ଆଜିର ରାଶିଫଳ

ଅଦାପାଣି ପିଅନ୍ତୁ, ଦୂର ହେବ ଆଣ୍ଠୁଗଣ୍ଠି ଯନ୍ତ୍ରଣା.....

ଜାନୁଆରୀମାସ ୧୭ତାରିଖ ୨୦୨୫ମସିହା(ଶୁକ୍ରବାର)ମାଘମାସ- କୃଷ୍ଣପକ୍ଷ ,ତିଥି- ଚତୁର୍ଥୀ ରାତ୍ରି ଘ୦୪/୨୮ଗତେ ପଞ୍ଚମୀ ,ନକ୍ଷତ୍ର- ମଘା ଦିବା ଘ୦୧/୨୭ଗତେ ପୂର୍ବା ଫା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୨୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୬/୦୭ ,ଯୋଗିନୀ ନୈରୁତେ ରାତ୍ରି ଘ୦୪/୨୮ ଗତେ ଦକ୍ଷିଣେ ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କର୍କଟରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୯/୧୨ ଗତେ ଘ୧୧/୫୬ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୦୪ମଧ୍ୟେ ଓ ଘ୦୮/୫୨ଗତେ ଘ୦୯/୧୧ମଧ୍ୟେ ଓ ଘ୦୧/୪୦ ଗତେ ଘ୦୩/୧୭ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୧୬ଗତେ ଘ୧୧/୦୫ ମଧ୍ୟେ ,ଅଦ୍ୟ ମୂଳାଭକ୍ଷଣ ନିଷେଧ
ମେଷ:-ଆଜି ଦିନଟି ନିଜର କ୍ୟାରିୟର ସୁଧାରପାଇଁ ଭଲହେବ।କୌଣସି ଅନୁବନ୍ଧପାଇଁ ଭଲସୁଯୋଗ ମିଳିବ।ପାରିବାରିକକାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ।ପ୍ରେମରେ ସଫଳତା ମିଳିବ।
ବୃଷ:-ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
ମିଥୁନ:-ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:-ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କନ୍ୟା:-ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:-କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
ଧନୁ:-ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:-ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ।

ଅଦାରେ ଆଣ୍ଟି-ବ୍ୟାକ୍ଟେରିଆ ଓ ଆଣ୍ଟି-ଭାଇରାଲ ଗୁଣରହିଛି ଯାହା ବିଭିନ୍ନରୋଗ ଓ ସଂକ୍ରମଣରୁ ଶରୀରକୁ ସୁସ୍ଥ ରଖିଥାଏ ।ଗରମପାଣିରେ ଅଦାଫୁଟାଇ ପିଇଲେ ଶରୀରକୁ ଅନେକଫାଇଦା ମିଳେ । ଅଦାପାଣି ପିଇଲେ କଣ ଲାଭ ହୁଏ,ଜାଣିବା …….
-ଅଦାରେ ଜିଞ୍ଜରଲଗଣ୍ଠି ଓ ମାଂସପେଶୀରେ ଯନ୍ତ୍ରଣା କମ୍ କରିପାରେ ।
ଜିଞ୍ଜରଲ ବିଶେଷଭାବେ ଆଣ୍ଟି-ଇନଫ୍ଲାମେଟୋରୀଗୁଣ ଅଛି ।ଆଣ୍ଠୁଗଣ୍ଠି,ମାଂସପେଶୀ ଯନ୍ତ୍ରଣା, ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟା କମାଇବାରେ ଉପଯୋଗୀ ହୋଇଥାଏ । ସେହିପରି ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୂର ଅଦା ପାଣି ତ୍ବଚା ସହ ଜଡିତ ସମସ୍ୟାରୁ ରକ୍ଷା କରିଥାଏ ।
-ଗରମପାଣିରେ ଅଦା ପକେଇ , ତାହାକୁଫୁଟାଇ ପିଇଲେ ଓଜନ ନିୟନ୍ତ୍ରଣରେ ରୁହେ ।ସକାଳେ ଖାଲିପେଟରେ ଏହି ଅଦାପାଣି ପିଇଲେ ମେଦବହୁଳତା କମ୍ କରିବାରେ ସାହାଯ୍ୟ କରେ ।
-ଅଦାପାଣି ପିଇଲେ କୋଷ୍ଠକାଠିନ୍ୟ, ଡାଇରିଆ, ଗ୍ୟାସ୍ ଆଦି ସମସ୍ୟା କମ୍ ହୁଏ ।
-ଦେହ ବୁଲାଉଥିଲେ କିମ୍ବା ବାନ୍ତି ହେଉଥିଲେ ଅଦାପାଣି ପିଇଲେ କମିଯାଏ । ଅଦାକୁ ମେଥି କିମ୍ବା ପୋଦିନାସହ ପାଣିରେ ମିଶାଇ ପିଇପାରିବେ ।
– ଅଦା ଖରାପ କୋଲେଷ୍ଟ୍ରଲ କମ୍ କରି ଭଲକୋଲେଷ୍ଟ୍ରଲ ବଢାଇବାରେ ସାହାଯ୍ୟ କରୋ
– ପାଣିରେ ଅଦା ଓ ହଳଦୀପକାଇ ଏହାକୁଫୁଟାଇ ପିଇଲେ ଥଣ୍ଡା-କାଶ ଦୂର ହୋଇଥାଏା
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.