ଡିସେମ୍ବରମାସ ୩୧ତାରିଖ ୨୦୨୪ ମସିହା (ମଙ୍ଗଳବାର)ପୌଷମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ ୦୮/୪୦ ଗତେ ଦ୍ଵିତୀୟା, ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/ ୫୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/ ୨୭,ଯୋଗିନୀପୂର୍ବେ ରାତ୍ରି ଘ୦୩/୩୯ ଗତେ ଉତ୍ତରେ, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,କାଳବେଳା -ଦିବା ଘ୦୧/୧୨ଗତେ ଘ୦୨/୩୪ ମଧ୍ୟେ,ବାରବେଳା – ଦିବା ଘ୦୭/୪୫ ଗତେ ଘ୦୯/୦୯ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୪ ମଧ୍ୟେ ଓ ଘ୦୯/୧୦ ଗତେ ଘ୧୨/୦୩ ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ୦୮/୨୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୦୫/୧୮ ଗତେ ଘ୦୭/୩୯ ମଧ୍ୟେ,ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ-କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।ଦୀର୍ଘସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି।ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।
ବୃଷ-ଆଜି ଆପଣଙ୍କର ମାନସିକସ୍ବାସ୍ଥ୍ୟ କେତେକାଂଶରେ ଭଲ ରହିନପାରେ।ଅଭାବ ନଥିଲେମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣକ୍ଷେତ୍ରରେ ଅସୁବିଧା ମନେକରିବେ।କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟକରିବାକୁ ଯାଇ ନିଜେହଇରାଣରେ ପଡିପାରନ୍ତି।ପଡୋଶୀଙ୍କ କଥାରେ ପ୍ରଭାବିତହୋଇ କୌଣସି ଭୁଲ୍ କାମ କରିପାରନ୍ତି।
ମିଥୁନ-ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ। କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ।
କର୍କଟ-ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି।
ସିଂହ-ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।
କନ୍ୟା-ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା-ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍ଖୋର ମନୋଭାବ ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା-ସାଧାରଣକଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟିହୋଇପାରେ।ସଭାସମିତିରେ ଆଲୋଚନାଦ୍ୱାରା ସମସ୍ୟାର ସରଳସମାଧାନ ହୋଇ ପାରିବ।ପାରିବାରିିକସମସ୍ୟାର ସରଳସମାଧାନ କରିବାରେ ପଡୋଶୀଙ୍କଅବଦାନ ସ୍ମରଣୀୟରହିବ।ଗତକାଲିଠାରୁ ଭାବୁଥିବାକାମଟିକୁ ଆଜିହିଁ ଶେଷ କରି ପାରିବେ।
ଧନୁ-ସାମାନ୍ୟ ଶାରୀରିକଅସୁସ୍ଥି ଅନୁଭବ କରିବାସହ ପ୍ରିୟଜନଙ୍କସହ ସମ୍ପର୍କହାନି ଯୋଗୁ ଚିନ୍ତିତହେବାକୁ ପଡିବ।ଘରେ ଭୁଲ୍ ବୁଝାମଣାହେତୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ।ଆଜିର ପ୍ରତ୍ୟୁଷଯାତ୍ରାରେ ସଫଳତାମିଳିବ।ବିବାଦୀୟପରିସ୍ଥିତିରେ ଘଟଣାର ଗୁରୁତ୍ୱନବୁଝି ଅଯଥା କ୍ରୋଧପ୍ରକାଶ କରିପାରନ୍ତି।
ମକର-ବନ୍ଧୁଙ୍କ ଆନ୍ତରିକତାରପରାମର୍ଶକୁ ନିର୍ବିବାଦରେ ଗହଣକରିନେଲେ ବିଭିନ୍ନଦିଗରୁ ଉପକୃତହୋଇପାରିବେ।କର୍ମକ୍ଷେତ୍ରରେ ଉପରିସ୍ଥଙ୍କସାହାଯ୍ୟ ଲାଭକରି ସ୍ଥଗିତକାମକୁ ପୂରାଦମରେ କରିବାପାଇଁ ନିଷ୍ପତିନେଇପାରନ୍ତି।ପ୍ରତ୍ୟେକକ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।
କୁମ୍ଭ-ସରଳଭାବରେ କୌଣସିକଥାକୁ ଗ୍ରହଣ ନକରି ପରୀକ୍ଷାକରି କାମରେଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
ମୀନ-ଆଜିର ନିଜଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।!!ଜୟଜଗନ୍ନାଥ,ଜୟସୋମନାଥ, ଜୟ ମାଯୋଗମାୟା!!
