ନକ୍ଷତ୍ର- ସ୍ୱାତି ରାତ୍ରି ଘ୦୩/୧୭ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୫୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୦ /୦୭,ଯୋଗିନୀ ଐଶାନ୍ୟେ ଦିବା ଘ୦୩/୧୮ ଗତେ ପୂର୍ବେ,ଅଷ୍ଟମୀ ଏକୋଦିଷ୍ଟଶ୍ରାଦ୍ଧ,କର୍କଟରାଶିର ଘାତବାର,କାଳବେଳା -ଦିବା ଘ ୦୯/୧୧ ଗତେ ଘ୧୦/୩୪ ମଧ୍ୟେ,ବାରବେଳା – ଦିବା ଘ୧୧/୫୫ ଗତେ ଘ୦୧/୧୮ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୦୩ମଧ୍ୟେ ଓ ଘ୦୧/୧୯ ଗତେ ଘ୦୨/୨୮ ମଧ୍ୟେ ଓ ରାତ୍ରି ଘ୦୬/୨୦ ଗତେ ଘ୦୮/୪୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୫୧ ଗତେ ଘ୦୫/୩୨ମଧ୍ୟେ ଓ ରାତ୍ରି ଘ୦୮/୪୩ ଗତେ ଘ୦୧୦/୨୦ମଧ୍ୟେ, ନଡ଼ିଆ ଦିବା ଘ୦୩/୧୮ ଗତେ ଲାଉ ଭକ୍ଷଣ ନିଷେଧ।
ମେଷଆଜି ବନ୍ଧୁଙ୍କସହ ଯାତ୍ରା ଆରମ୍ଭକରି ଖୁସି ମନେଇବେ।ବକେୟାଅର୍ଥ ଲାଭ,ଶାରୀରିକ ସୁସ୍ଥତା, ବନ୍ଧୁଙ୍କପରାମର୍ଶ କାମକୁ ଆସିବ।ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତାମିଳିବ।ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇ ପାରନ୍ତି।
ବୃଷଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମିଥୁନଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।
ସିଂହଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟାଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳାଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛାଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାରକରଜ କରି ଆବଶ୍ୟକତା ଚଳାଇନେବେ।କ୍ରୀଡ଼ା, କଳାକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନ କରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
ଧନୁବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକରଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟମାନଙ୍କ ଆକ୍ଷେ ପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସ ବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।
କୁମ୍ଭଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
ମୀନ ଆଜି ବାଣିଜ୍ୟ,ବ୍ୟବସାୟ, ମାଲିମକଦ୍ଦମା ରେ ସଫଳତା ପାଇବେ।କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନକ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗିରହିବ।କଳା, ପ୍ରଶାସନ ଓ ରାଜନୈତିକକ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!
ଆଜିର ରାଶିଫଳ
Prev Post
Next Post