ଆଜିର ରାଶିଫଳ

ହାତରେ ରହିଛି ସୁସ୍ଥ ରହିବାର ରହସ୍ୟ.....

ଜାନୁଆରୀମାସ ୦୧ତାରିଖ ୨୦୨୪ ମସିହା (ବୁଧବାର)ପୌଷମାସ- ଶୁକ୍ଳପକ୍ଷ,ତିଥି- ଦ୍ଵିତୀୟା ରାତ୍ରି ଘ ୦୨/୩୮ ଗତେ ତୃତୀୟା, ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/ ୨୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/ ୫୭,ଯୋଗିନୀ ଉତ୍ତରେ ରାତ୍ରି ଘ୦୨/୩୯ ଗତେ ଅଗ୍ନିକୋଣେ, ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର, କର୍କଟରାଶିର ଘାତବାର, କାଳବେଳା -ଦିବା ଘ୦୯/୦୮ ଗତେ ଘ୧୦/୩୦ ମଧ୍ୟେ,ବାରବେଳା – ଦିବା ଘ୧୧/୫୦ ଗତେ ଘ୦୧/୧୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୪ ମଧ୍ୟେ ଓ ଘ୦୮/୦୨ ଗତେ ଘ୦୮/୫୧ ମଧ୍ୟେ ଓ ରାତ୍ରି ଘ୦୬/୫୫ ଗତେ ଘ୦୬/୫୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୧୫ ଗତେ ଘ୦୮/୦୦ ମଧ୍ୟେ,ଅଦ୍ୟ ବୋଇତିଖାରୁ ଭକ୍ଷଣ ନିଷେଧ।
ମେଷ:-ବହୁଦିନର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ।କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ।ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ:-ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
ସିଂହ:-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
କନ୍ୟା:-ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା:- କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
ବିଛା:-ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:-ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
ମକର:-ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
ମୀନ:-ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

ହାତରେ ରହିଛି ସୁସ୍ଥ ରହିବାର ରହସ୍ୟ…..
କୈାଣସି ଇଭେଣ୍ଟଠାରୁ ଆରମ୍ଭକରି ଖେଳକୁଦ ,ଧର୍ମସମ୍ମିଳନୀ ସବୁଠି ତାଳିବାର ଗୁରୁତ୍ୱ ରହିଛି ।କିନ୍ତୁ ଆପଣ ଜାଣନ୍ତି କି ତାଳି ମଣିଷର ସ୍ୱାସ୍ଥ୍ୟପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ ।ଅନେକ ସ୍ୱାସ୍ଥ୍ୟ ସମ୍ବଧ୍ହିୟ ଗବେଷଣାରୁ ଏହାର ପ୍ରମାଣ ମିଳିଛି । ଏହି ରିପୋର୍ଟରେ ପାର୍କରେ ଏକାଠି ତାଳି ମାରୁଥିବା ଲୋକଙ୍କର ସ୍ୱାସ୍ଥ୍ୟଉପରେ ସୁପ୍ରଭାବ ପଡିଥିବାର ପ୍ରକାଶପାଇଥିଲା ।
ତାଳି ମାରିଥିବା ଲୋକଙ୍କର ଯେତେେବେଳେ ଏମଆରଆଇ କରାଯାଇଥିଲା ।ସେତେବେଳେ ସେମାନଙ୍କ ମସ୍ତିଷ୍କ ବେଶ୍ ସକ୍ରିୟ ଥିବାର ଦେଖାଯାଇଥିଲା । ତାଳି ମାରିବାଦ୍ୱାରା ରୋଗପ୍ରତିରୋଧକଶକ୍ତି ମଜୁବୁତ୍ ହେବାସହ ରକ୍ତସଞ୍ଚାଳନ ଠିକଭାବେ ହୋଇଥାଏ ବୋଲି ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଥିଲା ।
ଆକ୍ୟୁପ୍ରେସରଅନୁସାରେ, ତାଳି ମାରିବାଦ୍ୱାରା ସବୁ ପ୍ରେସରପଏଣ୍ଟ ଉପରେ ପ୍ରଭାବ ପଡିଥାଏ ।ଏହା ସ୍ୱାସ୍ଥ୍ୟପାଇଁ ବେଶ ଭଲହୋଇଥାଏ ।ନିୟମିତ ତାଳି ବଜାଇବାଦ୍ୱାରା ଶରୀରର ବ୍ୟାଡ୍ କୋଲେଷ୍ଟ୍ରଲ କମ୍ ହୋଇଥାଏ ।ଏହାଦ୍ୱାରା ଉଚ୍ଚରକ୍ତଚାପ,ହୃଦରୋଗ ଓ ଶ୍ୱାସରୋଗରୁ ମଧ୍ୟ ମୁକ୍ତିମିଳିଥାଏ ।ପେଟରେ ଯଦି କୌଣସିପ୍ରକାର ସମସ୍ୟାରହିଛି , ତାଳି ବଜାଇବାଦ୍ୱାରା ଏହା ଭଲହୁଏ ।ନିୟମିତ ୩୦ମିନିଟ୍ ତାଳି ବଜାଇବାଦ୍ୱାରା ମଧୁମେହ,ଅବସାଦ,ଆଣ୍ଠୁ ଗଣ୍ଠିବାତ,ଅନିଦ୍ରା,ଅକାଳରେ କେଶଝଡିବା ସମସ୍ୟାରୁ ମୁକ୍ତି ମିଳିଥାଏ ।ତାଳିବଜାଇବା ଶିଶୁମାନଙ୍କପାଇଁ ମଧ୍ୟ ବେଶ୍ ଭଲ ହୋଇଥାଏ ।ଏହା କୁନିପିଲାଙ୍କ ଏକାଗ୍ରତା ଚଢାଇବାରେ ସାହାଯ୍ୟ କରେ ।!!ଜୟ ଜଗନ୍ନାଥ, ଜୟସୋମନାଥ, ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.