ପ୍ରତ୍ୟେକଦିନ କରନ୍ତୁ ମର୍ଣ୍ଣିଂୱାକ୍ ମିଳିବ ଏହି ଫାଇଦା …
ବର୍ତ୍ତମାନର ସମୟରେ ସମସ୍ତଲୋକ ଚାହିଁଥାନ୍ତିକି ସେମାନେ କିପରି ସୁସ୍ଥରହିବେ ।ଆଜିକାଲି ଯେଉଁରୋଗ ହେଉଛି ସେଥିରୁ ମୁକ୍ତିପାଇବାକୁ ହେଲେ କେତେକଷ୍ଟ କରିବାକୁ ପଡିଥାଏ ।ଏହିରୋଗକୁ ନେଇ ସମସ୍ତଲୋକ ବହୁତ ଚିନ୍ତାରେ ରହିଥାନ୍ତି ।କାରଣ ରୋଗ ଯଦି ଥରେହୁଏ ସେ ଏତେ ଶୀଘ୍ର ଛାଡିନଥାଏ ।ଯାହାଦ୍ବାରା ଲୋକେମାନେ ବହୁତ ରୋଗୀଣା ମଧ୍ୟ ଦେଖାଯାଇଥାନ୍ତି ।ସବୁରି ମୂଳରେ ହେଉଛି ଖାଦ୍ୟ ଯଦି ପ୍ରୋଟିନ୍ ଖାଦ୍ୟ ଭଲଭାବରେ ନଖାନ୍ତି ତେବେ ଶରୀର ଦିନକୁଦିନ ଖରାପ ହେବାର ଲାଗିବ ।ଏହାସହ ସୁସ୍ଥ ରହିବାକୁହେଲେ ଆପଣଙ୍କୁ କଣକରିବା ପାଇଁ ପଡିବ ଆସନ୍ତୁ ଜାଣିବା ।
ସର୍ବପ୍ରଥମେ ଆପଣଙ୍କୁ ପ୍ରତ୍ୟକଦିନ ମର୍ଣ୍ଣିଂୱାକ୍ ଯିବାକୁପଡିବ ।ମର୍ଣ୍ଣିଂୱାକ୍ କଲେ ଆପଣଙ୍କର ସବୁପ୍ରକାରରସମସ୍ୟା ବହୁତଶୀଘ୍ର ଦୂର ହେବ ।ଏହାସହ ଆପଣ ନିଜକୁ ସୁସ୍ଥବୋଲି ମନେକରିବେ ।ମର୍ଣ୍ଣିଂୱାକ୍ କରିବାଦ୍ୱାରା ଖାଲି ଶାରୀରିକ ସମସ୍ୟା ନୁହେଁ ବରଂ ମାନସିକସମସ୍ୟା ମଧ୍ୟ ଦୂରହେବ ।ଏହାକୁ କରିବାଦ୍ୱାରା ଆପଣଙ୍କଓଜନ ମଧ୍ୟ କଣ୍ଟ୍ରୋଲରେରହିଥାଏ ।ଖାସକରି ଡାଇବେଟିସ୍ ରୋଗୀମାନେ ମର୍ଣ୍ଣିଂୱାକ୍ କରିବା ନିହାତି ଆବଶ୍ୟକ ।ସବୁଦିନ ମର୍ଣ୍ଣିଂୱାକ୍ କରିବାଫଳରେ ଏହିରୋଗ ଦୂରହୋଇଥାଏ ।ଏହାସହ ଯଦି ଆପଣଙ୍କର ଶୋଇବାରେ କିଛି ଅସୁବିଧା ହୁଉଥାଏ, ତାହଲେ ମର୍ଣ୍ଣିଂୱାକ୍ ଯିବା ଆରମ୍ଭକରନ୍ତୁ ।ମର୍ଣ୍ଣିଂୱାକ୍ ସମସ୍ତଲୋକଙ୍କପାଇଁ ଉପଯୋଗୀହୋଇଥାଏ ।