ଜାନୁଆରୀମାସ ୧୨ତାରିଖ ୨୦୨୫ମସିହା (ରବିବାର)ପୌଷମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ଦିବାଘ୦୬/୩୮ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ମୃଗଶିରା ଦିବା ଘ୧୨/୦୬ଗତେ ଆର୍ଦ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୨୨/ ୩୭,ଯୋଗିନୀ ଦକ୍ଷିଣେ ଦିବାଘ୦୬/୩୭ ଗତେ ପଶ୍ଚିମ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କନ୍ୟାରାଶିର ଘାତଚନ୍ଦ୍ର,ବୃଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବାଘ୧୦/୩୪ଗତେ ଘ୦୧/୧୮ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୬ଗତେ ଘ୧୦/୨୮ମଧ୍ୟେ ଓ ରାତ୍ରି ଘ୦୭/୦୦ଗତେଘ୦୮/୩୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୧୬ମଧ୍ୟେ ଓ ଘ୦୧/୪୦ଗତେ ଘ୦୨/୩୦ମଧ୍ୟେ,ଅଦ୍ୟ ବିରି ଭକ୍ଷଣ ନିଷେଧ।
ମେଷ-ଆଜି ପାରିବାରିକ ଜୀବନରେ ଛୋଟବଡ଼ କେତୋଟି ଘଟଣାକୁ ବାଦ୍ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବନାହିଁ ।କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପକରିବେ ।ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନହୋଇ କାର୍ଯ୍ୟକଲେ ଉପକୃତ ହେବେ।
ବୃଷ-ଆଜି ପ୍ରାତଃକାଳର ଆପଣଙ୍କଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦହେବ ।ସାମାଜିକସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନାରହିଛି।କଠୋର ପରିଶ୍ରମଜନିତ କାରଣରୁ ଶାରୀରିକଅସୁସ୍ଥତା ହୋଇପାରେ।
ମିଥୁନ-ଆଜି ପାରିବାରିକକ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେମଧ୍ୟ ମନକଥା ମନରେମାରି ଚଳିବାକୁ ବାଧ୍ୟହେବେ ।ଆର୍ଥିକସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି ।ବ୍ୟବସାୟକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି,ବାସ୍ତବରେ ସେପରି କିଛି ହେବନି ।
କର୍କଟ-ଆଜି ଅର୍ଥସମ୍ପର୍କିତସମସ୍ୟା ସୃଷ୍ଟି ହେବ।ନିଜ ନିଜରଫାଇଦା ହାସଲପାଇଁ ବନ୍ଧୁମାନେ ମନଲୋଭା କଥା କହିପାରନ୍ତି ।ସ୍ବାସ୍ଥ୍ୟସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍ବେଗର କାରଣହେବ।କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗିରହିପାରେ।
ସିଂହ-ଯାନବାହନଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନ ମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନକରିବ।ପ୍ରତ୍ୟେକ କ୍ଷେତ୍ରରେ ଅଜଣାଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇରହିବା ଭଲ।
କନ୍ୟା-ଆଜି ବାଣିଜ୍ୟ,ବ୍ୟବସାୟ,ଚେଷ୍ଟାକରୁଥିବା କାମରେ ଶୁଭଫଳପାଇବେ ।କାର୍ଯ୍ୟବ୍ୟସ୍ତଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କସହ ଆଲୋଚନା କରିବାକୁ ସମୟ ପାଇବେନାହିଁ ।ବ୍ୟବସାୟିକକ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ତୁଳା-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନାକ୍ଷେତ୍ରରେ କେତେକବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧିଘଟିବ।କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତାକ୍ଷେତ୍ରରେ ବେଶ୍ ଆଦୃତ ହେବେ।
ବିଛା-ପାରିବାରିକସମସ୍ୟା ମାନସିକସ୍ଥିତିକୁ କଳୁଷିତ କରିପାରେ ।କୌଣସିକାର୍ଯ୍ୟ ସମ୍ପନ୍ନକରିବାକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ।କର୍ମକ୍ଷେତ୍ରରେ ଶତ୍ରୁଉପଦ୍ରବ କ୍ରମଶଃ ହ୍ରାସପାଇବାର ଅନୁଭବକରିବେ। ଅନ୍ୟକୁ ସାହାଯ୍ୟ କରିବାକୁଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।
ଧନୁ-ଆଜି ମାନସିକ ଅସ୍ଥିରତା ଲାଗିରହିବ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧିପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇ ପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧିପାଇବ।ଜମିଜମା କାରଣକୁନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ମକର-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବାପାଇଁ ପରିବାରରୁ ପୂର୍ଣ୍ଣସହଯୋଗ ପାଇପାରନ୍ତି।
କୁମ୍ଭ-ଆଜି ଆପଣ ଯେଉଁ କାମରେ ହାତଦେବେ ସେଥିରେ ନିଶ୍ଚିତ ସଫଳତାପାଇବେ ।କର୍ମକ୍ଷେତ୍ରରେ ହାତପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ରପ୍ରତି ସତର୍କ ରୁହନ୍ତୁ।
ମୀନ-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନକ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେଉନ୍ନତି ପରିଲକ୍ଷିତହେବାରୁ ସାମୟିକ ଆଶ୍ୱସ୍ତିଲାଭ କରିବେ। ଆଜି ସଭାସମିତି,ସତ୍ସଙ୍ଗ,ଆଧ୍ୟାତ୍ମିକତା, ରାଜନୀତି,ପ୍ରଶାସନପାଇଁ ଭଲ।
ଜୀବନର ଅର୍ଥ କଣ ?
ଜୀବନର ଅର୍ଥ ଉପଭୋଗ କରିବା । ମାତ୍ର ବର୍ତ୍ତମାନ ଆମେ ଜୀବନର ଏକ ମିଥ୍ୟା ମଞ୍ଚରେ ଅବତୀର୍ଣ୍ଣ ହୋଇଛେ। ତେଣୁ ଉପଭୋଗ କରିବା ପରିବର୍ତ୍ତେ ଦୁଃଖକଷ୍ଟ ଭୋଗ କରୁଛେ । ପ୍ରତ୍ୟେକ ସ୍ଥାନରେ ବଞ୍ଚିରହିବା ପାଇଁ ଜୀବନ ସଂଗ୍ରାମ ଆମେ ଦେଖିବାକୁ ପାଉ । ପ୍ରତ୍ୟେକ ବ୍ୟକ୍ତି ସଂଗ୍ରାମ କରିଚାଲିଛି , ମାତ୍ର ଶେଷରେ ସେ କଣ ଉପଭୋଗ କରୁଛି ? କେବଳ ଦୁଃଖ ଭୋଗିବାକୁ ପଡୁଛି ଏବଂ ଶେଷରେ ମୃତ୍ୟୁ । ଯଦିଓ ଜୀବନ କହିଲେ ଉପଭୋଗକୁ ବୁଝାଏ, ଆମମାନଙ୍କର ଜୀବନ ବର୍ତ୍ତମାନ ଅବସ୍ଥାରେ ଉପଭୋଗ ନୁହେଁ , କିନ୍ତୁ ଆମେ ଯଦି ପ୍ରକୃତ ଜୀବନ ବା ଆଧ୍ୟାତ୍ମିକ ଜୀବନ ମଞ୍ଚକୁ ଆସିବା ,ତେବେ ଆମେ ଜୀବନକୁ ଉପଭୋଗ କରିପାରିବ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!