ଡିସେମ୍ବରମାସ ୨୭ତାରିଖ ୨୦୨୪ମସିହା (ଶୁକ୍ରବାର)ପୌଷମାସ- କୃଷ୍ଣପକ୍ଷ ,ତିଥି- ଦ୍ଵାଦଶୀ ରାତ୍ରି ଘ ୦୨/୨୪ ଗତେ ତ୍ରୟୋଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୫୧ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୦୦ ,ଯୋଗିନୀ ନୈରୁତେ ରାତ୍ରି ଘ୦୨/୨୫ ଗତେ ଦକ୍ଷିଣେ ,ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛା,ଧନୁ ଓ ମୀନରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୯/୦୭ ଗତେ ଘ୧୧/୫୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୪ମଧ୍ୟେ ଓ ଘ୦୮/୦୧ ଗତେ ଘ୦୯/୦୭ ମଧ୍ୟେ ଓ ଘ୧୨/୫୦ଗତେ ଘ୦୪/୦୩ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି ,ଅଦ୍ୟ ପୋଇ ଭକ୍ଷଣ ନିଷେଧ।
ମେଷ:-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେନାହିଁ ।ପରିସ୍ଥିତି ଯେମିତିହେଉ ମଧ୍ୟ ଆପଣ କଳିଠାରୁ ଦୂରେଇରୁହନ୍ତୁ । ଆପଣ ନିଜକୁ ଶାନ୍ତରଖିବାକୁ ଚ଼େଷ୍ଟାକରନ୍ତୁ ।ଦେବଦର୍ଶନର ସୁଯୋଗ ମିଳିବ।
ବୃଷ:-ଆଜି ନିଜଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି ।ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣାବନ୍ଧୁ ଆପଣଙ୍କର ହୃଦୟର ବହୁତନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ:-ଆଜି ଆପଣ ଜାଣିବାକୁ ପାଇବେଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି ।ଏଥିରୁ କେହିଲୋକ ଆପଣଙ୍କର ସାହାଯ୍ୟପାଇଁ ଆଗେଇଆସିବେ ।ପୂରାତନସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ:-ଯଦି ଆପଣଙ୍କୁ ଏମିତି ଲାଗେଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ ।ସାହାଯ୍ୟପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ:-ଆଜି ଆପଣଙ୍କର ଭ୍ରମଣକରିବା ସମ୍ଭାବନା ଅଛି ।କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟରଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା:-ଆପଣଙ୍କର ଏବଂ ଆପଣଙ୍କ ପରିବାରମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି ।ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା:-ଦିନଟି କ୍ଳେଶ ଦାୟକ ।ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ ।କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ ।ଚ଼ିନ୍ତାର କୌଣସି କାରଣନାହିଁ, କାହିଁକି ନା ଉଚ୍ଚଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।
ବିଛା:-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ:-ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର:-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେରହିବ ।ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟହେବ।କଣ୍ଟା ବା ମୁନିଆବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ:- ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି ।ଏହା କୌଣସି ଉପହାର, କୌଣସି ମୂଲ୍ୟବାନବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି।ଦିନଟି ପ୍ରିତିପଦ ରହିବ।
ମୀନ:-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତାଦେବ ।ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି ।ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।
ହରିଡା ଓ ଗୁଡର ମିଶ୍ରଣ ଭଲ କରିଦେବ ଏହି ସବୁ ରୋଗ…….
ଶୀତଦିନେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜେ। ଥଣ୍ଡା, ଜ୍ବର, କାଶଆଦି ସମସ୍ୟାଗୁଡ଼ିକ ଯେତେଛୋଟ ଦେଖାଯାଏ, ସେତେଅଧିକ ଅସୁବିଧାଜନକ। ଆୟୁର୍ବେଦିକ ପ୍ରତିକାରଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ।ସକାଳୁ ଉଠିବାମାତ୍ରକେ ଯଦି ଶରୀରପୀଡ଼ା ହେଉଛି, ଶରୀର ଫୁଲିଯାଉଛି, ପେଟକଟା, ହଜମସମସ୍ୟା,ପାଇଲ୍ସ ଆଦି ରହିଛିତ ଏକ ଘରୋଇଉପଚାର ଅଛି।
ଏସବୁ ସମସ୍ୟାକୁ ଦୂରେଇଦେବାର ସୁବିଧା ବାଟହେଉଛି ହରିଡ଼ା ଓ ଗୁଡ଼। ଆପଣ ହରିଡ଼ାଗୁଣ୍ଡରେ ପରିମାଣ ମୁତାବକ ଗୁଡ଼ ମିଶାଇ ପ୍ରତିଦିନ ସକାଳେ ଓ ସଂଧ୍ୟାରେ ୧ଚାମଚ୍ ଖାଇଲେ ଆପଣଙ୍କୁ ଉପଶମ ମିଳିବ।ହରିଡ଼ା ଓ ଗୁଡ଼କୁ ସମାନଭାବରେ ମିଶାଇ ମିଶ୍ରଣ ପ୍ରସ୍ତୁତକଲେ ଖୁବ୍ ଭଲ।ହେଲେ ଏହାକୁ ଖାଇବାର୧୫-୨୦ମିନିଟ୍ ମଧ୍ୟରେ ଅନ୍ୟକିଛି ଖାଇବେନାହିଁ। କୋଷ୍ଠକାଠିନ୍ୟ କିମ୍ବା ଅନ୍ୟକୌଣସି ପେଟଜନୀତସମସ୍ୟା ପାଇଁ ମଧ୍ୟ ଏହା ଫଳପ୍ରଦ।
ଏହାକୁ ସକାଳେ ଓ ସଂଧ୍ୟାରେ ଉଷୁମପାଣି ସହ ଖାଇଲେ ବେଶି ଫଳପ୍ରଦହେବ।ଅତିକମ୍ରେ ୧୪ଦିନ ପ୍ରୟୋଗପରେ ଏହାରପ୍ରଭାବ ଆପଣ ଜାଣିପାରିବେ। ତେବେ ଏହି୧୪ଦିନ ବା ୨ସପ୍ତାହ ଆପଣଙ୍କୁ ଟିକେ ଖାଦ୍ୟପେୟ ଉପରେ ଧ୍ୟାନଦେବାକୁ ହେବ।ଭାତ,ମୁଗଡାଲି,ଖିଚଡ଼ି,ଉପମା ଆଦି ହାଲୁକାଖାଦ୍ୟ ଆପଣଙ୍କୁ ଖାଇବାକୁ ପଡ଼ିବ।ତେଲମସଲାଖାଦ୍ୟ ଯେତେ କମ୍ ଖାଇବେ ସେତେ ଭଲ ।
କର୍କଟ,ମଧୁମେହ,ଯକୃତସମସ୍ୟା,ସଂକ୍ରମଣ,ହୃଦ୍ରୋଗ,ପେଟସମସ୍ୟା ଇତ୍ୟାଦି ରୋଗଗୁଡିକମଧ୍ୟ ଏହାର ପ୍ରୟୋଗରେ କମ୍ ହୋଇଯିବ।ମେଦବହୁଳତା ହ୍ରାସକରିବାରେ ମଧ୍ୟ ଏହା ଅତ୍ୟନ୍ତଲାଭଦାୟକ ବୋଲି ବିବେଚନାକରାଯାଏ।ଶୀତଦିନେ ଫୁସଫୁସକୁ ସଫାରଖିବାରେ ଗୁଣ୍ଡସାହାଯ୍ୟ କରିଥାଏ। ଏହାକୁ ଖାଇବାଦ୍ୱାରା ହଜମପ୍ରକ୍ରିୟା ଭଲ ରହିବାଦ୍ବାରା ରୋଗ ପ୍ରତିରୋଧକଶକ୍ତି ମଧ୍ୟ ବୃଦ୍ଧିପାଇଥାଏ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!