ଯେଉଁ ଲୋକମାନେ ମୋଟାପଣକୁନେଇ ଅଧିକଚାନ୍ତାରେ ରହୁଛନ୍ତି ସେହିମାନେ ମର୍ଣ୍ଣିଂୱାକ୍ ଯିବା ନିହାତିଆବଶ୍ୟକ ।କାହିଁକିନା ମର୍ଣ୍ଣିଂୱାକ୍ କରିବାଫଳରେ ଅଧିକଝାଳ ବାହାରିଥାଏ, ଯାହାଚର୍ବିକୁ ବହୁତଶୀଘ୍ର ନଷ୍ଟକରିଥାଏ ।ଏହାକୁ କରିବାଫଳରେ ଫେସରେ ଚମକଆସିଥାଏ ଏବଂ ଦିନକୁଦିନ ଅଧିକସୁନ୍ଦର ମଧ୍ୟ ଦେଖାଯିବେ ।ମଣିଷ ସୁସ୍ଥରହିବାକୁ ହେଲେ କଣନାହିଁ କଣ କରିଥାଏ, ହେଲେ ମର୍ଣ୍ଣିଂୱାକ୍ ହେଉଛି ଏକ ସହଜଉପାୟ ।କିଛିଲୋକମାନେ ପଇସାଖର୍ଚ୍ଚକରି ଜିମ୍ ଯାଇଥାନ୍ତି ହେଲେ କୌଣସିରେଜଲ୍ଟ ମିଳିନଥାଏ ।ଯଦି ମର୍ଣ୍ଣିଂୱାକ୍ ପ୍ରତ୍ୟକଦିନଯାଆନ୍ତି ,ତେବେ ସବୁପ୍ରକାରର ସମସ୍ୟା ଦୂରହୋଇପାରିବ ।ଏହାସହ ଆପଣ ପ୍ରତ୍ୟକଦିନ ପୁଷ୍ଟିକରଖାଦ୍ୟ ଖାଇବାକୁ ଜମାରୁ ବି ଭୁଲନ୍ତୁନାହିଁ ।ଖାଦ୍ୟ ଶରୀରପାଇଁ ଅତ୍ୟନ୍ତ ଆବଶ୍ୟକ ।ଯଦିଠିକ୍ ଟାଇମରେ ଖାଦ୍ୟନଖାଆନ୍ତି ତେବେ ବହୁତପ୍ରକାରରସମସ୍ୟା ଉପୁଜିଥାଏ ।ତେଣୁ ସବୁଦିନ ପୁଷ୍ଟିକରଖାଦ୍ୟଖାଆନ୍ତୁ ।ଯଦି ଅଧିକଷ୍ଟ୍ରେସରେ ରହୁଥାନ୍ତି ତାହେଲେ ଆପଣଙ୍କପାଇଁ ଏହା ଏକ ଉତ୍ତମଉପାୟ ।ଯଦି ନିଜକୁ ଫିଟ୍ ରଖିବାସହ ଅନେକସମସ୍ୟାରୁ ଦୂରେଇ ରହିବାପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟକଦିନ ମର୍ଣ୍ଣିଂୱାକ୍ ଯିବା ଅଭ୍ୟାସକରନ୍ତୁ ।ମର୍ଣ୍ଣିଂୱାକ୍ କରିବାଫଳରେ ମନ ଶାନ୍ତରହିବା ସହ ଅନେକଲାଭ ମଧ୍ୟ ମିଳିଥାଏ !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!